ଛାତ୍ରୀ କରୁଥିଲେ ଟିକ୍‌ ଟକ୍‌ ଭିଡିଓ, ପାଟିରେ ଅଟକିଗଲା Harmonica

ସାନ ଭାଇକୁ ହସାଇବା ପାଇଁ ଜଣେ ଛାତ୍ରୀ ‘ହାର୍ମୋନିକା’କୁ ନିଜ ପାଟିରେ ଭର୍ତ୍ତି କରିଥିଲେ। ହାର୍ମୋନିକା ଏକ ମ୍ୟୁଜିକାଲ ଇଷ୍ଟମେଣ୍ଟ, ଯାହାକୁ ଫିଲ୍ମ ‘ଶୋଲେ’ରେ ଅମିତାଭ ବଚ୍ଚନ ବଜାଇଥିଲେ। ଏହି ଇଷ୍ଟମେଣ୍ଟକୁ ଓଠରେ ଲଗାଇ ବଜାଯାଇଥାଏ। କିନ୍ତୁ ଛାତ୍ରୀ ଜଣକ ଏହାକୁ ପାଟି ଭିତରେ ପୂରାଇ ବଜାଇବାକୁ ଲାଗିଥିଲେ। କିଛି ସମୟ ପରେ ତାଙ୍କୁ ଅନୁଭବ ହୋଇଥିଲା ଯେ ସେ ବହୁତ ବଡ଼ ଭୁଲ୍‌ କରିଦେଇଛନ୍ତି। କାରଣ, ତାଙ୍କର ସବୁ ନିଶ୍ୱାସରେ ହାର୍ମୋନିକା ବାଜି ଉଠୁଥିଲା। ଆଉ ଏହା ମୁହଁରେ ଅଟକି ରହିଥିଲା। ସମସ୍ୟା ବଢ଼ିଯିବାରୁ ଛାତ୍ରୀ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ହାର୍ମୋନିକାକୁ ବାହାର କରାଯାଇଥିଲା।

t2

ଗଣମାଧ୍ୟମର ରିପୋର୍ଟ ମୁତାବକ, Mollie O’Brien କାନାଡାରେ ରୁହନ୍ତି। ତାଙ୍କର ଟିକ୍‌ ଟକ୍‌ ନାଁ ହେଉଛି @mollieobrien। ଏଠାରେ ତାଙ୍କୁ ୨୬ ହଜାରରୁ ଅଧିକ ଲୋକ ଫଲୋ କରୁଥିବା ବେଳେ ୧୦ ଲକ୍ଷରୁ ଅଧିକ ୟୁଜର ଲାଇକ୍‌ କରିଛନ୍ତି। କହି ରଖୁଛୁ, Mollie O’Brien ଜଣେ ହାଇସ୍କୁଲ ଛାତ୍ରୀ।

t33Mollie O’Brien ଟିକ୍‌ ଟକ୍‌ରେ ଏହି ଭିଡିଓ ଶେୟାର କରି ଲେଖିଛନ୍ତି, ‘ମୁଁ ବହୁତ ବଡ଼ ଭୁଲ୍‌ କରଦେଇଛି’। ତାଙ୍କର ଏହି ଭିଡିଓ ଇଣ୍ଟରନେଟ୍‌ରେ ପୂରା ଛାଇଯାଇଥିଲା। ଭିଡିଓ ପୋଷ୍ଟ ହେବା କ୍ଷଣି ଏହାକୁ ୧.୭ ମିଲିୟନ୍‌ ଲୋକ ଦେଖି ସାରିଲେଣି। ସେହିପରି ୨୦ ହଜାରରୁ ଅଧିକ ଲୋକ ଏହା ଉପରେ କମେଣ୍ଟସ୍‌ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.