କୌନ ବନେଗା କରୋଡପତିରେ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଉପରେ ପ୍ରଶ୍ନ, ଅତି ସୁନ୍ଦରଭାବେ କିଟ୍‌ର ବର୍ଣ୍ଣନା କଲେ ବିଗ୍‌ ବି

ମୁମ୍ବାଇ: କୌନ ବନେଗା କରୋଡପତି- KBCରେ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଉପରେ ପ୍ରଶ୍ନ। ଆଉ ଏହି ଅବସରରେ ତାଙ୍କୁ ପରିଚୟ ଦେଇଥିବା କିଟ୍‌ ବିଶ୍ୱବିଦ୍ୟାଳୟକୁ ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଥିଲେ, କାର୍ଯ୍ୟକ୍ରମର ଉପସ୍ଥାପକ ବିଗ୍‌ ବି ଅମିତାଭ ବଚ୍ଚନ। ଯାହାକୁ ନେଇ ଟ୍ଵିଟ୍‌ ଜରିଆରେ ଆଭାର ବ୍ୟକ୍ତ କରିଛନ୍ତି ଦୂତୀ।

୨୦୧୯ ୱାର୍ଲଡ ୟୁନିଭରସିଟି ଗେମ୍‌ସରେ କେଉଁ ଆଥେଲେଟ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ବୋଲି କାର୍ଯ୍ୟକ୍ରମରେ ଭାଗନେଇଥିବା ଓଡ଼ିଶାର ଜଣେ ପ୍ରତିଯୋଗୀ ଅବନ୍ତି ମହାନ୍ତି ଦାସଙ୍କୁ ପ୍ରଶ୍ନ କରିଥିଲେ ବିଗ୍‌ ବି। ଯାହାର ଉତ୍ତର ଥିଲା ଦୂତୀ ଚାନ୍ଦ। ଆଉ ଏହି ଅବସରରେ ଅମିତାଭ, ଦୂତୀଙ୍କ ସମେତ ତାଙ୍କୁ ସଫଳତାର ଶିଖରରେ ପହଞ୍ଚାଇଥିବା କିଟ୍‌ ବିଶ୍ୱବିଦ୍ୟାଳୟର ଭୁରି ଭୁରି ପ୍ରଶଂସା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.