ଆଜି ପୁତ୍ରଦା ଏକାଦଶୀ, ଜାଣନ୍ତୁ ଏହି ଏକାଦଶୀର ମହତ୍ତ୍ୱ ଓ ପାଳନ ବିଧି

ଆଜି ହେଉଛି ପୁତ୍ରଦା ଏକାଦଶୀ। ଚଳିତବର୍ଷ ଜୁଲାଇ ୩୦ ତାରିଖ ଅର୍ଥାତ୍‌ ଆଜିର ଦିନରେ ଏକାଦଶୀ ପାଳିତ ହୁଏ। ଭାରତୀୟ ହିନ୍ଦୁ ସଂସ୍କୃତିରେ ପ୍ରତି ମାସର ୧୧ ତମ ତିଥି ଅର୍ଥାତ୍‌ ଏକାଦଶୀରେ ବ୍ରତ ଉପାସ କରାଯାଏ। ଏହି ତିଥିକୁ ଅତ୍ୟନ୍ତ ପବିତ୍ର ବୋଲି କୁହାଯାଏ। ବର୍ଷର ପ୍ରତ୍ୟେକ ମାସରେ ୨ଟି ଏକାଦଶୀ ତିଥି ପଡ଼େ। ଗୋଟିଏ ଶୁକ୍ଳପକ୍ଷ ଅନ୍ୟଟି କୃଷ୍ଣପକ୍ଷ।

ତେବେ ବର୍ଷକୁ ଦୁଇଟି ପୁତ୍ରଦା ଏକାଦଶୀ ପାଳନ କରାଯାଏ। ଶ୍ରାବଣ ଓ ପୌଷ ମାସର ପଡ଼ୁଥିବା ଏକାଦଶୀକୁ ପୁତ୍ରଦା ଏକାଦଶୀ କୁହାଯାଏ। ଯେଉଁମାନେ ବିଧିବିଧାନ ମୁତାବକ ଏକାଦଶୀ ବ୍ରତ ପାଳନ କରିଥାନ୍ତି ସେମାନଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ।

Putrada Ekadashi fast is observed in the month of Sawan to get ...

ଇଂରାଜୀ କ୍ୟାଲେଣ୍ଡର ମୁତାବକ ଡିସେମ୍ବର-ଜାନୁଆରୀ ମାସରେ ପୌଷ ଶୁକ୍ଳ ପକ୍ଷର ଏକାଦଶୀ ଓ ଜୁଲାଇ/ଅଗଷ୍ଟ ମାସରେ ଶ୍ରାବଣ ଶୁକ୍ଳ ପକ୍ଷର ଏକାଦଶୀକୁ ପୁତ୍ରଦା ଏକାଦଶୀ ଭାବେ ପାଳନ କରାଯାଏ। ପୁତ୍ରଦା ଏକାଦଶୀକୁ ପବିତ୍ରୋପନା ଏକାଦଶୀ, ପବିତ୍ରା ଏକାଦଶୀ ମଧ୍ୟ କୁହାଯାଏ।

ପୁତ୍ରଦା ଏକାଦଶୀ ଦିନ ସକାଳୁ ଶୁଦ୍ଧପୁତଭାବେ ଗାଧୋଇ ପାଧୋଇ ଆସି ବିଷ୍ଣୁଙ୍କୁ ଧୂପ ଦୀପ ନୈବେଦ୍ୟ ଦେଇ ପୂଜା କରନ୍ତୁ। ଏହି ଦିନ କୌଣସି ଆହାର ଗ୍ରହଣ କରନ୍ତୁ ନାହିଁ। ଯଦି ସମ୍ଭବ ହେଉଛି ଦିନ ସାରା ଦୀପ ଜାଳି ଭଗବାନ ବିଷ୍ଣୁଙ୍କ ଆରାଧନା କରନ୍ତୁ। ପୁତ୍ର ସନ୍ତାନ ଚାହୁଁଥିବା ଦମ୍ପତି ଏହି ଏକାଦଶୀ କରିବା ଦ୍ୱାରା ପୁତ୍ର ସନ୍ତାନ ଲାଭ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.