ଧରାପୃଷ୍ଠ ରଙ୍ଗବେରଙ୍ଗର ଫୁଲ ଦ୍ୱାରା ସଜାଇ ହୋଇଥାଏ । କେଉଁ ଫୁଲ କୋଣ ଅନୁକୋଣରେ ତାର ବାସ୍ନାର ମହକ ଭରି ଦେଇ ଥାଏତ ପୁଣି କାର ମହକ ନଥାଇ ବାଟ ଚଲା ଲୋକଙ୍କୁ ଆକର୍ଷଣ କରିଥାଏ । ଆଶ୍ୱୀନ ମାସର କଅଁଳିଆ ବାଦଲର ହାଲକା ପବନ ମଧ୍ୟରେ ଖିଲ ଖିଲ ଗୀତ ଗାଇ ଖେଳି ବୁଲେ ଧରଣୀ ବକ୍ଷରେ । ମନ ମୁଗ୍ଧ କରିଥାଏ କବି,ଭାବୁକ ଓ ବାଟଚଲା ଲୋକଙ୍କର । ପାର୍ବଣର ଆଗମନରେ କାଶତଣ୍ଡୀ ଫୁଲ ଧରଣୀ ରାଣୀର ଗଭାରେ ଶୋଭା ପାଉଛି। ସଭିଙ୍କ କାନରେ ବାଣ୍ଟି ଦେଇଥାଏ ଶାନ୍ତିର ବାର୍ତ୍ତା ।
ପାର୍ବଣ ଋତରୁ ଆଗମନରେ ଥିରି ଥିରି ପବନରେ କାଶତଣ୍ଡୀ ଫୁଲ ଖିଲି ଖିଲି ହସିଥାଏ । ଧୋବ ଫର ଫର ହୋଇ ଝଟକି ଥାଏ ସ୍ୱର୍ଯ୍ୟଙ୍କ କିରଣରେ । ଚାନ୍ଦିପରି ଚିକ ଚିକ କରି ଝଟକି ଥାଏ ଏହି ଧରା ପୃଷ୍ଟରେ । ପୁଣି କେତେ ବେଳେ ମେଘୁଆ ଆକାଶର ଭଷା ବାଦଲ ସହିତ ତାଳ ଦେଇ ନାଚି ଉଠିଥାଏ । ବୁଦା ବୁଦା ଫୁଲ ଶରତେ ଖେଳି ବୁଲୁଛି । ସ୍ଥାଇତ୍ୱ ନଥିବାରୁ ସବୁ ଦୁଖକୁ ଜାବୁଡି ଧରି ପଡି ରହିଥାଏ । ସ୍ୱଳ୍ପ ସମୟ ପାଇଁ ହେଲେ ମଧ୍ୟ ମନ ଖୋଲା ହସ ମଧ୍ୟରେ ହଜେଇ ଦେଇଥାଏ ନିଜକୁ । ଖେଳି ବୁଲୁଥାଏ ଏହି ଧରଣୀ ବକ୍ଷରେ । କାଶତଣ୍ଡୀ ର ମହକ ନଥିଲେବି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦ୍ୱୀଗୁଣିତ କରିଥାଏ । ନଦୀ ପଠା ଠାରୁ ଆରମ୍ଭ କରି ପୋଖରୀ ହୁଡା ଓ ପଡିଆ ମଧ୍ୟରେ ଦେଖିବାକୁ ମିଳିଥାଏ କାଶତଣ୍ଡୀର ମେଳ । ବାଟ ଚଲା ଲୋଟିଏବି କିଛି ସମୟ ପାଇଁ ଅଟକି ରହିଯାଏ ଏହି ଫୁଲକୁ ଦେଖି । କବି ଭାବୁକ ହୋଇ ଥାଆନ୍ତି ଆନମନା । କାଶତଣ୍ଡୀ ଫୁଲ ମହକ ହୀନ ହେଲେ ମଧ୍ୟ ପ୍ରକୃତି ରାଣି ହସି ଉଠିଥାଏ । ସାହିତ୍ୟକ ମାନେ ଆନନ୍ଦ ଅନୁଭବ କରି ଥାଆନ୍ତି ।
ଶାରଦୀୟ ସମ୍ଭାର ନେଇ ଆସିଥାଏ କାଶତଣ୍ଡୀ । ପବନର ଛୁଆଁରେ ଖିଲି ଖିଲି ହସ ସହିତ ଦେବୀ ଦୂର୍ଗାଙ୍କ ନିକଟରେ ନିଜକୁ ସମର୍ପିବା ଲାଗି କରିଥାଏ ଅପେକ୍ଷା । ଏହାକୁ ଦେଖି କବି ଭାବୁକ ମାନେ କଲମ କାଗଜ ଧରି ବସିଯାଆନ୍ତି କିଛି ସମୟ ପାଇଁ ଏହାକୁ ବର୍ଣ୍ଣନା କରିବାକୁ ।ଆଶ୍ୱୀନ ମାସର ଶରତ ଋତୁରେ କାଶତଣ୍ଡୀର ପସରା ଦେଖିବାକୁ ମିଳିଥାଏ । ବହୁ କମ ସମୟ ଅନ୍ୟକୁ ସୌନ୍ଦର୍ଯ୍ୟ ବାଣ୍ଟି ନିଜର ସତା ହରାଇ ବସେ । କିଏ ଏହାକୁ ନେଇ କାଇଁସ ଡଲା ବୁଣୁଛିତ ପୁଣି କିଏ ଝାଡୁ ତିଆରି କରିଥାଏ । ପୁଜାରେ ଏହି ଡଲାକୁ ବିକି ବେସ ଦ୍ୱିପଇସା ରୋଜଗାର କରିଥାଆନ୍ତି ବେପାରୀ ମାନେ । ଏହାର ମହକ ନଥିବାରୁ ଆଦର ପାଇ ନଥାଏ କେଉଁ ଠାରୁ ।