ସମ୍ବଲପୁର ପିଚୁ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଅଗ୍ନିଶମ ବିଭାଗର ୩ଟି ଗାଡି ନିଆଁକୁ କଲେ ଆୟତ୍ତ

ସମ୍ବଲପୁର: ସମ୍ବଲପୁର ପିଚୁ କାରଖାନାରେ ଭୟାବହ ଅଗ୍ନିକାଣ୍ଡ । କାରଖାନାରେ ଲାଗିଥିବା ତେଲ ପାଇପ ଫାଟି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଖବର ପାଇ ସମ୍ବଳପୁର ଅଗ୍ନିଶମ ବିଭାଗ ୩ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଏଥିରେ କେହି ମୃତାହତ ହୋଇନାହାନ୍ତି । ଜାତୀୟ ରାଜପଥ କଡରେ ଥିବା ଏହି କାରଖାନାରେ ନିଆଁ ଲାଗିବା ଫଳରେ କିଛି ସମୟ ପାଇଁ ଗାଡି ଚଳାଚଳରେ ବାଧା ଉପୁଜିଥିଲା । ତେବେ ପୂର୍ବରୁ ମଧ୍ୟ ଏହି କାରଖାନାରେ ୫ ଥର ଅଗ୍ନିକାଣ୍ଡ ହୋଇଛି । ହେଲେ ଏଥିପ୍ରତି କମ୍ପାନୀ କର୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.