ଆଜି ରିପୋର୍ଟ କାଲିଠୁ ମାଟ୍ରିକ ଖାତାଦେଖା, COVID-୧୯ ପାଇଁ କେନ୍ଦ୍ରରେ ବ୍ୟାପକ ସତର୍କତା

ଭୁବନେଶ୍ବର: ଆଜି ରିପୋର୍ଟ, କାଲି ଖାତାଦେଖା। ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ଖାତାଦେଖା। ଆଜି ମୂଲ୍ୟାଙ୍କନ କେନ୍ଦ୍ରରେ ରିପୋର୍ଟ କରିବେ ଶିକ୍ଷକ। ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ଖାତା ଦେଖିବା ପାଇଁ ବ୍ୟବସ୍ଥା କରିଛି ମାଧ୍ୟମିକ ଶିକ୍ଷା ପରିଷଦ । ୧୬ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ।

matric examକରୋନା ଭୟ ଥିବାରୁ ଖାତା ଦେଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କୌଣସି ସ୍ଥାନରେ ଏକତ୍ର ନହେବା ପାଇଁ ପରାମର୍ଶ ଦିଆଯାଇଛି। ଶିକ୍ଷକ ଶିକ୍ଷୟିତ୍ରୀମାନେ ପର୍ଯ୍ୟାୟକ୍ରମେ ମୂଲ୍ୟାନ କେନ୍ଦ୍ର ଭିତରକୁ ଯିବେ। ଏନେଇ ବୋର୍ଡ ପକ୍ଷରୁ ସବୁ DEOଙ୍କୁ ହୋଇଛି ଚିଠି ଲେଖାଯାଇଛି। ସବୁ କେନ୍ଦ୍ରରେ ହ୍ୟାଣ୍ଡୱାସ୍‌, ମାସ୍କ ସାନିଟାଇଜର ରଖାଯିବାର ବ୍ୟବସ୍ଥା କରାଯାଇଛି। ଏପ୍ରିଲ ୧୦ ତାରିଖ ସୁଦ୍ଧା ମୂଲ୍ୟାୟନ ଶେଷ କରିବାକୁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.