ହିନ୍ଦୁ ଘରେ ଗଙ୍ଗା ଜଳ ରଖିଲେ କ’ଣ ଲାଭ ହୁଏ ଜାଣନ୍ତୁ

ସାଧାରଣ ଭାବରେ ହିନ୍ଦୁମାନେ ଅନେକ ଆଧ୍ୟତ୍ମିକ ଉପରେ ବିଶ୍ୱାସ କରନ୍ତି । ତେଣୁ ଅନେକ ସମୟରେ ଘରେ ପୂଜାପାଠ ଓ ହୋମଯଜ୍ଞ ମଧ୍ୟ କରାନ୍ତି । ତେବେ ପ୍ରତ୍ୟେକ ସମୟରେ ଅର୍ଥାତ ପୂଜାପାଠ ସମୟରେ ଗଙ୍ଗାଜଳର ବ୍ୟବହାର କରାଯାଇଥାଏ । ତେଣୁ ହିନ୍ଦୁମାନଙ୍କ ଘରେ ଗଙ୍ଗାଜଳ ତ ନିଶ୍ଚିତଭାବେ ରଖାଯାଇଥାଏ। କାରଣ ଏହା ଅତି ପବିତ୍ର । ଏହାର ପ୍ରୟୋଗ ବିଭିନ୍ନ ଅଶୌଚ ସମୟରେ କରାଯାଇଥାଏ। ଗଙ୍ଗାମାତା ଭାରତବର୍ଷର ଏକ ପବିତ୍ର ନଦୀ ନୁହଁନ୍ତି ,ବରଂ ଏହା ମୁକ୍ତିଦାୟିନୀ ମହାଶକ୍ତି ଅଟନ୍ତି। ଏବଂ ମା ଗଙ୍ଗାଙ୍କୁ ପାପନାଶିନୀ ବୋଲି ମଧ୍ୟ କୁହାଯାଏ ।

ଧାର୍ମିକ ବିଶ୍ୱାସ ଅନୁଯାୟୀ, ମାତା ଗଙ୍ଗା ହିଁ ମୋକ୍ଷ ପ୍ରାପ୍ତି ପ୍ରଦାନ କରନ୍ତି। ବର୍ତ୍ତମାନ ଯୁଗରେ ମଧ୍ୟ ଗଙ୍ଗା ଉପରେ ଲୋକଙ୍କ ଗଭୀର ବିଶ୍ୱାସ ରହିଛି। ଗଙ୍ଗାରେ ଗାଧୋଇବା ସହିତ ଲୋକମାନେ ଗଙ୍ଗାଜଳକୁ ନିଜ ଘରକୁ ମଧ୍ୟ ଆଣିଥାନ୍ତି ଏବଂ ଗଙ୍ଗାଜଳ ବିଭିନ୍ନ ରୀତିନୀତିରେ ଓ ପୂଜା ପର୍ବରେ ବ୍ୟବହୃତ ହୁଏ । ଘରେ ଗଙ୍ଗାଜଳ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହି କାରଣରୁ, ଆପଣଙ୍କ ଘରେ ସକାରାତ୍ମକତା ରହିଥାଏ, କିନ୍ତୁ ଯଦି ଘରେ ରଖିବା ସମୟରେ କିଛି ଜିନିଷର ଯତ୍ନ ନିଆଯାଏ ନାହିଁ, ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ଗଙ୍ଗାଜଳକୁ କେଉଁ ପାତ୍ରରେ ରଖିବା ଉଚିତ୍ ନୁହେଁ

ପ୍ରାୟତଃ ଦେଖାଯାଏ ଯେ ଗଙ୍ଗାଜଳକୁ ଲୋକଙ୍କ ଘରେ ପ୍ଲାଷ୍ଟିକ ବୋତଲ କିମ୍ବା ଡବା ଭିତରେ ରେ ରଖାଯାଏ, କିନ୍ତୁ ଏହି ଉପାୟରେ ଗଙ୍ଗା ଜଳକୁ ଭୁଲିରେ ବି ରଖିବା ଉଚିତ ନୁହେଁ, କାରଣ ପ୍ଲାଷ୍ଟିକ ଶୁଦ୍ଧ ନିଁହେ ବୋଲି ଧରାଯାଏ। ଗଙ୍ଗାଜଳକୁ ସର୍ବଦା ଏକ ପବିତ୍ର ପାତ୍ରରେ ରଖିବା ଉଚିତ୍। ତମ୍ବା, ପିତ୍ତଳ, ମାଟି କିମ୍ବା ରୂପା ଦ୍ୱାରା ନିର୍ମିତ ଏକ ପାତ୍ର ଗଙ୍ଗାଜଳ ରଖିବା ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ ।

ଏହି କାମ କରିବାକୁ ଭୁଲନ୍ତୁ ନାହିଁ

ଯଦି ଆପଣଙ୍କ ଘରେ ଗଙ୍ଗାଜଳ ଅଛି ତେବେ ସର୍ବଦା ପରିଷ୍କାର ପରିଚ୍ଛନ୍ନତା ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍। ଯେଉଁଠାରେ ଗଙ୍ଗା ଜଳ ରଖାଯାଏ, ସେଠାରେ ଆମିଷ ଭୋଜନ କରିବା ନୁହେଁ। ଏବଂ କୌଣସି ପ୍ରକାରେ ନିଶା ଦ୍ରବ୍ୟ ଘରେ ପ୍ରବେଶ କରିବା ଉଚିତ୍ ନୁହେଁ । ଯଦି ଆପଣ ଏହା କରୁଛନ୍ତି , ତେବେ ତୁମେ ପାପର ଅଂଶୀଦାର ହୋଇପାରନ୍ତି ଏହା ସହିତ ଆପଣଙ୍କୁ ଗ୍ରହ ଦୋଷ ବି ଲାଗିପାରେ , ଯେଉଁଥିପାଇଁ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

ଗଙ୍ଗାଜାଲକୁ ଏପରି ସ୍ଥାନରେ ରଖନ୍ତୁ ନାହିଁ

ଗଙ୍ଗାଜଳକୁ ଏପରି ସ୍ଥାନରେ ରଖିବା ଉଚିତ ନୁହେଁ ଯେଉଁଠାରେ ଅନ୍ଧକାର ରହିଛି । ଗଙ୍ଗା ଜଳ ଅତ୍ୟନ୍ତ ପବିତ୍ର, ତେଣୁ ଏହାକୁ ରଖିବାବେଳେ ଏହା ମଧ୍ୟ ମନେ ରଖିବା ଉଚିତ ଯେ ଯେଉଁଠାରେ ଗଙ୍ଗା ଜଳ ରଖାଯାଏ, ସେଠାରେ ଗଙ୍ଗାଜଳ ମଇଳା ରହିବା ଉଚିତ ନୁହେଁ। ଏଥିରୁ ନକାରତ୍ମକ ଉର୍ଜା ଆସିଥାଏ। ଏହାକୁ ଲମ୍ବା ସମୟ ପାଇଁ ନ ରଖି କିଛି କିଛି ସମୟ ମଧ୍ୟରେ ବଦଳାନ୍ତୁ। ଏହା କରିବା ଦ୍ୱାରା ସକାରତ୍ମକ ଉର୍ଜାର ବିସ୍ତାର ହୋଇଥାଏ। ଯଦି ଆପଣ ସମୟ ସମୟରେ ଏହାକୁ ଅନ୍ୟ ଘରେ ରଖିବେ ତହେଲେ ସକାରତ୍ମକ ଉର୍ଜା ଆସିବ।

ଗଙ୍ଗାଜଳକୁ ଛୁଇଁବା ପୂର୍ବରୁ ହାତକୁ ଭଲ ଭାବରେ ପରିଷ୍କାର କରି ଧୋଇବା ଉଚିତ। ଭୁଲରେ ସୁଦ୍ଧା ଗଙ୍ଗା ଜଳକୁ ଅପରିଷ୍କାର ହାତରେ ଛୁଇଁବା ଉଚିତ ନୁହେଁ। କୁହାଯାଏ କି ଏଥିରେ ଦୋଷ ଲାଗିଥାଏ ଏବଂ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.