Below header

ଏଠାରେ ସ୍ୱୟଂ ମାଁ ଲକ୍ଷ୍ମୀ ଖୋଳିଥିଲେ କୁଣ୍ଡ, ଯାହାର ଜଳରେ ଆଜି ବି ଶିବଲିଙ୍ଗ ଉପରେ କରାଯାଉଛି ଜଳାଭିଷେକ

ଭାରତରେ ସନାତନ ଧର୍ମ ପାଳନ କରୁଥିବା ସଂଖ୍ୟା ସବୁଠାରୁ ଅଧିକ। ଏସବୁ ମଧ୍ୟରେ ସନାତନ ଧର୍ମରେ ମନ୍ଦିରରେ ଭଗବାନଙ୍କ ପୂଜା ପାଇଁ ଦେଶରେ ୩୩ କୋଟି ଦେବା-ଦେବୀଙ୍କର ମନ୍ଦିର ରହିଛି। ଏନେଇ ପବିତ୍ର ଦେବଭୂମି ଉତ୍ତରାଖଣ୍ଡର ପବିତ୍ର ଭୂମିରେ ଅନେକ ମନ୍ଦିର ଏବଂ ତୀର୍ଥସ୍ଥଳୀ ରହିଛି। ଉତ୍ତରାଖଣ୍ଡର ମହାଦେବ ଶିବଙ୍କ ତପ୍ତସ୍ଥଳୀ ମଧ୍ୟ କୁହାଯାଇଥାଏ। ଭଗବାନ ଶଙ୍କର ଏହି ସ୍ଥାନରେ ବାସ କରିଥାନ୍ତି। ଏହି ସ୍ଥାନରେ ଭଗବାନ ଶଙ୍କରଙ୍କର ଏକ ସୁନ୍ଦର ମନ୍ଦିର ରହିଛି, ଯାହା ତାଡକେଶ୍ୱର ମନ୍ଦିର ନାମରେ ଜଣାଶୁଣା।

ମାନ୍ୟତା ରହିଛି ଏହି ମନ୍ଦିରରେ ଭକ୍ତର ସମସ୍ତ ମନସ୍କାମନା ଭଗବାନ ପୂରଣ କରିଥାନ୍ତି। ଏଠାରେ ପ୍ରତ୍ୟେକ ବର୍ଷ ଦେଶ-ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦର୍ଶନ କରିବା ପାଇଁ ଆସିଥାନ୍ତି। ସେହିଭଳି ଏହି ମନ୍ଦିର ନିର୍ମାଣ ପଛରେ ମଧ୍ୟ ଅନେକ ରୋଚକ ତଥ୍ୟ ଲୁଚି ରହିଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ରୋଚକ ତଥ୍ୟ।

tarakeswar1ମନ୍ଦିରର ବିଶେଷତା:

ଭଗବାନ ଶିବଙ୍କ ଏହି ତାଡକେଶ୍ୱର ମହାଦେବ ମନ୍ଦିର ସିଦ୍ଧ ପୀଠ ମଧ୍ୟରୁ ଏକ। ଦେବଦାରୁ ଏବଂ ଓଳ ଗଛରେ ଘେରି ହୋଇ ରହିଥିବା ଏହି ମନ୍ଦିର ଦେଖିବାକୁ ଖୁବ୍‌ ମନୋରମ। ଏଠାରେ ଅନେକ ଛୋଟ ଚୋଟ ଝରଣା ମଧ୍ୟ ରହିଛି। ଏଠାରେ ସକାଳ ୮ ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦର୍ଶନ କରାଯାଇଥାଏ କିନ୍ତୁ ମହାଶିବରାତ୍ରୀରେ ଏଠାର ଦୃଶ୍ୟ ଦେଖିବାକୁ ଅଦ୍ଭୁତକର ହୋଇଥାଏ। ଶିବରାତ୍ରୀ ଅବସରରେ ଏଠାରେ ବିଶେଷ ପୂଜା-ଅର୍ଚ୍ଚନାର ମଧ୍ୟ ଆୟୋଜନ କରାଯାଇଥାଏ। ଏଥିସହ ଏହି ମନ୍ଦିର ପରିସରରେ ଏକ କୁଣ୍ଡ ମଧ୍ୟ ରହିଛି। ଯାହା ବିଷୟରେ ଉଲ୍ଲେଖ ରହିଛି, ଏହି କୁଣ୍ଡ ସ୍ୱୟଂ ମାତା ଲକ୍ଷ୍ମୀ ଖନନ କରିଥିଲେ। ବର୍ତ୍ତମାନ ଏହି ପବିତ୍ର କୁଣ୍ଡର ଜଳକୁ ଶିବଲିଙ୍ଗ ଉପରେ ଜଳାଭିଷେକ କରିବା ପାଇଁ ଉପଯୋଗ କରାଯାଉଛି। ଲୋକକଥା ଅନୁଯାୟୀ ଏଠାକୁ ସୋରିଷ ତେଲ ଏବଂ ଶାଳ ପତ୍ର ଆଣିବା ଉପରେ ବାରଣ କରାଯାଇଥାଏ।

tarakeswaraସେହିଭଳି ପୌରାଣିକ ମାନ୍ୟତା ଅନୁଯାୟୀ, ତାଡକାସୁର ନାମକ ରାକ୍ଷସ ଭଗବାନ ଶଙ୍କରଙ୍କ ଠାରୁ ଅମର ବର ପ୍ରାପ୍ତ କରିବା ପାଇଁ ଏଠାରେ ତପସ୍ୟା କରିଥିଲା। ଏହାପରେ ଭଗବାନ ଶିବଙ୍କ ଠାରୁ ବରଦାନ ପାଇ ତାଡକାସୁର ଅତ୍ୟାଚାରୀ ହୋଇଥିଲା। ଶେଷରେ ଦେବତା ଏବଂ ମୁନିଋଷି ଅତ୍ୟାଚାରରୁ ରକ୍ଷା ପାଇବା ପାଇଁ ଶିବଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ତାଡକାସୁରର ଅନ୍ତ କେବଳ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପୁତ୍ର କାର୍ତ୍ତିକେୟ କରିପାରିବେ। ଭଗବାନଙ୍କ ଆଦେଶ ପରେ କାର୍ତ୍ତିକ ତାଡକାସୁର ସହ ଯୁଦ୍ଧ କରିବା ପାଇଁ ପହଞ୍ଚିଥିଲେ। ଏହି ସମୟରେ ତାଡକାସୁର ନିଜର ମୃତ୍ୟୁ ନିକଟତର ବୋଲି ଜାଣିବା ପରେ ଭଗବାନ ଶିବଙ୍କୁ କ୍ଷମା ମାଗିଥିଲେ। ଏହାପରେ ଭଗବାନ ଶଙ୍କର ତାଡକାସୁରକୁ କ୍ଷମା କରିବାସହ କଳିଯୁଗରେ ଏହି ସ୍ଥାନରେ ମୋ ପୂଜା ତୁମ ନାମରେ ହେବ ବୋଲି ବରଦାନ ଦେଇଥିଲେ। ସେହିଦିନ ଠାରୁ ଏଠାରେ ଭଗବାନ ଶଙ୍କର ତାଡକାସସୁର ନାଁରେ ପୂଜା ପାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.