ନନ୍ଦନକାନରେ କଲରାପତରିଆ ବାଘ ସୁରଜର ମୃତ୍ୟୁ, ରକ୍ତ ସଂକ୍ରମଣ ସହ ବିିିଭିନ୍ନ ରୋଗରେ ଥିଲା ପୀଡିତ

ଭୁବନେଶ୍ବର: ନନ୍ଦନକାନରେ କଲରାପତରିଆ ବାଘର ମୃତ୍ୟୁ । ଗତକାଲି ରାତି ୧୧ଟାରେ ସୁରଜର ମୃତ୍ୟୁ ହୋଇଛି । ଗତ ଏକ ମାସ ହେଲା ସେ ରକ୍ତ ସଂକ୍ରମଣ ସହ ବିିିଭିନ୍ନ ରୋଗରେ ପୀଡିତ ଥିଲା । ତେବେ ଗତକାଲି କଲରାପତରିଆ ବାଘଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ୨୦୦୪ ମସିହାରେ ସୁରଜକୁ ଭଞ୍ଜନଗରରୁ ନନ୍ଦନକାନନକୁ ଅଣାଯାଇଥିଲା । ସୁରଜର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ କଲରାପତରିଆସଂଖ୍ୟା ୫ରେ ପହଞ୍ଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.