ଜାଣନ୍ତୁ ବିହାର ଲୋକେ କାହିଁକି ପାକିସ୍ତାନ ନାଁକୁ ଅଧିକ ଘୃଣା କରନ୍ତି

ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଠାଯିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ଦିନ କୁ ଦିନ ବିଗିଡି ବାରେ ଲାଗିଛି । ଦେଶର ସୀମାରେ ଗୁଳି ବିନିମୟର ମାତ୍ରା ମଧ୍ୟ ବଢିଛି । ଏମିତି ତ ଦେଶ ବାସୀ ପାକିସ୍ତାନ ନାଁ ଶୁଣିଲେ ଯେମିତି ରକ୍ତ ଚାଉଳ ଚୋବାଉଛନ୍ତି । ତାପରେ ଯଦି ଭାରତ ଭିତରେ କୌଣସି ଅଞ୍ଚଳର ନାଁ ପାକିସ୍ତାନ ଦିଆଗଲା ତେବେ ତ କଥା ସରିଲା । କିନ୍ତୁ ଏହା ସତ୍ୟ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମ ଦେଶରେ ବି ଏକ ପାକିସ୍ତାନ ଅଛି । ବିହାରର ପୁର୍ଣିଆ ଜିଲ୍ଲାରେ ପାକିସ୍ତାନ ନାମରେ ଏକ ଗାଁ ଅଛି ଯାହାର ନାମକୁ ବଦଳେଇବା ପାଇଁ ସେଠିକା ଅଧିବାସୀ ସରକାରଙ୍କୁ ଗୁହାରି କରୁଛନ୍ତି । ଏବେ ତ ଗ୍ରାମ ବାସୀଙ୍କ ଏହି ଦାବି ଉପରେ ଜେଡିୟୁ ସାଂସଦ ସନ୍ତୋଷ କୁଶବାହ ବି ସମର୍ଥନ କରିଛନ୍ତି ।

pakistan village image

 

ତାଙ୍କ ଅନୁଯାୟୀ ଯଦି ଗାଁ ଲୋକେ ଏହା ଚାହୁଁଛନ୍ତି ତେବେ ନିଶ୍ଚିତ ରୂପେ ସେମାନଙ୍କ ଦାବିକୁ ଯଥା ସମ୍ଭବ ପୁରା କରାଯିବା ଦରକାର । ତାଙ୍କ ଦ୍ୱାରା ଯେତେ ସମ୍ଭବ ସେତେ ସାହାଯ୍ୟ ସେ ଯୋଗାଇବେ । ବିହାର ପୁର୍ଣିଆ ଜିଲ୍ଲା ଅନ୍ତର୍ଗତ ଶ୍ରୀନଗର ବ୍ଲକର ସିନ୍ଧିଆ ଗ୍ରାମ ପଞ୍ଚାୟତ ଅଧିନସ୍ଥ ପାକିସ୍ତାନ ଗାଁର ଲୋକେ ଗାଁର ନାଁ ବଦଳେଇବା ପାଇଁ ବୁଧବାର ଜିଲ୍ଲା ଅଧିକାରୀଙ୍କୁ ଏକ ପତ୍ର ଲେଖିଛନ୍ତି । ପାକିସ୍ତାନ ନାଁ କୁ ସେମାନେ ଘୃଣା କରନ୍ତି । ଏମିତିକି ଗାଁର ଝିଅ ମାନଙ୍କ ବାହାଘର ବି ଏହି କାରଣରୁ ଭାଙ୍ଗି ଯାଉଛି । କେହି ମଧ୍ୟ ସେହି ଗାଁରେ ନିଜ ପୁଅକୁ ବାହାଦେବାକୁ ରାଜି ହେଉ ନାହାନ୍ତି । ଏହି ନାଁ ଯୋଗୁଁ ସେମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇବାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ।

ଏହା ସହ ପଢନ୍ତୁ: ଭୂତ-ପ୍ରେତର ଦ୍ୱୀପ ‘ଆଇନହେଲୋ’, ଯେଉଁଠିକୁ ଯିବାକୁ ବର୍ଷକୁ ଗୋଟେ ଦିନ ହିଁ ମିଳିଥାଏ ଅନୁମତି

ନାଁ ଶୁଣି ସରକାରୀ ଅଧିକାରୀ ମାନେ କୌଣସି ଗାଁ ପ୍ରତି କୌଣସି ଧ୍ୟାନ ମଧ୍ୟ ଦେଉନାହାନ୍ତି । ପାକିସ୍ତାନ ନାଁ ଯୋଗୁଁ ସାଧାରଣ ବିକାଶଠୁ ବି ବହୁ ପଛରେ ଅଛି ଏହି ଗାଁ । ସୂଚନା ଦେବା ଯୋଗ୍ୟ କି ଜିଲ୍ଲା ମୁଖ୍ୟାଳୟରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁରେ କେବଳ ଆଦିବାସୀ ସମ୍ପ୍ରଦାୟ ହିଁ ବସବାସ କରନ୍ତି । ଏଠିକାର ଲୋକେ ପାକିସ୍ତାନ ନାମକୁ ବଦଳାଇ ବିର୍ସା ମୁଣ୍ଡାଙ୍କ ନାମ ଅନୁସାରେ ଗାଁର ନାମ ବିର୍ସା ନଗର ରଖିବାକୁ ସ୍ଥିର କରିଛନ୍ତି । ଗ୍ରାମବାସୀ ମାନଙ୍କ ଏହି ଦାବି ଉପରେ ଜିଲ୍ଲା ଅଧିକାରୀ ମାନେ କହିଛନ୍ତି କି ଏପର୍ଯ୍ୟନ୍ତ ତାଙ୍କ ପାଖକୁ କୌଣସି ପତ୍ର ଆସିନାହିଁ । ଯଦି ଆଗକୁ ଆସେ ତେବେ ଏଥିପ୍ରତି ସେମାନେ ନିଶ୍ଚିତ ରୂପେ ଦୃଷ୍ଟି ଦେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.