Below header

ଜାଣନ୍ତୁ ଚଳିତ ବର୍ଷ କେବେ ପାଳନ କରାଯିବ ରାମନବମୀ

ପ୍ରତ୍ୟେକ ବର୍ଷ ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଜନ୍ମତ୍ସୋବ ‘‘ରାମନବମୀ ମହାପର୍ବ’’ ରୂପେ ପାଳନ କରାଯାଇଥାଏ। ରାମ ଜନ୍ମ ଉତ୍ସବ ପ୍ରତିବର୍ଷ କେବଳ ଭାରତ ନୁହେଁ ବିଶ୍ୱର ଅନେକ ଦେଶରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଏହି ପର୍ବ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ଆସନ୍ତା ଏପ୍ରିଲ ୨ ଗୁରୁବାର ଦିନ ପାଳନ କରାଯିବ।

ramସଂସାର ପାଳନକର୍ତ୍ତା ଭଗବାନ ଶ୍ରୀ ବିଷ୍ଣୁ ଧର୍ମର ସ୍ଥାପନା ଏବଂ ଅଧର୍ମର ସମୂଳ ନାସ କରିବା ପାଇଁ ତ୍ରେତୟାଯୁଗରେ ଧରିତ୍ରୀରେ ମନୁଷ୍ୟ ରୂପେ ଅବତାର ଧାରଣ କରିଥିଲେ। ଭଗବାନ ବିଷ୍ଣୁଙ୍କର ଅନେକ ଅବତାର ମଧ୍ୟରୁ ଏକ ଅବତାର ହେଉଛି ତ୍ରେୟା ଯୁଗରେ ସରୟୁ ନଦୀ କୂଳରେ ଅଯୋଧ୍ୟା ନଗରୀରେ ସୂର୍ଯ୍ୟବଂଶ କୂଳର ରାଜା ଦଶରଥଙ୍କ ମହାରାଶୀ କୌଶଲାଙ୍କ ଗର୍ଭରୁ ଚୈତ୍ର ମାସର ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ। ଯାହାଫଳରେ ସେହିଦିନ ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯୁଗ-ଯୁଗ ଧରି ଚୈତ୍ର ମାସର ନବମୀ ତିଥିରେ ରାମନବମୀ ପର୍ବ ପାଳନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.