ଗଞ୍ଜାମ: ଛତ୍ରପୁର ମଝି ସାହିରେ ବନ୍ଦ ଘରୁ ବାପା, ମାଆ ଓ ଛୁଆର ମୃତଦେହ ଉଦ୍ଧାର; ଆତ୍ମହତ୍ୟା ନା ହତ୍ୟା ସେନେଇ ଖୋଳତା଼ଡ କରୁଛି ପୋଲିସ୍

ଗଞ୍ଜାମ: ବନ୍ଦ ଘରୁ ୩ ଜଣଙ୍କ ମୃତଦେହ ଉଦ୍ଧାର । ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ । ମୃତକଙ୍କ ଭିତରେ ଅଛନ୍ତି ବାପା, ମାଆ ଓ ଛୁଆ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବାଲିଆ ଛତ୍ରପୁର ମଝି ସାହିରେ । ମୃତକମାନେ ହେଲେ ବୃନ୍ଦାବନ୍ଦ ବେହେରା, ତାଙ୍କ ସ୍ତ୍ରୀ ଉର୍ମିଲା ବେହେରା ଓ ତାଙ୍କ ଝିଅ ସୁନୀତା ବେହେରା । ଘଟଣାସ୍ଥଳରେ ଗଞ୍ଜାମ ଏସ୍‌ପି ପହଞ୍ଚି ତଦନ୍ତ କରୁଛନ୍ତି । ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଏହା ଆତ୍ମହତ୍ୟା ନା ହତ୍ୟାକାଣ୍ଡ ସେନେଇ ବି ଖୋଳତା଼ଡ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.