ଅକ୍ଟୋବର ମାସରେ ନବରାତ୍ରୀ ସହ ପାଳିତ ହେବ ଏହିସବୁ ପର୍ବ, ଜାଣନ୍ତୁ କ’ଣ?

ଅକ୍ଟୋବର ମାସ ପୂଜା-ପର୍ବାଣୀର ମାସ। ଏନେଇ ଚଳିତ ବର୍ଷ ଅଧିକ ମାସ ପଡୁଥିବାରୁ ପୂଜା ବିଳମ୍ବରେ ଆରମ୍ଭରେ ହେବ। ସାଧାରଣତଃ ଯେପରି ପିତୃପକ୍ଷର ସମାପ୍ତି ସର୍ବପିତୃ ଅମାବାସ୍ୟାରେ ହୋଇଥାଏ ଏବଂ ତା’ପରଦିନ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଥାଏ। ନବରାତ୍ରୀ ପରେ ରାମ ନବୀ, ଦଶହରା, ଶରଦ ପର୍ଣ୍ଣିମା, କରଓ୍ଵା ଚୌଥ୍‌ ଏବଂ ଦୀପାବଳି ଭଳି ଅନେକ ବଡ ବଡ ପର୍ବ ପଡିଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ନବରାତ୍ରୀ ଆରମ୍ଭ ହେବା ମାତ୍ରେ ହିଁ ଶୁଭ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଅକ୍ଟୋବର ମାସରେ କେଉଁ କେଉଁ ପର୍ବ ପାଳିତ ହେବ।

ଅଧିକମାସ ପୂର୍ଣ୍ଣିମା

ହିନ୍ଦୁ ଧର୍ମରେ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି। ସାଧାରଣତଃ ପ୍ରତ୍ୟେକ ମା ସରେ ପୂର୍ଣ୍ଣିମା ଆସିଥାଏ କିନ୍ତୁ ଚଳିତ ମାସରେ ପୂଣ୍ଣିମା ଅକ୍ଟୋବର ୧ରେ ପାଳିତ ହୋଇଛି। ଅଧିକମାସର ପୂର୍ଣ୍ଣିମା ତିନି ବର୍ଷରେ ଥରେ ଆସିଥାଏ। ଏହିକାରଣରୁ ଏହାର ମହତ୍ୱ ଅଧିକ। ପୂର୍ଣ୍ଣିମା ତିଥିରେ ଦାନ, ସ୍ନାନ ଏବଂ ପୂଜା ପାଠର ବିଶେଷ ମହତ୍ତ୍ୱ ରହିଥାଏ।

festivalଗଣେଶ ଚତୁର୍ଥୀ ବ୍ରତ(୫ ଅକ୍ଟୋବର)

ପ୍ରତ୍ୟେକ ମାସର ଦୁଇ ପକ୍ଷର ଚତୁର୍ଥୀ ତିଥିରେ ଗଣେଶ ଚତୁର୍ଥୀ ବ୍ରତ ରଖାଯାଇଥାଏ। ଏହି ଦିନରେ ଭଗବାନ ଗଣେଶଙ୍କୁ ଦୁବ ଏବଂ ଲଡୁ ଭୋଗ ଲଗାଯାଇଥାଏ।

କମଳା ଏକାଦଶୀ(୧୩ ଅକ୍ଟୋବର)

ପ୍ରତ୍ୟେକ ମାସରେ ଏକାଦଶୀ ତିଥିର ବିଶେଷ ମହତ୍ତ୍ୱ ରହିଥାଏ। ଏହି ଦିନ ଭଗବାନ ବିଷ୍ଣୁଙ୍କ ଆରାଧନାରେ ସମସ୍ତ ପ୍ରକାର ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ଅଧିକ ମାସ ଅମାବାସ୍ୟା

ଆସନ୍ତା ୧୬ ତାରିଖରେ ପାଳିତ ହେବ ଅଧିକମାସର ଅମାବାସ୍ୟା। ଶାସ୍ତ୍ରରେ ଅମାବାସ୍ୟା ତିଥିର ବିଶେଷ ମହତ୍ତ୍ୱ ରହିଥାଏ। ଅମାବାସ୍ୟା ଦିନ ସ୍ନାନ ଏବଂ ଦାନର ବିଶେଷ ମହତ୍ତ୍ୱ ରହିଥାଏ।

ଶାରଦୀୟ ନବରାତ୍ରୀ(୧୭ ଅକ୍ଟୋବର)

ଅଧିକ ମାସ ଶେଷ ହେବା ପରେ ୧୭ ଅକ୍ଟୋବରରେ ଆରମ୍ଭ ହେବ ଶାରଦୀୟ ନବରାତ୍ରୀ। ନବରାତ୍ରୀର ପ୍ରଥମ ଦିନରେ ହିଁ କଳସ ସ୍ଥାପନା କରାଯାଇଥାଏ। ଏହି ଦିନ ସୂର୍ଯ୍ୟ ତୁଳା ରାଶିରେ ପ୍ରବେଶ କରିବେ।

festival2ଦୁର୍ଗାଷ୍ଟମୀ(୨୪ ଅକ୍ଟୋବର)

୨୪ ଅକ୍ଟୋବରରେ ମହାଷ୍ଟମୀ। ଏହିଦିନ ମାଁ ଦୁର୍ଗାଙ୍କ ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ।

ଦୁର୍ଗାନବମୀ(୨୫ ଅକ୍ଟୋବର)

୨୫ ଅକ୍ଟୋରରେ ପାଳନ କରାଯିବ ଦୁଗା ନବମୀ। ଏହିଦିନ ଛୋଟ ଝିଅମାନଙ୍କୁ ପୂଜା କରି ଭୋଜନ କରାଯାଇଥାଏ।

ଦଶହରା(୨୬ ଅକ୍ଟୋବର)

ଦଶହରା ପର୍ବ ଅନ୍ୟାୟ ଉପରେ ନ୍ୟାୟ ବିଜୟ ରୂପେ ପ୍ରତ୍ୟେକ ବର୍ଷ ପାଳନ କରାଯାଏ।

ପାପାଂକୁଶା ଏକାଦଶୀ(୨୭ ଅକ୍ଟୋବର)

ଭଗବାନ ବିଷ୍ଣୁଙ୍କ ଆରାଧନା କରାଯାଇ ୨୭ ତାରିଖରେ ପାଳନ କରାଯିବ ପାପଂକୁଶ ଏକାଦଶୀ।

ଶରଦ ପୂର୍ଣ୍ଣିମା(୩୦ ଅକ୍ଟୋବର)

ଶରଦ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଥାଏ। ଏହିଦିନ ଚନ୍ଦ୍ରମା ୧୬କଳାରେ ପରିପୂର୍ଣ୍ଣ ହୋଇଥାନ୍ତି। ଏହିଦିନ ଭଗବାନ ଶ୍ରୀକୃଷ୍ଣ ଗୋପିମାନଙ୍କ ସହ ରାସ କରିଥାନ୍ତି।

କାର୍ତ୍ତିକମାସ ଆରମ୍ଭ(୩୧ ଅକ୍ଟୋବର)

ଶେଷରେ ଅକ୍ଟୋବର ମାସରେ ସମସ୍ତ ପୂଜା ପର୍ବ ଶେଷ ହେବା ପରେ ୩୧ ଅକ୍ଟୋବରରେ ଆରମ୍ଭ ହେବ କାର୍ତ୍ତିକ ମାସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.