ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣା, ପକ୍ସୋ ଆକ୍ଟ ଅନୁଯାୟୀ OTV ଏମଡିଙ୍କୁ ଗିରଫ ଦାବି

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଘଟଣାରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ ପ୍ରୋଗ୍ରେସିଭ ଓ୍ଵିମେନ ଫୋରମ୍‌ । ଘଟଣାକୁ ଚାପି ଦେବାକୁ ଓଟିଭି ଏମଡି ଉଦ୍ୟମ କରିଥିବା ଫୋରମ ଅଭିଯୋଗ କରିଛି । ସେହିଭଳି ଓଟିଭି ଏମଡି କେଉଁ ଆଧାରରେ ପୀଡିତାଙ୍କ ମାଆଙ୍କୁ ପ୍ରମାଣ ମାଗୁଛନ୍ତି ତାକୁ ନେଇ ଓ୍ଵିମେନ ଫୋରମ୍‌ ପ୍ରଶ୍ନ ଉଠାଇଛି ।

ପକ୍ସୋ ଆକ୍ଟର ଧାରା ୨୧ ଆଧାରରେ ତାଙ୍କୁ ଗିରଫ କରିବାକୁ ଫୋରମ ପକ୍ଷରୁ ଦାବି ହୋଇଛି । ଓଟିଭି ଏମଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଂଗଠନ ଚେତାବନୀ ଦେଇଛି।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.