ଦେଶକୁ ସଂକଟ ଆସିଲେ ଏହି ମନ୍ଦିରରେ ଥିବା କୁଣ୍ଡର ପାଣି ହୋଇଯାଏ କଳା

ନିଜର ସୌନ୍ଦର‌୍ୟ୍ୟ ଏବଂ ପାହାଡ ପାଇଁ କାଶ୍ମୀରର ପାହାଡ ବିଶ୍ବରେ ପ୍ରସିଦ୍ଧ ଅଟେ। କିନ୍ତୁ କାଶ୍ମୀର ଏହି ମନ୍ଦିର ବିଷୟରେ ବହୁତ କମ୍ ଲୋକ ଜାଣିଥିବେ। ଏହି ମନ୍ଦିରରେ ଏକ କୁଣ୍ଡ ରହିଛି ଯାହାର ପାଣି କିଛି ସଂକଟ ଆସିବା ପୂର୍ବରୁ କଳା ହୋଇଯାଏ। ଲୋକମାନଙ୍କର ଭକ୍ତିର ଏହି ମନ୍ଦିରର ବହୁତ ଗୁଣ ରହିଛି। ଆସନ୍ତୁ ଜାଣିବା ଏହି ରହସ୍ୟମୟ ମନ୍ଦିର ବିଷୟରେ।

କାଶ୍ମରର ଗାନ୍ଦରବଲ ଜିଲ୍ଲାରେ ଥିବା ତୁଳମୂଳା ଗାଁରେ ମାତା କ୍ଷୀର ଭବାନୀଙ୍କ ମନ୍ଦିର ରହିଛି ଯାହା ଲୋକଙ୍କ ଆସ୍ଥାର କେନ୍ଦ୍ରବିନ୍ଦୁ ଅଟେ। ଏଠାରେ ପ୍ରତିବର୍ଷ ଜୁନ ମାସରେ ମେଳାର ଆୟୋଜନ କରାଯାଇଥାଏ। ଜୁନ ମାସ ଜ୍ୟେଷ୍ଠ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଲୋକମାନେ ଏଠାକୁ ମେଳା ଦେଖିବାକୁ ଆସନ୍ତି।

kheerଏହି ମନ୍ଦିରର ବିଶେଷତ୍ବ ହେଉଛି ଦେଶରେ ବିପଦ ଆସିବା ପୂର୍ବରୁ ଏହି ମନ୍ଦିରରେ ଥିବା କୁଣ୍ଡର ପାଣି କଳା ହୋଇଯାଇଥାଏ। ମାତା କ୍ଷୀର ଭବାନୀ ମନ୍ଦିରରେ ମା’ଙ୍କୁ କ୍ଷୀର ଏବଂ କ୍ଷୀରାର ପ୍ରସାଦ ଦିଆଯାଇଥାଏ।

ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ପରିସରରେ ଥିବା ଝରଣାରେ କ୍ଷୀର ମାତାଙ୍କୁ ଅର୍ପଣ କରିଥାନ୍ତି। ସ୍ଥାନୀୟ ଲୋକଙ୍କ ମାନ୍ୟତା ଯେ ମନ୍ଦିର ତଳେ ବହୁଥିବା ପବିତ୍ର ଝରଣାର ରଙ୍ଗରୁ ଘାଟିର ସ୍ଥିତି ସମ୍ପର୍କରେ ସଂକେତ ମିଳିଥାଏ। ମନ୍ଦିର ପରିସରରେ ହିଁ ଶ୍ରଦ୍ଧାଳୁଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।

blackକାଶ୍ମୀରରେ ଆସିଥିବା ଅନେକ ବିପଦ ପୂର୍ବରୁ ଏହି କୁଣ୍ଡ ପାଣିର ରଙ୍ଗ ବଦଳି ଯାଇଥାଏ। ପାଣିର ରଙ୍ଗ କଳା ଏବଂ ଗାଢ଼ା ହେବା ଦ୍ବାରା କାଶ୍ମୀର ପାଇଁ ଅଶୁଭ ସଂକେତ ବୋଲି ଧରାଯାଇଥାଏ। ଏହି ପବିତ୍ର ମନ୍ଦିର ବର୍ଷ ସାରା ଖୋଲା ରହିଥାଏ।