Below header

ଜାଣନ୍ତୁ କଣ ଏହି “ବୋକାହାରାମ”, କାହିଁକି ବାରମ୍ବାର ରଚୁଛି ନରସଂହାର

ନରସଂହାର କରି କୁଖ୍ୟାତ ଜିହାଦି ସଂଗଠନ ବୋକୋହାରାମ ନାଇଜେରିଆରେ ପୁଣି ଥରେ ହଇଚଇ ସୃଷ୍ଟି କରିଛି । ଏକ ଅନ୍ତରାଷ୍ଟ୍ରୀୟ ସମ୍ବାଦ ସରବରାହ ସଂସ୍ଥା ତରଫରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, ଗତ ନଭେମ୍ବର ୨୮ ତାରିଖରେ ହୋଇଥିବା ଆକ୍ରମଣରେ ୧୧୦ ଜଣଙ୍କ ପ୍ରାଣ ହାନି ହୋଇଥିଲା । ଆଉ ଏହି ସମସ୍ତ ମୃତକ ଜଣେ ଜଣେ ଚାଷୀ ଥିଲେ । ଅବଶ୍ୟ ଏହି ଘଟଣା ଜିହାଦି ସଂଗଠନ ତରଫରୁ କରାଯାଇଥିବା ପ୍ରଥମ ଆକ୍ରମଣ ନୁହେଁ । ଏମିତି ଅନେକ ଆକ୍ରମଣ ପାଇଁ ବୋକୋହାରାମ ନିଜକୁ ଦାୟୀ କରିଛି । ତେବେ ଜାଣନ୍ତୁ କଣ ଏହି ସଂଗଠନ । କଣ ଏହାର ପ୍ରକୃତ ଉଦ୍ଦେଶ୍ୟ । ଆଉ କେଉଁ କାରଣ ପାଇଁ ଏମିତି ନରସଂହାର ରଚୁଛି । ପ୍ରକୃତରେ ୨୦୦୨  ମସିହାରେ କିଛି ଚରମପନ୍ଥୀଙ୍କ ଦ୍ୱାରା ଓ ମୁସଲମାନ ଧର୍ମଗୁରୁ ମହମ୍ମଦ ୟୁସୁଫଙ୍କ ଅଧ୍ୟକ୍ଷତାରେ ଏହି ସଂଗଠନର ସୃଷ୍ଟି ହୋଇଥିଲା । ଏହି ସଂଗଠନ ନାଇଜେରିୟାରୁ ଅନ୍ୟ ସମସ୍ତ କ୍ଷମତାକୁ ହଟାଇ ଏଠାରେ ଇସ୍ଲାମିକ ଷ୍ଟେଟ ଜାହିର କରିବାକୁ ଲକ୍ଷ ରଖିଥିଲା ।

bokoharam

ଏହି ସଂଗଠନର ଅଫିସିଆଲ ନାଁ “ଆସ- ସୂତ୍ର ଲୀଦ – ଦାଵା ଵଲ ଜିହ୍ୱାଦ” ।ମେଦଗୁରୀ ସହରରେ ଏହି ସଂଗଠନର ହେଡ଼କ୍ୱାର୍ଟର ଅବସ୍ଥିତ । ଏହି ସଂଗଠନ କଠୋର ପନ୍ଥୀ ଇସ୍ଲାମ ଉପରେ ବିଶ୍ୱାସ କରିଥାଏ । ଏହାର ଆଦର୍ଶ ଅନୁସାରେ ମୁସଲମାନମାନେ ଆଧୁନିକ ସଭ୍ୟତା ଠାରୁ ଦୁରେଇ ରହିବା ଉଚିତ । ସାମାଜିକ ଶୈଖିକ, ଆର୍ଥିକ କ୍ଷେତ୍ରରେ ମୁସଲମାନ ମାନେ ସଂଯମତା ରକ୍ଷା କରିବା ଉଚିତ । ଇଲେକ୍ସନରେ ଭୋଟ ଦେବାକୁ ମଧ୍ୟ ଏହି ସଂଗଠନ ବିରୋଧ କରିଥାଏ । ଆଧୁନିକ ବେଶପୋଷାକ ସହ ଝିଅ ମାନଙ୍କ ଘରୁ ପାଦ କାଢ଼ିବା ଉପରେ ବି ଏହି ସଂଗଠନ ବାରଣ କରିଆସିଛି । ପ୍ରାଥମିକ ସ୍ତରରେ ଏହି ସଂଗଠନ ନିକଟରେ ମାତ୍ର ଗୋଟିଏ ମସଜିଦ ସହିତ ଗୋଟିଏ ଇସ୍ଲାମ ଶିକ୍ଷା ଦେଉଥିବା ସ୍କୁଲ ଥିଲା । ଯେଉଁଠି କେବଳ ଗରିବ ଶ୍ରେଣୀର ପିଲାମାନେ ଶିକ୍ଷା ଗ୍ରହଣ କରିବା ନେଇ ସୁଯୋଗ ପାଇ ଆସୁଥିଲେ । ଧୀରେ ଧୀରେ ଏହି ସଂଗଠନ ରାଜାନୀତି ଆଡକୁ ମୁହାଁଇ ହୋଇଥିଲା । ସ୍ଥାନୀୟ ଗରିବ କୃଷକ ମାନଙ୍କୁ ନିଜ ଦଳରେ ସାମିଲ କରିବାକୁ ଲାଗିଥିଲା ।

୨୦୦୯ ରେ ବୋକୋହାରାମ ନିଜ ସଂଗଠକ ମାନଙ୍କ ସହ ମିଶି ନାଇଜେରିୟାର ପ୍ରଶାସନିକ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ଧ୍ବଂସ କରିବାକୁ ଚେଷ୍ଟା କରିଥିଲା ।ଏନେଇ ସ୍ଥାନୀୟ ପୋଲିସ ଉପରେ ବାରମ୍ବାର ଆକ୍ରମଣ ମଧ୍ୟ କରାଯାଇଥିଲା ।ଏହି ଆକ୍ରମଣରେ ପ୍ରସିଦ୍ଧ ନେତା ମହମ୍ମଦ ୟୁସୁଫ ବି ପ୍ରାଣ ହରାଇଥିଲେ ।ସେହି ବର୍ଷ କିଛି ସମୟ ପାଇଁ ଏହି ସଂଗଠନ ଦବି ଯାଇଥିଲେ ମଧ୍ୟ ପର ବର୍ଷ ପୁଣି ଥରେ ଏହା ସକ୍ରିୟ ହୋଇ ଉଠିଥିଲା । ଏହି କୁଖ୍ୟାତ ସଂହାଠନ ବିରୋଧରେ ୨୦୧୪ ମସିହାରେ ତୀବ୍ର ସ୍ୱର ଉଠିଥିଲା । ଏବେ ପୁଣି ଥରେ ସକ୍ରିୟ ହୋଇ ନରସଂହାର କରିବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.