ଜାଣନ୍ତୁ ସିଲଭର ଡିଭୋର୍ସ କ’ଣ ? କାହିଁକି ହେଉଛି ଭାରତରେ ଲୋକପ୍ରିୟ ?

ଆଜିକାଲି ‘ସିଲଭର ଡିଭୋର୍ସ’ ଖୁବ ଟ୍ରେଣ୍ଡରେ ରହିଛି । ଗତ କିଛି ବର୍ଷ ମଧ୍ୟରେ ସିଲଭର ଡିଭୋର୍ସ ବହୁତ ଲୋକପ୍ରିୟ ହୋଇପାରିଛି ଏବଂ ଏହା ବହୁ ଚର୍ଚ୍ଚିତ ମଧ୍ୟ । ତେବେ ଆସନ୍ତୁ ଜାଣିବା ସିଲଭର ଡିଭୋର୍ସ କ’ଣ ?

ଭାରତୀୟ ସଂସ୍କୃତିରେ ବିବାହ ସାତ ଜନ୍ମର ବନ୍ଧନ ହୋଇଥାଏ । ଡିଭୋର୍ସ ଏକ ଇଂରାଜୀ ଶବ୍ଦ, ଯାହାର ହିନ୍ଦୀ ଶବ୍ଦକୋଷରେ କୌଣସି ଅର୍ଥ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ଭାରତରେ ଡିଭୋର୍ସ ବା ଛାଡପତ୍ରର ହାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ରିପୋର୍ଟ ଅନୁଯାୟୀ, ଗତ ଦୁଇ ଦଶକ ମଧ୍ୟରେ ଭାରତରେ ଛାଡପତ୍ରର ହାର ଦ୍ୱିଗୁଣିତ ହୋଇଛି ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଛାଡପତ୍ର ମଧ୍ୟ ଅନେକ ପ୍ରକାରର ହୋଇଥାଏ । ଏସବୁ ମଧ୍ୟରୁ ଆଜିକାଲି ‘ସିଲଭର ଡିଭୋର୍ସ’ ଖୁବ ଟ୍ରେଣ୍ଡରେ ରହିଛି । ଗତ କିଛି ବର୍ଷ ମଧ୍ୟରେ ସିଲଭର ଡିଭୋର୍ସ ବହୁତ ଲୋକପ୍ରିୟ ହୋଇପାରିଛି ଏବଂ ଏହା ବହୁ ଚର୍ଚ୍ଚିତ ମଧ୍ୟ । ତେବେ ଆସନ୍ତୁ ଜାଣିବା ସିଲଭର ଡିଭୋର୍ସ କ’ଣ ?

୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ମଧ୍ୟରେ ହେଉଥିବା ଡିଭୋର୍ସକୁ ସିଲଭର ଡିଭୋର୍ସ କୁହାଯାଏ । ସମାଜର ରୀତିନୀତି ବଦଳିବା ସହ ଆଜିକାଲି ମହିଳାମାନେ ଅଧିକ ସ୍ୱାଧୀନ ହେବାକୁ ଚାହୁଁଛନ୍ତି । ସାଧାରଣତଃ ସେହି ଦମ୍ପତିମାନଙ୍କଠାରେ ସିଲଭର ଡିଭୋର୍ସ ମାମଲା ଦେଖାଯାଏ, ଯେଉଁମାନଙ୍କ ବୟସ ୫୦ କିମ୍ବା ୬୦ ବର୍ଷରୁ ଊର୍ଦ୍ଧ୍ୱ । ଏହି ବୟସରେ କେଶ ପ୍ରାୟତଃ ଧଳା ରଙ୍ଗର ହେବାକୁ ଲାଗେ, ତେଣୁ ଏହି ଡିଭୋର୍ସକୁ ସିଲଭର ଡିଭୋର୍ସ କୁହାଯାଏ ।

ସମୟ ବଦଳିବା ସହିତ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳୁଛି । ସୂଚନା ଏବଂ ସୋସିଆଲ ମିଡିଆର ଏହି ଯୁଗରେ ଯେକୌଣସି ପ୍ରକାର ସୂଚନା ପାଇବା ଅତି ସହଜ ହୋଇଯାଇଛି । ଏମିତିରେ ଲୋକମାନେ ସେମାନଙ୍କ ଅଧିକାର ବିଷୟରେ ଅବଗତ ହେଉଛନ୍ତି ଏବଂ ପରେ ନିଷ୍ପତ୍ତି ମଧ୍ୟ ନେଉଛନ୍ତି ।

ଦୀର୍ଘ ଦିନ ଧରି ଏକାଠି ରହିଥିବା ଦମ୍ପତିମାନେ ବର୍ତ୍ତମାନ ଅଲଗା ରହିବାକୁ ଚାହୁଁଛନ୍ତି । ସମସ୍ତ ପ୍ରତିବନ୍ଧକକୁ ଏଡ଼ାଇ ଏକ ମୁକ୍ତ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି । ଅନ୍ୟମାନଙ୍କ ପାଇଁ ନୁହେଁ, ବରଂ ବୟସର ଏହି ପର୍ଯ୍ୟାୟରେ ନିଜ ପାଇଁ ବଞ୍ଚିବାକୁ ଚାହୁଁଛନ୍ତି । ଏପରି ପରିସ୍ଥିତିରେ ସେମାନେ ଅନୁଭବ କରନ୍ତି ଯେ ୫୦ କିମ୍ବା ୬୦ ବର୍ଷ ବୟସରେ ସେମାନେ ଏକ ଆତ୍ମନିର୍ଭରଶୀଳ ଜୀବନଯାପନ କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.