ଜାଣନ୍ତୁ କେବେ ପଡୁଛି ହୋଲିକା ଦହନ, କଣ ରହିଛି ଏହାର ମହତ୍ୱ

ହୋଲିକା ଦହନ ଫାଲଗୁନ ପୂର୍ଣ୍ଣିମା ଦିନ କରାଯାଇଥାଏ। ଚଳିତ ବର୍ଷ ଏହି ପୂର୍ଣ୍ଣିମା ଆସନ୍ତା ୯ ମାର୍ଚ୍ଚରେ ପାଳନ କରାଯିବ। ମାନ୍ୟତା ରହିଛି ହୋଲିକା ଦହନ ପାଳନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ। ଯାହାଦ୍ୱାରା ପ୍ରତ୍ୟେକ ଦୁଃଖର ବିନାଶ ଘଟିଥାଏ। ଅର୍ଥାତ ଓଡିଆ ମାସ ଅନୁଯାୟୀ ଏହା ବର୍ଷର ଶେଷ ଦିନ ହୋଇଥାଏ। ଅର୍ଥାତ ଏହାପର ଦିନ ନୂତନ ବର୍ଷ ହୋଲି ଖେଳାଯାଇଥାଏ। ଯାହା ଚଳିତ ବର୍ଷ ୧୦ ମାର୍ଚ୍ଚରେ ପାଳନ କରାଯିବ। ଜାଣନ୍ତୁ ହୋଲିକା ଦହନର ଶୁଭ ମୁହୂର୍ତ୍ତ ଏବଂ ଏହାସହ ଝହିତ କିଛି ମହତ୍ତ୍ୱପୂର୍ଣ୍ଣ କଥା।

holika-ଶୁଭ ମୁହୂର୍ତ୍ତ:

ହୋଲିକା ଦହନର ଶୁଭ ମୁହୂର୍ତ୍ତ: ୧୮:୨୬:୨୦ ରୁ ୨୦:୫୨:୧୭

ଅବଧି: ୨ଘଣ୍ଟା ୨୫ ମିନିଟ୍‌

holiହୋଲିକା ଦହନର ମହତ୍ତ୍ୱ:

ମାନ୍ୟତା ରହିଛି ହୋଲିକା ଦହନ ଦିନ ମନୁଷ୍ୟ ଜୀବନରୁ ପ୍ରତ୍ୟେକ ଦୁଃଖ ଦୂର ହେବା ସହ ମନସ୍କାମନା ପୂରଣ ହେବାର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଖରାପ ଉପରେ ଭଲର ବିଜୟ ହୋଇଥାଏ। ମାନ୍ୟତା ରହିଛି ହୋଲିକା ଦହନ ଦିନ ବିଧି-ବିଧାନର ସହ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଥାଏ ଏବଂ ସୁଖ-ସମୃଦ୍ଧି ପ୍ରାପ୍ତ ହୋଇଥାଏ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.