ଫୁଲବାଣୀରେ ଜଣେ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ, ପରୀକ୍ଷା ପାଇଁ ପଠାଗଲା ରକ୍ତ ନମୁନା

ଫୁଲବାଣୀ(କେନ୍ଯୁଜ୍): ଫୁଲବାଣୀରେ କରୋନା ସନ୍ଦେହ । ଫୁଲବାଣୀରେ କରୋନାରେ ଜଣେ ଛାତ୍ର ଆକ୍ରାନ୍ତ ସନ୍ଦେହ । ତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବି ପଠାଯିବ । CDMO ରାଜ୍ୟଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ଦେଇ ଏହା କହିଛନ୍ତି । ସନ୍ଦେହ ହେବା ପରେ ତାଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଛି । ଏପର୍ଯ୍ୟନ୍ତ କରୋନାରେ ଆକ୍ରାନ୍ତ ହୋଇଥିବା କିଛି ସ୍ପଷ୍ଟ ହୋଇନାହିଁ । ଛାତ୍ର ଜଣକ ଚୀନ୍‌ରୁ ଗତ ୧୧ ତାରିଖରେ ଫେରିଛନ୍ତି । ଆଜି ସକାଳେ ସେ ଏନେଇ ଚିଠି ଲେଖି ଜଣାଇଥିଲେ । ଥଣ୍ଡା, କାଶ ଛାଡୁନଥିବା ସେ କହିଛନ୍ତି । ତାଙ୍କୁ ମାସ୍କ ଦିଆଯାଇଛି । ତାଙ୍କୁ ଏବେ ଆଇସୋଲେସନ ଓ୍ଵାର୍ଡରେ ରଖାଯାଇଛି ବୋଲି ସିଡିଏମଓ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.