Below header

୨୦୨୨ ପାଇଁ ବ୍ୟବହାର କରିପାରିବେ ଏହି ପୁରୁଣା କ୍ୟାଲେଣ୍ଡର

ଆପଣ ଜାଣନ୍ତି କି ? ଆପଣ ବହୁ ବର୍ଷର ପୁରୁଣା କ୍ୟାଲେଣ୍ଡରକୁ ବ୍ୟବହାର କରି ପାରିବେ ୨୦୨୨ ରେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପୁରୁଣା କ୍ୟାଲେଣ୍ଡରକୁ ଆପଣ ପୁଣି ଥରେ ବ୍ୟବହାର କରିପାରିବେ । ହଁ ଆଜ୍ଞା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହି କଥା ଟି ପୁରା ସତ୍ୟ। ଏମିତି କିଛି ବର୍ଷର କ୍ୟାଲେଣ୍ଡର ଅଛି ଯାହାକୁ ଆମେ ପୁଣି ଥରେ ବ୍ୟବହାର କରିପାରିବା। ତେବେ କେଉଁ ବର୍ଷର କ୍ୟାଲେଣ୍ଡର ୨୦୨୨ର କ୍ୟାଲେଣ୍ଡର ସହିତ ସମାନ, ଆସନ୍ତୁ ଜାଣିବା।

୨୦୨୨ ବର୍ଷ ଅନେକ ପୁରୁଣା କ୍ୟାଲେଣ୍ଡର ବର୍ଷ ସହିତ ମେଳ ଖାଉଛି ଯଥା:- ୧୯୨୭,୧୯୩୮,୧୯୪୯,୧୯୫୫,୧୯୬୬,୧୯୭୭,୧୯୮୩,୧୯୯୪,୨୦୦୫,୨୦୧୧,୨୦୨୨,୨୦୩୩,୨୦୩୯,୨୦୫୦। ଏମିତିକି ଏହି କ୍ୟାଲେଣ୍ଡର ଆଗକୁ ଆସିବାକୁ ଥିବା ବର୍ଷରେ ମଧ୍ୟ ବ୍ୟବହାର ହୋଇ ପାରିବ। ୨୦୨୨ ମସିହାରେ ଆପଣ ଏହି ସବୁ କ୍ୟାଲେଣ୍ଡରକୁ ପୁଣି ଥରେ ବ୍ୟବହାର କରି ପାରିବେ। ଏହି ମସିହାର କ୍ୟାଲେଣ୍ଡରଗୁଡ଼ିକୁ ବ୍ୟବହାର କରିବାର କାରଣ ହେଉଛି ଏହି ବର୍ଷ ଗୁଡ଼ିକର ଆରମ୍ଭ ସପ୍ତାହର ପ୍ରଥମ ଦିନ ସମାନ ଥାଏ ଏହି ବର୍ଷମାନଙ୍କରେ ଅଧିବର୍ଷ ପଡ଼ି ନଥାଏ । ଏହି ବର୍ଷମାନଙ୍କରେ ବହୁତ ସାମଞ୍ଜସ୍ୟତା ଥାଏ ।
ଅତୀତରେ ବିତି ଯାଇଥିବା ବର୍ଷ ପରି ଆସୁଥିବା କିଛି ବର୍ଷ ମଧ୍ୟ ୨୦୨୨ର କ୍ୟାଲେଣ୍ଡର ସହିତ ମିଶିଯାଉଛି। ପୁଣି ଥରେ ଆଗାମୀ ବର୍ଷମାନଙ୍କରେ ୨୦୨୨ର କ୍ୟାଲେଣ୍ଡରକୁ ୨୦୩୩,୨୦୩୯ ଏବଂ ୨୦୫୦ ମସିହାରେ ବ୍ୟବହାର କରିପାରିବେ।
ବର୍ତ୍ତମାନ ବ୍ୟବହୃତ କ୍ୟାଲେଣ୍ଡର:ବର୍ତ୍ତମାନ ସମୟରେ ଗ୍ରେଗୋରିଆନ କ୍ୟାଲେଣ୍ଡର ବହୁଳ ମାତ୍ରାରେ ବ୍ୟବହାର ହେଉଛି। ଏହି କ୍ୟାଲେଣ୍ଡର ଇଟାଲିର ପୋପ୍‌ ଗ୍ରେଗୋରୀ ୮ମ ୧୫୮୨ ମସିହାରେ ପ୍ରଚଳନ କରିଥିଲେ ଯାହା ଜୁଲିଆନ କ୍ୟାଲେଣ୍ଡର ଉପରେ ପର୍ଯ୍ୟବେସିତ । ସାରା ବିଶ୍ୱରେ ସାଧାରଣତଃ ଗ୍ରେଗୋରିଆନ କ୍ୟାଲେଣ୍ଡରର ପ୍ରଚଳନ ହୋଇଥାଏ। ଏହି କ୍ୟାଲେଣ୍ଡର ମାଧ୍ୟମରେ ଧାର୍ମିକ ପର୍ବ ପର୍ବାଣି, ବାର୍ଷିକ ଉତ୍ସବ, ଦିନ, ସପ୍ତାହ, ମାସ ଏବଂ ବର୍ଷର ଗଣନା କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.