ଭାରତରେ ଏହି ହିନ୍ଦୁ ମନ୍ଦିରର ପୁନର୍ଗଠନ କରିଥିଲେ ଜଣେ ଇଂରେଜ, ଏମିତି ବନିଯାଇଥିଲେ ଭଗବାନ ଶିବଙ୍କ ଭକ୍ତ

ଇଂରେଜମାନେ ଭାରତରେ ଦୀର୍ଘ ଦିନ ଧରି ଶାସନ କରିଥିଲେ । ଏହି ଶାସନ କାଳରେ ସେମାନେ ଭାରତରେ ବହୁ ଚର୍ଚ୍ଚ ନିର୍ମାଣ କରିଥିଲେ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମିତି ଜଣେ ଇଂରେଜ ଥିଲେ ଯିଏକି ଭଗବାନ ଶିବଙ୍କ ଭଗ୍ନ ମନ୍ଦିରର ପୁନର୍ଗଠନ କରିଥିଲେ । ଖାଲି ସେତିକି ନୁହେଁ ଭଗବାନ ଶିବଙ୍କର ଭକ୍ତ ମଧ୍ୟ ବନିଯାଇଥିଲେ ।

lord shiva temle
photo credit: aajtak.in

ଏହି କଥା ହେଉଛି ୧୮୮୦ ମସିହାର । ସେତେବେଳେ ମଧ୍ୟପ୍ରଦେଶର ମାଲ୍‌ଓ୍ଵା ଠାରେ ଥିବା ଶିବ ମନ୍ଦିରର ପୁନନିର୍ମାଣ କରିଥିଲେ ଲେପଟାଣ୍ଟ କର୍ଣ୍ଣେଲ ମାର୍ଟିନ । ଏମିତି କି ସେ ଭଗବାନ ଶିବଙ୍କ ବଡ଼ ଭକ୍ତ ମଧ୍ୟ ବନିଯାଇଥିଲେ । ସେ କହିଥିଲେ ଯେ ଭଗବାନ ଶିବ ଆଫଗାନ ଯୁଦ୍ଧରେ ତାଙ୍କର ଜୀବନ ବଞ୍ଚାଇଥିଲେ ।

lord shiva temle.
photo credit: aajtak.in

କର୍ଣ୍ଣେଲ ମାର୍ଟିନ ଯେତେବେଳେ ଆଫଗାନରେ ଯୁଦ୍ଧ ଲଢ଼ୁଥିଲେ । ନିୟମିତ ଭାବେ ସେ ତାଙ୍କ ପତ୍ନୀଙ୍କୁ ସେ ଚିଠି ଲେଖି ନିଜର ହାଲ୍‌ଚାଲ୍‌ କହୁଥିଲେ । ହେଲେ ହଠାତ୍‌ ତାଙ୍କର ଚିଠି ଆସିବା ବନ୍ଦ ହୋଇଗଲା । ପତ୍ନୀ ଏଥିରେ ବିଚଳିତ ହୋଇ ପଡ଼ିଲେ ।
ଘରେ ବସି ବସି ଚିନ୍ତିତ ହେବା ଅପେକ୍ଷା ମିସେସ୍‌ ମାର୍ଟିନ ଘୋଡ଼ା ସବାରୀ କରି ମନ ବୁଝାଇବାକୁ ଚେଷ୍ଟା କରୁଥିଲେ । ଦିନେ ମିସେସ୍‌ ମାର୍ଟିନ ଘୋଡ଼ାରେ ବୁଲୁବୁଲୁ ବୈଜନାଥ ମନ୍ଦିର ପାଖରେ ଯାଉଥିଲେ । ସନ୍ଧ୍ୟାରେ ମନ୍ଦିରର ଚାରିପାର୍ଶ୍ୱରେ ଶଙ୍ଖ ଧ୍ୱନୀ ଓ ମନ୍ତ୍ରର ଶବ୍ଦ ତାଙ୍କୁ ମନ୍ଦିର ଆଡକୁ ଆକର୍ଷିତ କଲା ।

baijanath mandir
photo credit: aajtak.in

ମିସେସ ମାର୍ଟିନ ମନ୍ଦିର ଭିତରକୁ ପ୍ରବେଶ କରି ନିରବରେ ଠିଆ ହୋଇଥିବା ବେଳେ ପୂଜକଙ୍କ ଦୃଷ୍ଟି ମିସେସ୍‌ ମାର୍ଟିନଙ୍କ ଉପରେ ପଡ଼ିଲା । ପୂଜକ ମାର୍ଟିନଙ୍କୁ ଚିନ୍ତାର କାରଣ ପଚାରିବା ସହ କେହି ବ୍ୟକ୍ତି ଏଠାକୁ ଆସିଲେ ଖାଲି ହାତରେ ଫେରି ଯାଆନ୍ତି ନାହିଁ । ଭଗବାନ ତାଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତି ବୋଲି କହିଥିଲେ । ମିସେସ ମାର୍ଟିନଙ୍କୁ ୧୧ ଦିନ ପର୍ଯ୍ୟନ୍ତ ଓଁ ନମଃ ଶିବାୟ ମନ୍ତ୍ର ଜପ କରିବାକୁ ଉପଦେଶ ଦେଲେ । ମିସେସ ମାର୍ଟିନ ଭଗବାନ ଶିବଙ୍କୁ ସ୍ୱାମୀଙ୍କ ସୁରକ୍ଷିତ ଫେରିବା ମନସ୍କାମନା କରିବା ସହ ସ୍ୱାମୀ ଫେରିଆସିଲେ ଭଗ୍ନ ମନ୍ଦିରର ପୁନର୍ଗଠନ କରିଦେବେ ବୋଲି ପୂଜକଙ୍କୁ କହିଥିଲେ ।

lord shiva -
photo credit: aajtak.in

ଠିକ୍‌ ୧୦ ଦିନ ପରେ ଆଫଗାନ ଯୁଦ୍ଧରେ ଫସିଥିବା କର୍ଣ୍ଣଲ ମାର୍ଟିନଙ୍କ ଚିଠି ପତ୍ନୀଙ୍କୁ ମିଳିଲା । ସେଥିରେ ସେ ଲେଖିଥିଲେ, ମୁଁ ତୁମକୁ ପ୍ରତିଦିନ ଚିଠି ଲେଖୁଥିଲି । ହେଲେ ହଠାତ୍‌ ପଠାଣ ସୈନ୍ୟ ଆମକୁ ଘେରିଗଲେ । ଆମର ବଞ୍ଚିବାର ବାଟ ନଥିଲା, ହଠାତ୍‌ ଏକ ଚମତ୍କାର ଘଟିଲା, ଆମେ ବଞ୍ଚିଗଲୁ । ଏପରି ଚିଠି ପାଇ ମିସେସ ମାର୍ଟିନଙ୍କ ଆଖିରୁ ଆନନ୍ଦାଶ୍ରୁ ବହିବାକୁ ଲାଗିଲା । ଭଗବାନ ଶିବଙ୍କ ପ୍ରତି ତାଙ୍କର ଆସ୍ଥା ଆହୁରି ଦୃଢ଼ ହୋଇଗଲା । ସେ ଭଗବାନଙ୍କ ଫଟୋ ତଳେ ପଡ଼ିଯାଇ କାନ୍ଦିବାକୁ ଲାଗିଲେ । କିଛି ଦିନ ପରେ କର୍ଣ୍ଣେଲ ଯୁଦ୍ଧରୁ ଫେରିବା ପରେ ପତ୍ନୀ ତାଙ୍କୁ ପୁରା କାହାଣୀ କହିଲେ ।

lord shiva
photo credit: aajtak.in

ସେତେବେଳକୁ ପତି-ପତ୍ନୀ ଦୁହେଁ ଶିବଙ୍କ ଭକ୍ତ ହୋଇଯାଇଥିଲେ । ୧୮୮୩ ମସିହାରେ ମନ୍ଦିରର ପୁନର୍ଗଠନ କରିବା ପାଇଁ ଦୁହେଁ ୧୫,୦୦୦ ଟଙ୍କା ଦାନ କରିଥିଲେ । ଏହି କଥା ଆଜି ମଧ୍ୟ ବୈଜନାଥ ମନ୍ଦିରରେ ରଖାଯାଇଥିବା ଏକ ପଥର ଉପରେ ଲେଖାଯାଇଛି । ଏମିତି କୁହାଯାଇଛି ଯେ ମିସେସ ମାର୍ଟିନ ଓ କର୍ଣ୍ଣେଲ ମାର୍ଟିନ ବ୍ରିଟେନ ନିଜ ଘରେ ମଧ୍ୟ ଏକ ଶିବ ମନ୍ଦିର ଗଢ଼ି ସାରା ଜୀବନ ପୂଜାର୍ଚ୍ଚନା କରିବେ ବୋଲି ଶପଥ ନେଇଥିଲେ । ପରେ ତାହା କରିଥିଲେ ବୋଲି ମଧ୍ୟ ଜଣାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.