ବସରେ ଆଜି ବି ରହିଛି ନିର୍ଭୟା ଦୁଷ୍କର୍ମର ଚିହ୍ନ , ଚିତ୍କାର କରି କହୁଛି ସେହି କାଳରାତିର କଳାକାହାଣୀ

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମକୁ ପୁରିଛି ୬ ବର୍ଷ । ୧୬ ଡିସେମ୍ବର ୨୦୧୨ରେ ହୋଇଥିବା ଏହି ଲୋମଟଙ୍କୁରା ଘଟଣା ଥରାଇ ଦେଇଥିଲା ଭାରତ ସମେତ ସାରା ବିଶ୍ୱକୁ । ଦୁଷ୍କର୍ମକାରୀଙ୍କ ପଶୁତ୍ୱର ନଗ୍ନ ପ୍ରତିଛବି ଦେଖିବାକୁ ମିଳିଥିଲା ଏ ଘଟଣାରୁ । ଦୋଷୀଙ୍କୁ ଦଣ୍ଡାଦେଶ । ପୀଡିତାର ନ୍ୟାୟ ଜେଲ୍ ଦଣ୍ଡ ନୁହେଁ ଫାଶୀ ବୋଲି କହୁଥିଲେ ସାରା ଜନତା ।  ସମସ୍ତଙ୍କ ଆଖିରେ ଜଳ ଜଳ ହୋଇ ଦିଶୁଥିଲା ପ୍ରତିବାଦର ନିଆଁ। ତେବେ ଏହି ଜଘନ୍ୟ ଅପରାଧର ମୂକସାଖୀ ଥିଲା ସେହି ବସ୍ । ଜାଣନ୍ତୁ ଏବେ ତାହା କେଉଁଠି ଏବଂ କେମିତି ଅଛି ।

ଦିନେଶ ଯାଦବ ନାଁରେ ରେଜିଷ୍ଟର୍ ଏହି ବସ୍ ଆଜି ତାକୁ ମିଳିନାହିଁ । ଏହି ବସକୁ ଏବେ ବି ଯଦି ଦେଖିବେ ଆପଣଙ୍କୁ ଲାଗିବ ଯେମିତି ନିଜେ ନିର୍ଭୟା ସହ ହୋଇଥିବା ଅତ୍ୟାଚାରକୁ ଚିତ୍କାର କରି କହୁଛି । ବସ୍ ଭିତରେ ପ୍ରବେଶ କଲେ ଆପଣଙ୍କୁ ବସର ଓଡୋମିଟର୍ ଦେଖାଯିବ, ଯେଉଁଥିରେ ଆପଣଙ୍କୁ ୨,୨୬,୭୮୪ କିଲୋମିଟର ଲେଖାଥିବ । ଅର୍ଥାତ୍ ନିର୍ଭୟା କାଣ୍ଡ ପୂର୍ବରୁ ବସ୍ ଏତିକି କିଲୋମିଟର ଚାଲିସାରିଛି ।

ଏହା ସହ ପଢନ୍ତୁ ପଶୁତ୍ବର ସୀମା ଲଙ୍ଘିଥିବା ଦେଶର ଚାରିଟି ଲୋମଟାଙ୍କୁରା ଦୁଷ୍କର୍ମ ମାମଲା , ଯାହା ଆଇନକୁ ବଦଳିବାକୁ କରିଛି ବାଧ୍ୟ

nirbhayaବସର ଡ୍ୟାସବୋର୍ଡ ଏବଂ ଇଞ୍ଜିନରେ କଳଙ୍କ ଲାଗିସାରିଛି । ବସର ମାଲିକ ଯଦିଓ ଦୁଇ ଦୁଇ ଥର ଏହାକୁ ନେବା ପାଇଁ ଆବେଦନ କରିସାରିଛନ୍ତି ହେଲେ ପୋଲିସ୍ ଏଯାଏଁ ଦେଇନାହିଁ । ଯାହାର କାରଣ ସେ ସମୟରେ ଏହି ମାମଲା ତାଜା ଥିଲା । ଏବଂ ବସଟି ରାସ୍ତାକୁ ଓହ୍ଲାଇଥିଲେ କାନୁନ୍ ବ୍ୟବସ୍ଥାରେ ଅବରୋଧ ହୋଇଥାନ୍ତା । ବସଟିକୁ ଘଟଣାର ପରଦିନ ଅର୍ଥାତ୍ ୧୭ ଡିସେମ୍ବରରେ ସନ୍ତ ରବିଦାସ କ୍ୟାମ୍ପରୁ ଜବତ କରିଥିଲା । ଯେଉଁଠି ଏହି ମାମଲାର ୬ରୁ ୪ ଜଣ ଦୋଷୀ ରହୁଥିଲେ । ମାମଲାରେ ପର୍ଯ୍ୟାପ୍ତ ପରିମାଣର ପ୍ରମାଣ ଜୁଟାଇବା ପାଇଁ ମାଧ୍ୟମ ଥିଲା ଏହି ବସ୍ ।

busବିଶ୍ବ ଦରବାରରେ ଦେଶକୁ ଲଜ୍ଜିତ କରିଥିବା ଏହି ମାମଲା ପରଦିନ ଯେତେବେଳେ ଲୋକଲୋଚନକୁ ଆସିଲା ସେତେବେଳେ ବସଟିକୁ ନିଆଁ ଲଗାଦେବା ପାଇଁ ଦାବି କରିଥିଲେ ଜନତା । କିନ୍ତୁ ବସଟିରେ ନିର୍ଭୟା ଦୁଷ୍କର୍ମ ହୋଇଥିବାରୁ ପ୍ରମାଣ ସ୍ବରୂପ ବସକୁ ସୁରକ୍ଷିତ ରଖିବା ଥିଲା ପୋଲିସର ସବୁଠାରୁ ବଡ଼ ଦାୟିତ୍ବ । ତେଣୁ ଲୋକଙ୍କ ରାଗରୁ ଏହି ବସଟିକୁ ରକ୍ଷା କରିବା ପାଇଁ ଅତ୍ୟନ୍ତ ଗୋପନୀୟ ଉପାୟରେ ଏହାକୁ ସୁରକ୍ଷିତ ରଖିବାକୁ ପ୍ଲାନ୍ କରିଥିଲା ପୋଲିସ୍ । ତେଣୁ ତ୍ୟାଗରାଜ୍ ଷ୍ଟାଡିୟମରୁ ବାହାର କରି ଏହାକୁ ଅନେକ ବସ୍ ମାନଙ୍କ ମଧ୍ୟରେ ରଖିଦେଲେ ଯାହା କାହାକୁ ସନ୍ଦେହ ହେବ ନାହିଁ ।

ଏହା ସହ ବସକୁ ଯେମିତି କେହି କ୍ଷତି ନପହଚାଂଇବେ ତେଣୁ ସାଧା ପୋଷାକରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିଥିଲା ପୋଲିସ୍ । ଗତ ୬ ବର୍ଷ ମଧ୍ୟରେ ଏହି ବସ୍ ସାକେତ୍ କୋର୍ଟରେ ପାର୍କ ଥିଲା ଏବଂ ପରେ ବସନ୍ତ ବିହାର ପୋଲିସ୍ ଷ୍ଟେସନରେ । ତେବେ ପୁରା ୬ ବର୍ଷ ପରେ ଗତ ଏପ୍ରଲ୍ ମାସରେ ଏହି ବସ୍ ପୁଣି ଥରେ ସେହି ରାସ୍ତାରେ ଚାଲିଥିଲା ଯେଉଁ ରାସ୍ତାରେ କଳାରାତିରେ ଚାଲିଥିଲା । ହେଲେ ଏଥର କ୍ରେନ୍ ଜରିଆରେ ଯାଇଥିଲା ଉକ୍ତ ରାସ୍ତାରେ ଏବଂ ଚୁପଚାପ୍ ପଶ୍ଚିମ ଦିଲ୍ଲୀର ସେହି ସ୍ଥାନରେ ପହଂଚିଲା ଯେଉଁଠି ଆଜି ଅଛି । 

nirbhaya busତେବେ ଏହି କେସ୍ ସହ ଜଡିତ ଜଣେ ପୋଲିସ୍ ଅଧିକାରୀ କହିଛନ୍ତି, ଏବେ ଏହି ବସକୁ କେହି କିଣିବେ ନାହିଁ । ତେଣୁ କୌଣସି ଦିନ ଏହାକୁ କବାଡିରେ ଦେଇଦିଆଯିବ । ବର୍ତ୍ତମାନ ସମୟରେ ଏହି ବସର ଆନୁମାନିକ ମୂଲ୍ୟ ପ୍ରାୟ ୫ହଜାର ଟଙ୍କା ହେବ ବୋଲି କହିଛନ୍ତି ଅଧିକାରୀ ଜଣକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.