ବ୍ୟକ୍ତି ମିଛ କହୁଛି କି ନାହିଁ? ଏହି ୭ ଟି ସଂକେତରୁ ଜାଣନ୍ତୁ

ହିନ୍ଦୁ ଧର୍ମରେ ଗରୁଡ଼ ପୁରାଣର ବିଶେଷ ମହତ୍ତ୍ୱ ରହିଛି। ଗରୁଡ଼ ପୁରାଣରେ ଭଗବାନ ବିଷ୍ଣୁ ଓ ଗରୁଡ଼ଙ୍କ ମଧ୍ୟରେ ଆଲୋଚନା ବିଷୟରେ ବର୍ଣ୍ଣନା କରାଯାଇଛି। ଗରୁଡ଼ ପୁରାଣର ଅନେକ କଥାର ଆଜି ବି ପ୍ରାସଙ୍ଗିକତା ରହିଛି। ଯାହାକୁ ଆପଣାଇ ଲୋକେ ନିଜ ଜୀବନକୁ ସହଜ ଓ ସରଳ କରିପାରିବେ। ମିଛ କହୁଥିବା ବ୍ୟକ୍ତି ଭଗବାନ ନଜରରେ ଅପରାଧୀ ବୋଲି ଏହି ପୁରାଣରେ କୁହାଯାଇଛି। ତେବେ ଆସନ୍ତୁ ଜାଣିବା ଗରୁଡ଼ ପୁରାଣରେ କୁହାଯାଇଥିବା ୭ଟି ସଂକେତ ବିଷୟରେ, ଯେଉଁଥିରୁ ଜଣାପଡ଼ିବ ବ୍ୟକ୍ତି ମିଛ କହୁଛି…

ଯେଉଁ ବ୍ୟକ୍ତି ସତ ଲୁଚାଇବାକୁ ପ୍ରୟାସ କରୁଥାଏ, ସେ ମିଛୁଆ ବୋଲି ଗରୁଡ଼ ପୁରାଣରେ ବର୍ଣ୍ଣନା କରାଯାଇଛି।

ବଡି ଲାଙ୍ଗୁଏଜରୁ ଜାଣିପାରିବେ କିଏ ମିଛ କହୁଛି।

କିଛି ଲୋକ କଥା ହେବା ବେଳେ ହାତ, ଗୋଡ଼ ହଲାଇ ହଲାଇ କଥା ହୋଇଥାନ୍ତି। କିନ୍ତୁ ମିଛ କହିବା ବେଳେ ଲୋକଙ୍କ କହିବା ଶୈଳୀ ବଦଳିଯାଏ। ସେମାନେ ଆଖିରେ ଆଖି ମିଶାଇ କଥା ହୋଇପାରନ୍ତି ନାହିଁ।

ମିଛ କହୁଥିବା ବ୍ୟକ୍ତି ସବୁ ବେଳେ ତରତର ହୋଇ କଥା ହୁଏ। ଏହା ମିଛୁଆ ବ୍ୟକ୍ତିର ଏକ ସଂକେତ।

ଯଦି କୌଣସି ବ୍ୟକ୍ତି ଆପଣଙ୍କ ସହ କଥା ହେଲା ବେଳେ ଏଣେ ତେଣେ ଅନାଇ କଥା ହେଉଥାଏ। ତେବେ ଜାଣନ୍ତୁ ଯେ ସେ ଆପଣଙ୍କ କଥା ଶୁଣିବାରେ ରୁଚି ରଖୁନାହିଁ। କେବଳ ବାଧ୍ୟ ହୋଇ ଶୁଣୁଛି।

ଆପଣଙ୍କ ସହ କଥା ହେବା ବେଳେ ଯଦି ବ୍ୟକ୍ତି ହାଲିଆ ହେବା ଭଳି ଲାଗୁଥାଏ, ତେବେ ଜାଣନ୍ତୁ ଯେ ସେ ବାଧ୍ୟ ବାଧକତାରେ ଆପଣଙ୍କ କଥା ଶୁଣୁଛି।

ବ୍ୟକ୍ତି ଯେତେବେଳେ ମିଛ କୁହେ ସେତେବେଳେ ସେ ଆପତ୍ତି କରିବା ଭଳି କଥା କୁହେ। ଯଦି କେହି ଆପଣଙ୍କ ସହ କଥା ହେବା ବେଳେ ଏଭଳି ବ୍ୟବହାର କରୁଛି, ତେବେ ଜାଣନ୍ତୁ ଯେ ସେ ମିଛ କହୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.