ସାମ୍ନାକୁ ଆସିଲା ବିକି କୌଶଲଙ୍କ ଅପକମିଂ ଫିଲ୍ମ ‘ସାମ୍ ବାହାଦୂର’ର ଟ୍ରେଲର
ବଲିଉଡ ଅଭିନେତା ବିକି କୌଶଲ ତାଙ୍କ ଅପ୍କମିଂ ଫିଲ୍ମ ‘ସାମ୍ ବାହାଦୂର’କୁ ନେଇ ଅନେକ ଦିନ ହେବ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାରେ ଅଛନ୍ତି । ଅଭିନେତାଙ୍କ ଏହି ଫିଲ୍ମର ଫ୍ୟାନ୍ସ ଉତ୍ସାହ ସହ ଅପେକ୍ଷା କରିଛନ୍ତି । ଏବେ ଫିଲ୍ମର ମୋଷ୍ଟ ଅପ୍ଡେଟେଡ୍ ଟ୍ରେଲର ରିଲିଜ ହୋଇଛି । ଯାହା ବହୁତ ଜବରଦସ୍ତ ହୋଇଛି ।

ବଲିଉଡ ଅଭିନେତା ବିକି କୌଶଲ ତାଙ୍କ ଅପ୍କମିଂ ଫିଲ୍ମ ‘ସାମ୍ ବାହାଦୂର’କୁ ନେଇ ଅନେକ ଦିନ ହେବ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାରେ ଅଛନ୍ତି । ଅଭିନେତାଙ୍କ ଏହି ଫିଲ୍ମର ଫ୍ୟାନ୍ସ ଉତ୍ସାହ ସହ ଅପେକ୍ଷା କରିଛନ୍ତି । କିଛି ଦିନ ପୂର୍ବରୁ ଏହି ଫିଲ୍ମର ଟିଜର ରିଲିଜ କରାଯାଇଥିଲା । ଯାହା ଫ୍ୟାନ୍ସଙ୍କୁ ବହୁତ ହି ପସନ୍ଦ ଆସିଥିଲା । ଏବେ ଫିଲ୍ମର ମୋଷ୍ଟ ଅପ୍ଡେଟେଡ୍ ଟ୍ରେଲର ରିଲିଜ ହୋଇଛି । ଯାହା ବହୁତ ଜବରଦସ୍ତ ହୋଇଛି ।
ଫିଲ୍ମ ‘ସାମ୍ ବାହାଦୂର’ ଟ୍ରେଲର ବିକିଙ୍କର ଏକ ଜବରଦସ୍ତ ଡାଇଲୋଗରୁ ଆରମ୍ଭ ହୋଇଛି । ଟ୍ରେଲରରେ ଦେଶର ପୂର୍ବ ଅବସ୍ଥା ଓ ଯୁଦ୍ଧକୁ ଦେଖାଯାଇଛି । ଟ୍ରେଲରରେ ଦେଖିବାକୁ ମିଳିଛି ଯେ, ଫିଲ୍ଡ ମାର୍ଶଲ ସାମ୍ ମନେକଶାଙ୍କର ୪୦ ବର୍ଷର ସେନା କ୍ୟାରିୟରକୁ ବହୁତ ସୁନ୍ଦର ଭାବେ ଦେଖାଯାଇଛି । ଏହି ଚରିତ୍ରକୁ ବିକି କୌଶଲ ବହୁତ ହି ଭଲ ଭାବେ ଚିତ୍ରଣ କରିଛନ୍ତି । ଏହି ଟ୍ରେଲରରେ ବିକିଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି । ଏହାସହ ୨ ମିନିଟ୍ ୪୩ ସେକେଣ୍ଡର ଟ୍ରେଲରରେ ଫାତିମା ସାନା ଶେଖ ଏବଂ ସାନିଆ ମାଲହୋତ୍ରାଙ୍କ ଅଭିନୟର ଝଲକ୍ ମଧ୍ୟ ଦେଖିବାକୁ ମିଳିଛି ।
ଫିଲ୍ମ ‘ସାମ୍ ବାହାଦୂର’ରେ ବିକି କୌଶଲ ଫିଲ୍ଡ ମାର୍ଶଲ ସାମ୍ ମନେକଶାଙ୍କ ଚରିତ୍ରରେ ନଜର ଆସିଛନ୍ତି । ଏହା ଫିଲ୍ଡ ମାର୍ଶଲ ସାମ୍ ମନେକଶାଙ୍କ ବାୟୋପିକ୍ । ଫିଲ୍ମରେ ବିକିଙ୍କ ବ୍ୟାତୀତ ଫାତିମା ସାନା ଶେଖ ଓ ସାନିଆ ମାଲହୋତ୍ରା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ସାନିଆ ଫିଲ୍ମରେ ବିକିଙ୍କ ସ୍ତ୍ରୀ ଚରିତ୍ରରେ ନଜର ଆସିବେ । ସେହିପରି ଫାତିମା ଭାରତର ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ରୋଲରେ ନଜର ଆସିବେ । ଫିଲ୍ମକୁ ମେଘନା ଗୁଲଜାନ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମ ଡିସେମ୍ବର ୧ରେ ସିନେମା ହଲ୍ରେ ରିଲିଜ୍ ହେବାକୁ ଯାଉଛି ।