Below header

ଚଳିତ ପାର୍ବଣ ଋତୁରେ ୭୦,୦୦୦ ଲୋକଙ୍କୁ ନିଯୁକ୍ତି ଦେବ ଫ୍ଲିପ୍‌କାର୍ଟ, ଆପଣଙ୍କ ସହରରେ ବି ରହିଛି ସୁଯୋଗ

ଆଗାମୀ ପାର୍ବଣ ଋତୁରେ ୭୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିଯୁକ୍ତି ଦେବାକୁ ଯାଉଛି ଫ୍ଲିପ୍‌କାର୍ଟ। ଏନେଇ କମ୍ପାନୀ ତରଫରୁ ସୂଚନା ଦିଆଯାଇଛି। ଓ୍ଵାଲମାର୍ଟ ମାଲିକାନାରେ ଥିବା ଇ-କମର୍ସ କମ୍ପାନୀ ଫ୍ଲିପ୍‌କାର୍ଟ ତରଫରୁ କୁହାଯାଇଛି ଚଳିତ ପାର୍ବଣ ସିଜିନ୍‌ରେ ୭୦ ହଜାର ଲୋକଙ୍କୁ ସିଧାସଳଖ ଓ ଲକ୍ଷ ଲକ୍ଷ ଲୋକଙ୍କୁ ପରୋକ୍ଷରେ ଚାକିରି ଦିଆଯିବ।

ସିଧାସଳଖ ନିଯୁକ୍ତି ସପ୍ଲାଏ ଚେନ୍‌ ମାଧ୍ୟମରେ ହେବ। କମ୍ପାନୀ ତରଫରୁ ଡେଲିଭରି ଏକ୍‌ଜିକ୍ୟୁଟିଭ୍‌, ପିକର୍ସ, ପ୍ୟାକର୍ସ ଓ ସର୍ଟସ ପଦବୀ ପାଇଁ ନିଯୁକ୍ତି ଦିଆଯିବ। ଅନ୍ୟପଟେ ମାଲ ପରିବହନ ପାଇଁ ମଧ୍ୟ କମ୍ପାନୀ ଅନ୍ୟାନ୍ୟ ରୋଜଗାର ସୃଷ୍ଟି କରିବ ବୋଲି କହିଛି।

flipkart2

ଏନେଇ ଫ୍ଲିପ୍‌କାର୍ଟର ସିନିୟର ଭାଇସ୍‌ ପ୍ରେସିଡେଣ୍ଟ ଅମିତେଶ ଝା କହିଛନ୍ତି ଆମେ ବିଗ୍‌ ବିଲିୟନ୍‌ ଡେରେ ସମସ୍ତଙ୍କ ପାଇଁ ସୁଯୋଗ ନେଇ ଆସିବୁ। ଆମେ ଇକୋସିଷ୍ଟମ୍‌କୁ ପ୍ରଭାବିତ କରିବାକୁ ଚେଷ୍ଟା କରିବୁ। ସୂଚନାଯୋଗ୍ୟ ଯେ ଏବେ ଇକମର୍ସ ବଜାରରେ ଆମାଜନ୍‌ ଓ ରିଲାଏନ୍ସ ଜିଓ ମାର୍ଟକୁ କଡ଼ା ଟକ୍କର ଦେଉଛି ଫ୍ଲିପ୍‌କାର୍ଟ। ଚଳିତବର୍ଷ ରିଲାଏନ୍ସ ଜିଓ ମାର୍ଟର ବଜାର ପ୍ରବେଶ କରାଇଛି। ସେହିପରି ଆମାଜନ ବି ବ୍ୟବସାୟ ବଢ଼ାଇଛି। କରୋନା ମହାମାରୀ ବେଳେ ଦେଶରେ ବେକାରୀ ବଢ଼ିଥିବା ବେଳେ ଇ-କମର୍ସମାନେ ରୋଜଗାର ବଢ଼ାଇବାକୁ ଚେଷ୍ଟା ଜାରି ରଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.