ଟ୍ରେନ୍‌ରେ ବିନା ଟିକେଟ୍‌ରେ ଗଲେ ବି ଧରିବନି ପୋଲିସ୍‌, କିନ୍ତୁ !

ଭୁବନେଶ୍ୱର (କେ ନ୍ୟୁଜ୍‌) : ବିଭିନ୍ନ କ୍ଷେତ୍ରରେ ଆମେ କାମ କଲା ବେଳେ ଅନେକ ବ୍ୟବସ୍ଥା ପ୍ରତି ଆମର ନଜର ନଥାଏ । ତେଣୁ ସେ ସରକାରୀ ହେଉ କି ବେସରକାରୀ କ୍ଷେତ୍ର, ଆମେ ଠକି ଯାଉ କେବଳ ଆମ ଅଜ୍ଞତା ପାଇଁ । ଆଜି ଆପଣଙ୍କୁ ଆମେ ଜଣାଇବୁ ଟ୍ରେନ୍‌ରେ ଯାତ୍ରା କଲା ବେଳେ କି କି ସୁବିଧା ରହିଛି, ଯାହାକୁ ଆମେ ଜାଣି ନାହୁଁ କିମ୍ବା ଆମେ ତାକୁ ନଜର ଅନ୍ଦାଜ କରି ଯାଉଛୁ ।

Related image

ଆପଣ ଜାଣନ୍ତି କି ? ଟ୍ରେନରେ ବିନା ଟିକେଟରେ ଯାତ୍ରା କଲେ ଆପଣଙ୍କୁ ପୋଲିସ୍ ଧରିବ ନାହିଁ ବୋଲି ? ଏକଥା ଜାଣିଲେ ଆପଣମାନେ ବହୁତ ଖୁସି ହୋଇଯିବେ । ତେବେ ଏକଥା କେବଳ ଲାଗୁ ଯେଉଁମାନେ ସମସ୍ୟାରେ ପଡ଼ି ବିନା ଟିକେଟ୍‌ରେ ଟ୍ରେନ୍‌କୁ ଚଢ଼ି ଆସିଛନ୍ତି । ନା ସେମାନଙ୍କ ପାଇଁ ଯେଉଁମାନେ ଜାଣିଶୁଣି ନିୟମିତ ଭାବେ ବିନା ଟିକେଟ୍‌ରେ ଯାତ୍ରା କରନ୍ତି । ଆପଣମାନଙ୍କୁ ଜଣାଇଦେବାକୁ ଚାହୁଁଛୁ କି ଭାରତୀୟ ରେଳବାଇ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ପାଇଁ କିଛି ବିଶେଷ ଓ ମାଗଣା ବ୍ୟବସ୍ଥା ରଖିଛି । ଯାହା ସମ୍ପର୍କରେ ହୁଏତ ଯାତ୍ରୀମାନେ ଜାଣିନଥିବା ଯୋଗୁଁ ବେଳେ ବେଳେ ଖୁବ୍‌ ହଇରାଣ ହୁଅନ୍ତି । ଏଇ ନିୟମ କାନୁନ ଓ ବ୍ୟବସ୍ଥା ସମ୍ବନ୍ଧରେ ଜାଣିବା ପରେ ଆପଣମାନେ ଟ୍ରେନରେ ସୁରୁଖୁରୁରେ ଯାତ୍ରା କରିପାରିବେ।

Related image

ପ୍ରଥମେ ଆସିବା ବିନା ଟିକେଟ୍‌ ପ୍ରସଙ୍ଗକୁ । ଟ୍ରେନ୍‌ରେ ବିନା ଟିକେଟ୍‌ ଯାତ୍ରୀଙ୍କ ସଂଖ୍ୟା କିଛି କମ୍‌ ନାହିଁ । ଏମାନଙ୍କୁ ଧରି ଟିଟିଇ ଫାଇନ୍‌ ଲଗାନ୍ତି । କେତେବେଳେ ଏହାକୁ ନେଇ ଝଗଡ଼ା ହୁଏ ତ ପୁଣି କେବେ ଯାତ୍ରୀଙ୍କୁ ରେଳବାଇ ପୋଲିସ୍‌ ହାଜତକୁ ଯିବାକୁ ପଡ଼େ । ତେବେ ଆମେ ଏଠି କହି ରଖୁଛୁ ଯେ ଯଦି ଆପଣ କୌଣସି ସମସ୍ୟାରେ ପଡ଼ି ବିନା ଟିକେଟ୍‌ରେ ଟ୍ରେନ୍‌ରେ ଉଠି ଯାଇଛନ୍ତି ତାହାହେଲେ ପ୍ରଥମେ ଏହାକୁ ନେଇ ଟିଟିଇଙ୍କୁ ବୁଝାଇବାକୁ ପଡ଼ିବ । ସମସ୍ୟା ସମ୍ପର୍କରେ ଯଦି ସେ ଯଦି ଠିକ୍‌ ଭାବେ ବୁଝି ଗଲେ ତେବେ କେବଳ ଆପଣଙ୍କ ଠାରୁ ଟିକେଟ୍‌ ଭଡ଼ା ନେବେ । ନଚେତ ଅଧିକ ଫାଇନ୍‌ ଲାଗିଯିବ । ଏହା ସହିତ ଏକଥା ବି ଜାଣି ରଖନ୍ତୁ, ବିନା ଟିକେଟ୍‌ ଯାତ୍ରୀଙ୍କୁ କିନ୍ତୁ ପୋଲିସ୍‌ ଧରିବାର ନିୟମ ନାହିଁ । କାରଣ ପୋଲିସ୍‌ ସିନା ଟିଟିଇଙ୍କ ସହ ଥାନ୍ତି । ହେଲେ ସେମାନେ ଟିକେଟ୍‌ ଚେକ୍‌ କରିବା ଅଥବା ଯାତ୍ରୀଙ୍କୁ ଧରିବାର ଅଧିକାର ପାଇ ନାହାନ୍ତି । କେବେ କେବେ ଟ୍ରେନ ଭିତରେ କିମ୍ବା ପ୍ଲାଟଫର୍ମରେ ଆର୍‌ପିଏଫ୍‌ ଓ ଜିଆରପି ଟିକେଟ ଚେକିଙ୍ଗି କରୁଥିବାର ଦେଖିବାକୁ ମିଳିଥାଏ। ସତରେ କିନ୍ତୁ ସେମାନଙ୍କର ଏହା କରିବାର ଅଧିକାର ନାହିଁ । ଏ ଅଧିକାର କେବଳ ଟିଟିଇଙ୍କର ଏବଂ ଅଧିକୃତ ଟିକେଟ ଚେକିଂ ଷ୍ଟାଫ୍‌ଙ୍କର ଅଛି । ଟିଟିଇ ଓ ଟିଟିସିଙ୍କ ବ୍ୟତୀତ ଅନ୍ୟ କେହି ଆପଣଙ୍କୁ ଟିକେଟ ବାବଦରେ ପଚାରି ପାରିବେ ନାହିଁ। ଆରପିଏଫ୍‌ ବା ରେଳବାଇ ପୋଲିସ୍‌ ଫୋର୍ସର କର୍ମଚାରୀ ଟ୍ରେନରେ ହେଉଥିବା ବିଶୃଙ୍ଖଳା ଓ ଗଣ୍ଡଗୋଳକୁ ରୋକିବା ଏବଂ ଯାତ୍ରୀଙ୍କ ସୁରକ୍ଷା ପାଇଁ ରହିଛନ୍ତି। ଯଦି କୌଣସି ଆରପିଏଫ୍‌ ଆପଣଙ୍କୁ ପଚାରେ କିମ୍ବା ଟିକେଟ କଥା ନେଇ ଧମକ ଦିଏ ତେବେ ସେହି କର୍ମଚାରୀ ବିରୋଧରେ ଆପଣ ଅଭିଯୋଗ ପରି ପାରିବେ । ଫୋନ୍‌ ନମ୍ବର 155210 କିମ୍ବା 9717630982ରେ ସିଧସଳଖ କରିପାରିବେ ଅଭିଯୋଗ । ନଚେତ୍ ଆପଣ ନିଜ ମୋବାଇଲରେ ଏସ୍‌ଏମ୍‌ଏସ୍‌ କରି ପାରିବେ। indianrailways.com ରେ ଏହି ଅଭିଯୋଗ କରିବାର ବ୍ୟବସ୍ଥା ରହିଛି । ନିକଟରେ ଥିବା ରେଳ ଅଧିକାରୀଙ୍କ ୁ ଭେଟି ଅଭିଯୋଗ ମଧ୍ୟ ଦେଇ ପାରିବେ । ଭାରତୀୟ ରେଳବାଇ ଦୁର୍ନୀତି ନିୟନ୍ତ୍ରଣ ପାଇଁ ଏହି ନମ୍ୱର୍ ଜାରି କରିଛି।

Image result for railway rules

ଆଉ ଟିଟିଇ ମଧ୍ୟ ରାତି ୧୦ଟା ପରେ ଟିକେଟ ଚେକିଂ କରି ପାରିବେ ନାହିଁ। ରାତିରେ ଯେଭଳି ଯାତ୍ରୀମାନେ ହଇରାଣ ନହୁଅନ୍ତି ସେଥିପାଇଁ ରେଳ କର୍ତ୍ତୃପକ୍ଷ ଏହି ନିୟମ କରିିଛନ୍ତି । ଭାରତୀୟ ଜନତାଙ୍କ ଲାଇଫ୍‌ ଲାଇନ୍‌ ହେଉଛି ଟ୍ରେନ୍‌ । ସବୁଠୁ ଶାସ୍ତାରେ ଯାତ୍ରା କରିବାର ମାଧ୍ୟମ। ତେଣୁ ଚୋରାରେ ନଯାଇ ଟିଟିଇଙ୍କୁ ନ ଲୁଚି ଗୋଟିଏ ମାସିକିଆ ପାସ୍ କରନ୍ତୁ ଓ ଆରାମରେ ନିଜ ନିଜ ଲୋକାଲରେ ଯା ଆ ଆସ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.