Below header

ଆଜି ଠାରୁ ମାର୍ଗଶିର ମାସ ଆରମ୍ଭ, ଜାଣନ୍ତୁ କ’ଣ ରହିଛି ଏହି ମାସର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ

ଆଜି ଠାରୁ ଆରମ୍ଭ ହୋଇଛି ମାର୍ଗଶିର ମାସ। ଏହି ମାସରେ ପ୍ରତ୍ୟେକ ଦିନ ସକାଳୁ ପବିତ୍ର ନଦୀରେ ସ୍ନାନ କରିବାର ପରମ୍ପରା ପ୍ରାଚୀନ କାଳରୁ ଚାଲି ଆସୁଛି। ଏହି ମାସ ଆଜି ଠାରୁ ଆରମ୍ଭ ହୋଇ ୩୦ ଡିସେମ୍ବର ପର୍ଯ୍ୟନ୍ତ ରହିବ। ମାର୍ଗଶିର ମାସରେ ନଦୀରେ ସ୍ନାନ କରିବାର ଧାର୍ମିକ ଏବଂ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହି ମହତ୍ତ୍ୱ ।

aghan monthଜ୍ୟୋତିଷାଚାର୍ଯ୍ୟଙ୍କ କହିବାନୁଯାୟୀ ମାର୍ଗଶିର ମାସର ବାତାବରଣ ସ୍ୱାସ୍ଥ୍ୟ ଦୃଷ୍ଟି କୋଣରୁ ବହୁତ ଭଲ ହୋଇଥାଏ। ବର୍ଷା ଋତୁ ପରେ ଶରତ ଋତୁ ଆସିଥାଏ। ଏହି ଋତୁରେ ଆକାଶ ସଫା ହୋଇଯାଇଥାଏ ଏବଂ ସୂର୍ଯ୍ୟଙ୍କ କିରଣ ସିଧା ଆମ ଉପରେ ପଡିଥାଏ। ସୂର୍ଯ୍ୟଙ୍କ ପର୍ଯ୍ୟାପ୍ତ କିରଣ ଦ୍ୱାରା ଶରୀରକୁ ଲାଭ ମିଳିଥାଏ। ଏହି ମାସରେ ସକାଳୁ ନଦୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି। ସକାଳୁ ଜଲଦି ଉଠି ନଦୀରେ ସ୍ନାନ କରିବା ଦ୍ୱାରା ଶରୀରରେ ଶକ୍ତି ସଞ୍ଚାର ହୋଇଥାଏ। ଏହି ପ୍ରକାର ବାତାବରଣ ଦ୍ୱାରା ମଧ୍ୟ ଅନେକ ଶାରୀରିକ ରୋଗ ଆପେ ଆପେ ଭଲ ହୋଇଯାଇଥାଏ।

sankhaମାର୍ଗଶିର ମାସରେ ଶଙ୍ଖ ପୂଜା କରିବାର ପରମ୍ପରା

ଏହି ମାସରେ ଶଙ୍ଖ ପୂଜା କରିବାର ପରମ୍ପରା ରହିଛି। ସାଧାରଣତଃ ଶଙ୍ଖକୁ ଶ୍ରୀକୃଷ୍ଣଙ୍କ ପଂଚଜନ୍ୟ ଶଙ୍ଖ ଭଳି ଭାବି ପୂଜା କରିଥାନ୍ତି। ଏହି କାରଣରୁ ଶଙ୍ଖ ପୂଜା କରିବା ସମୟରେ ଏହି ମନ୍ତ୍ର ଜପ କରନ୍ତୁ।

maa laxmiଲକ୍ଷ୍ମୀଙ୍କ ପୂଜାରେ ଶଙ୍ଖ ରଖିବାର ବିଶେଷ ମହତ୍ତ୍ୱ

ଶଙ୍ଖକୁ ଦେବୀ ଲକ୍ଷ୍ମୀଙ୍କ ଭାଇ କୁହାଯାଇଥାଏ। ଏହି କାରଣରୁ ଲକ୍ଷ୍ମୀଙ୍କ ପୂଜାରେ ଶଙ୍ଖ ରଖାଯାଇଥାଏ। ଦେବୀ ଲକ୍ଷ୍ମୀଙ୍କ ସହ ଶଙ୍ଖ ପୂଜା କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଲାଗି ରହିଥାଏ। ଏଥିସହ ସମୁଦ୍ର ମନ୍ଥନ ସମୟରେ ଶଙ୍ଖ ପ୍ରକଟ ହେବାର ମାନ୍ୟତା ମଧ୍ୟ ରହିଛି।
ଏହି ମାସରେ ସକାଳୁ ଜଲଦି ଉଠି ନଦୀରେ ସ୍ନାନ କରିବାର ପରମ୍ପରା ରହିଛି। ଯଦି କୌଣସି ବ୍ୟକ୍ତି ନଦୀରେ ସ୍ନାନ କରିପାରନ୍ତି ନାହିଁ ତେବେ ସେମାନେ ଘରେ ହିଁ ନଦୀକୁ ଧ୍ୟାନ କରି ସ୍ନାନ କରିବା ଉଚିତ। ଆପଣ ଚାହିଁଲେ ପାଣିରେ ଗଙ୍ଗାଜଳ ମିଶାଇ ମଧ୍ୟ ସ୍ନାନ କରିପାରିବେ। ଏପରି ସ୍ନାନ କରିବା ଦ୍ୱାରା ଘରେ ହିଁ ତୀର୍ଥ ସ୍ନାନ ସମାନ ପୁଣ୍ୟ ପ୍ରାପ୍ତି ହୋଇଥାଏ।

ଏସବୁ ବ୍ୟତୀତ ଏହି ମାସରେ ଘରେ ନିଶା ସେବନ କରିବା ଏବଂ କଳି ଝଗଡା କରିବା ଅନୁଚିତ। ମାତା-ପିତାଙ୍କ ସମ୍ମାନ କରିବା ସହ ଯତ୍ନର ସହ କାମ କରନ୍ତୁ। ଏହିସବୁ କଥା ଉପରେ ଧ୍ୟାନ ରଖିବା ଦ୍ୱାରା ଘରେ ସୁଖ-ଶାନ୍ତି ଲାଗି ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.