ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଜର୍ସି ଖୋଲିଥିଲେ ମେସି, ଲାଗିଲା ୭୦ ହଜାର ଟଙ୍କା ଜୋରିମାନା

ନିଜର ଜର୍ସି ଖୋଲି ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ମେସିଙ୍କ ପାଇଁ ମହଙ୍ଗା ପଡିଲା। କିମ୍ବଦନ୍ତୀ ଫୁଟବଲ ଖେଳାଳି ଡିଏଗୋ ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ୍ ମେସି ନିଜର ଜର୍ସି ଖୋଲିଦେଇଥିଲେ । ମେସି ବାର୍ସେଲୋନା ବିରୋଧରେ ଖେଳୁଥିବା ବେଳେ ଏକ ଗୋଲ୍‌ ଦେଇ ନିଜର ଖୁସି ଜାହିର କରିବା ସହ ପିନ୍ଧିଥିବା ଜର୍ସି ଖୋଲିଥିଲେ। ଏଥିଲାଗି କେବଳ ମେସି ନୁହନ୍ତି, ତାଙ୍କ ଦଳ ଏଫ୍ସି ବାର୍ସେଲୋନା ମଧ୍ୟ ଦଣ୍ଡିତ ହୋଇଛି। ଉଭୟଙ୍କୁ ମିଳିତ ଭାବେ ୭୮୦ ୟୁରୋ ବା ପାଖାପାଖି ୭୦,୦୦୦ଟଙ୍କା ଜରିମାନା କରାଯାଇଛି। ସେଥିମଧ୍ୟରୁ ମେସିଙ୍କୁ ୫୪,୦୦୦ ଏବଂ ବାର୍ସେଲୋନା ଦଳକୁ ୧୬,୦୦୦ ଟଙ୍କା ଜରିମାନା ହୋଇଛି।

 

View this post on Instagram

 

A post shared by Leo Messi (@leomessi)

ବୁଧବାରର ବାର୍ସେଲୋନାର ଓସାସୁନା ଦଳ ବିପକ୍ଷ ମ୍ୟାଚରେ ମେସି ଦୁଇଟି ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ତାଙ୍କ ଦଳ ଗୋଲ୍ କରିବା ପରେ ସେ ହଠାତ୍ ବାର୍ସେଲୋନା ଜର୍ସି ଖୋଲି ଦେଇଥିଲେ ଏବଂ ତା’ ତଳେ ମାରାଡୋନା ଏକଦା ପିନ୍ଧୁଥିବା ଜର୍ସି ଥିଲା। ମାରାଡୋନାଙ୍କ ସେହି ପୁରୁଣା ଜର୍ସିରେ ହିଁ ସେ ଉତ୍ସବ ପାଳନ କରିଥିଲେ। ଏହାକରି ମେସି ନିଜ ପ୍ରିୟ ତାରକାଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଇଥିଲେ। ସାରାବିଶ୍ବର ଫୁଟବଲ୍ ପ୍ରେମୀ ତାଙ୍କର ଏହି ଶ୍ରଦ୍ଧାଞ୍ଜଳିକୁ ଖୁବ୍ ପ୍ରଶଂସା କରିଥିଲେ। ମେସିଙ୍କ ଏହି କାର୍ଯ୍ୟକୁ ସ୍ପେନିସ୍ ଫୁଟବଲ୍ ମହାସଂଘ ବି ପ୍ରଶଂସା କରିଥିଲା। ହେଲେ ପଡ଼ିଆ ଭିତରେ ଉତ୍ସବ ପାଳନ କରୁଥିଲା ବେଳେ ଜର୍ସି ଖୋଲିବା ନିୟମ ବିରୋଧ ହୋଇଥିବାରୁ ତାଙ୍କୁ ଦଣ୍ଡିତ ହେବାକୁ ପଡ଼ିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.