ଜାଣନ୍ତୁ କେମିତି ଛୁଇଁବା ଉଚିତ୍ ବଡ଼ଙ୍କ ପାଦ ? ଚରଣ ସ୍ପର୍ଶରେ ମିଳେ କି ଲାଭ

ଅନେକ ପ୍ରକାର ରୀତିନୀତିରେ ଭରପୁର ସନାତନ ପରମ୍ପରା । ଏହି ପରମ୍ପରା ମଧ୍ୟରେ ଗୋଟିଏ ହେଉଛି ବରିଷ୍ଠଙ୍କ ଚରଣ ସ୍ପର୍ଶ କରିବା । ଆମ ପରମ୍ପରାରେ ବୟୋଜ୍ୟେଷ୍ଠଙ୍କ ପାଦ ଛୁଇଁ ବିଦ୍ୟା, ବୁଦ୍ଧି ଏବଂ ସୁଖ ସମୃଦ୍ଧିର ଆଶୀର୍ବାଦ ମଗାଯାଏ । ଆଉ ବଡ଼ମାନେ ଭଲ କର୍ମର ଫଳ ସ୍ବରୂପ ଏସମସ୍ତ ଆଶୀର୍ବାଦ ରୂପରେ ଦେଇଥାନ୍ତି । ପିଲାବେଳୁ ଆମକୁ ବଡ଼ଙ୍କ ସମ୍ମାନ କରିବା ଏବଂ ଚରଣ ସ୍ପର୍ଶ କରିବାର ଯେଉଁ ଶିକ୍ଷା ମିଳିଛି ଆସନ୍ତୁ ଜାଣିବା ଏହାର ଲାଭ ବିଷୟରେ ।

ଚରଣ ସ୍ପର୍ଶର ଲାଭ :

ବରିଷ୍ଠଙ୍କ ଚରଣ ସ୍ପର୍ଶ କରିବା ଦ୍ବାରା ନିଜ ଭିତରେ ନମ୍ରତା, ଅନ୍ୟଙ୍କ ପ୍ରତି ଆଦର ଏବଂ ବିନୟ ଭାବ ଜାଗୃତ କରିଥାଏ । ଏହା ସହ ବରିଷ୍ଠଙ୍କ ସକରାତ୍ମକ ଉର୍ଜା ତାଙ୍କର ଆଶୀର୍ବାଦ ରୂପରେ ଆମ ଭିତରେ ପ୍ରବାହ ହୋଇଥାଏ ।

ଦେବତା ବି କରନ୍ତି ଚରଣ ସ୍ପର୍ଶ :

ଚରଣ ସ୍ପର୍ଶର ମହତ୍ବ ଏଥିରୁ ଜଣାପଡେ ଯେତେବେଳେ ନିଜ ମିତ୍ର ସୁଦାମଙ୍କ ଚରଣ ଭଗବାନ୍ ଶ୍ରୀକୃଷ୍ଣ ନା କେବଳ ଛୁଇଁଥିଲେ ବରଂ ଧୋଇଥିଲେ ମଧ୍ୟ । ସୁଖ ଏବଂ ସୌଭାଗ୍ୟର କାମନା କରି ଆମେ ନବରାତ୍ରୀରେ କୁଆଁରୀ କନ୍ୟାଙ୍କ ପାଦ ଧୋଇ ପୂଜା କରିଥାଉ ।

ଆଶୀର୍ବାଦରେ ଦୂର ହୋଇଥାଏ ବାଧା :

ବରିଷ୍ଠଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ଦ୍ବାରା ସମସ୍ତ କାର‌୍ୟ୍ୟ ଭଲ ଭାବରେ ସମ୍ପନ୍ନ ହୋଇଥାଏ । ଏହା ସହ ସମସ୍ତ ପ୍ରକାର ବାଧା ବିଘ୍ନ ଦୂର ହୋଇଥାଏ । ମାତା, ପିତା ଏବଂ ଗୁରୁଙ୍କ ଚରଣ ସ୍ପର୍ଶ କଲେ ଧନ ସହ ବିବାହ ସମ୍ବନ୍ଧୀୟ ସମସ୍ତ ବାଧା ଦୂର ହୋଇଯାଏ ।

କେମିତି ଛୁଇଁବେ ପାଦ :

କୌଣସି ଗୁରୁଜନ କିମ୍ବା ବରିଷ୍ଠଙ୍କ ପାଦ ଛୁଇଁବା ସମୟରେ ନିଜ ମୁଣ୍ଡକୁ ଦୁଇ ହାତ ମଧ୍ୟରେ ରଖି ଶରୀରର ଉପର ଭାଗକୁ ତଳକୁ ନୁଆଁଇ ଛୁଇବା ଉଚିତ୍ । ଏହା ସହ ପାଦ ଛୁଇଁବା ସମୟରେ ଉକ୍ତ ବ୍ୟକ୍ତିଙ୍କ ପ୍ରତି ଆଦର ଏବଂ ସମ୍ମାନ ଭାବନା ରଖିବା ଉଚିତ୍ । ବେଢଙ୍ଗରେ କାହାର ପାଦ ଛୁଇଁବା ଅନୁଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.