Below header

ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ବାଜି ମାରିଲା ବରଗଡ଼, ଜିଲ୍ଲାର ପାସହାର ୮୯.୩୭ ପ୍ରତିଶତ

ବରଗଡ଼: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସବୁଠାରୁ ଉନ୍ନତ ପ୍ରଦର୍ଶନ କରିଛି ବରଗଡ଼ ଜିଲ୍ଲା । ଜିଲ୍ଲାର ପାସହାର ୮୯.୩୭ ପ୍ରତିଶତ ରହିଛି । ଜିଲ୍ଲାରେ ମୋଟ ୧୬ହଜାର ୮୨ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୧୪ହଜାର ୩୭ଜଣ ପାସ କରିଛନ୍ତି । A1ରେ ୬୧ଜଣ, A2ରେ ୨୯୫ ଜଣ ପାସ କରିଛନ୍ତି । ଅନ୍ଵେଷା ସାହୁ ଓ ପ୍ରବୀଣ ସାହୁ ୯୫.୫ ପ୍ରତିଶତ ନମ୍ବର ରଖି ଜିଲ୍ଲାରେ ଟପ୍ପର ହୋଇଛନ୍ତି। ସେପଟେ ଜିଲ୍ଲାର ଉନ୍ନତ ପ୍ରଦର୍ଶନ ଦ୍ୱାରା ଆଗକୁ ଦାୟିତ୍ୱ ଆହୁରି ବଢିବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.