ରାଇରଙ୍ଗପୁର ବନଖଣ୍ଡ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ଗୁରୁତର

ରାଇରଙ୍ଗପୁର: ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଟୁଙ୍ଗୁରୁ ସଂରକ୍ଷିତ ଜଙ୍ଗଲରେ ଏହି ଅଘଟଣ ଘଟିଛି। ବିଶୋଇ ଥାନା ଦୁଧକୁଣ୍ଡି ଅଞ୍ଚଳର ୩ଜଣ ମହିଳା ଜଙ୍ଗଲକୁ ରାଇଫଳ ଆଣିବାକୁ ଯାଇଥିବା ହାତୀ ଆକ୍ରମଣର ଶିକାର ହୋଇଥିଲେ।

ମୃତକ ହେଲେ ଦୁଧକଣ୍ଡି ଗାଁର ମେଗନା ବିନ୍ଧାଣି ଓ କାନ୍ଦିରି ମୁର୍ମୁ। ଗୁରୁତର ମହିଳା ଜଣକ ହେଲେ ଧାନୀ ବିନ୍ଧାଣି। ଗୁରୁତର ମହିଳାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ବିଶୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ PRM ମେଡିକାଲ କଲେଜ ବାରିପଦାକୁ ସ୍ଥାନାନ୍ତର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.