ଅଣ୍ଡା ଦେଉନି ବରଂ ସିଧାସଳଖ ଛୁଆ ଜନ୍ମ କରୁଛି ଏଣ୍ଡୁଅ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ଆମେ ସମସ୍ତେ ଜାଣନ୍ତି ଏଣ୍ଡୁଅ ଅଣ୍ଡା ଦେଇ ଛୁଆ ଜନ୍ମ କରନ୍ତି। କିନ୍ତୁ ଏବେ ସୋସିଆଲ ମିଡିଆରେ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିବା ପରେ ଆପଣ କହିବେ ପିଲାବେଳେ ପଢ଼ିଥିବା ପାଠ ବୋଧେ ଭୁଲ ଥିଲା। କାରଣ ଭାଇରାଲ ହେଉଥିବା ଭିଡିଓରେ ଏକ ଏଣ୍ଡୁଅ ଅଣ୍ଡା ଦେବା ବଦଳରେ ସିଧାସଳଖ ଛୁଆ ଜନ୍ମ କରୁଛି। ୨୦୨୦ରେ ସବୁପ୍ରକାରର ଅଦ୍ଭୁତ ଘଟଣା ଘଟୁଥିବା ବେଳେ ଏବେ ଏହି ଘଟଣା ବି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଦେଖନ୍ତୁ ଭିଡିଓ:

ଭିଡିଓରେ ଏକ ଏଣ୍ଡୁଅ ଗଛର ଡାଳ ଉପରେ ବସିଥିବା ଦେଖାଯାଇଛି। ଏଣ୍ଡୁଅକୁ ଦେଖିଲେ ଲାଗୁଛି ସେ ଗର୍ଭଧାରଣ କରିଛି। କିଛି ସମୟ ପରେ ଏଣ୍ଡୁଅ ଦେହରୁ ଏକ ଛୋଟ ମାଂସପିଣ୍ଡୁଳା ଖସିପଡ଼ୁଛି। ମାଂସପିଣ୍ଡୁଳାଟି ଏକ ପତ୍ର ଉପରେ ପଡ଼ୁଛି। ପରେ ଏଥିରୁ ଏକ ଛୁଆ ବାହାରି ଉଠି ବସୁଛି। ଭିଡିଓରେ ସ୍ପଷ୍ଟ ଭାବେ ଦିଶୁଛି ଯେ ଏଣ୍ଡୁଅଟି ଅଣ୍ଡା ଦେଉନି ବରଂ ସିଧାସଳଖ ଛୁଆ ଜନ୍ମ କରୁଛି।

ଇଣ୍ଟରନେଟ୍‌ରେ ଭିଡିଓଟି ଭାଇରାଲ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଟ୍ଵିଟରରେ ଏହି ଭିଡିଓକୁ ନେଚର ଇଜ୍‌ ସ୍କାରି ନାମକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡିଓକୁ ଏବେ ଯାଏଁ ୨୮ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଭିଡିଓ ଦେଖିବା ପରେ କିଛି ଲୋକ କମେଣ୍ଟ କରିଛନ୍ତି ଆମେ ଭାବୁଥିଲୁ ଏଣ୍ଡୁଅ ଅଣ୍ଡା ଦିଅନ୍ତି। କିନ୍ତୁ ଏଠି ତ ଏଣ୍ଡୁଅ ସିଧାସଳଖ ଛୁଆ ଜନ୍ମ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.