ଆସୁଛନ୍ତି ମା’ ଦୁର୍ଗତିନାଶିନୀ: ‘ପରିବେଶ ସୁରକ୍ଷା’ ଥିମ୍‌ ଉପରେ ରହିବ ଫୋକସ୍‌, ପୂଜା ପେଣ୍ଡାଲରେ ଲାଗିବ ୫ ଲକ୍ଷ ଅବ୍ୟବହୃତ ବୋତଲ

ପାଖେଇ ଆସିଲାଣି ଦୁର୍ଗାପୂଜା। ସବୁଆଡ଼େ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି ପର୍ବ। ତେବେ ପଶ୍ଚିମବଙ୍ଗରେ ଏହି ପୂଜାକୁ ଧୁମଧାମରେ ପାଳନ କରିବା ପାଇଁ ଏବେଠୁ ବେଶ୍‌ ତତ୍ପର ହୋଇଉଠିଛନ୍ତି ବିଭିନ୍ନ ପୂଜା ପେଣ୍ଡାଲ। ଏଥର ରାଜଧାନୀ କୋଲକାତାର ଦୁର୍ଗାପୂଜା ସମିତିଗୁଡ଼ିକ ପରିବେଶ ସୁରକ୍ଷା ଉପରେ ଲୋକଙ୍କୁ ସଚେତନ କରିବେ। ତେବେ ଏଥିପାଇଁ ଏକ ସମିତି ନିଆରା ଢଙ୍ଗରେ ପୂଜା ପେଣ୍ଡାଲ ତିଆରି କରିବ, ଯାହାକି ଏଥରର ପୂଜାରେ ମୁଖ୍ୟ ଆକର୍ଷଣ ସାଜିବ।

ସହରର ପଶ୍ଚିମ କ୍ଷେତ୍ରରେ ଅବସ୍ଥିତ ଖାଦରପୁର ୨୫ ପଲ୍ଲୀରେ ପୂଜା ପେଣ୍ଡାଲକୁ ସଜାଇବା ପାଇଁ ପାଖାପାଖି ୫ ଲକ୍ଷ ଅବ୍ୟବହୃତ ବୋତଲ ବ୍ୟବହାର କରାଯିବ। ଗ୍ଲୋବାଲ ଓ୍ଵାର୍ମିଙ୍ଗ୍‌ ଉପରେ ଲୋକଙ୍କୁ ସଚେତନ କରିବା ଲାଗି କମିଟି ଏଭଳି ପଦକ୍ଷେପ ନେଇଛି। ଏହି ଥିମକୁ ତିଆରି କରିବାକୁ ଥିବା କାରିଗର ସନାତନ ଡିଣ୍ଡା କହିଛନ୍ତି, ଏଠାରେ ପ୍ଲାଷ୍ଟିକ୍‌ ବୋତଲ ଛଡ଼ା ଏୟାର କଣ୍ଡିଶନରର ପାର୍ଟସ, ପଙ୍ଖାର କଏଲ ଏବଂ ରେଡିୟେଟରକୁ ବ୍ୟବହାର କରାଯିବ, ଯେଉଁଥିରେ ପେଣ୍ଡାଲ ପଯ୍ୟର୍ନ୍ତ ଯିବା ପାଇଁ ରାସ୍ତା ସଜାଯିବ। ଆମର ମୂଳ ଉଦ୍ଦେଶ୍ୟ ହେଉଛି, ଘରେ ଘରେ ଏ ନେଇ ସନ୍ଦେଶ ପହଞ୍ଚାଇବା। ସମସ୍ତଙ୍କୁ ଇଲେକ୍ଟ୍ରୋନିକ୍ସ ଆବର୍ଜନାକୁ ନ ଫୋପାଡ଼ିବାକୁ ସଚେତନ କରାଯିବ।

puja1

ଏହାସହ ପଢ଼ନ୍ତୁ: ବିଶ୍ୱାସ ନ ହେଲେ ବି ସତ: ଅନ୍ଧାର ରାତିରେ ଦେବୀ ମା’ଙ୍କ ମନ୍ଦିରରୁ ଶୁଭେ ହସିବା ଶବ୍ଦ, କଥା ହୁଅନ୍ତି ମୂର୍ତ୍ତି, କେହି ବି ଜାଣିପାରିନାହାନ୍ତି ରହସ୍ୟ

ସେପଟେ ସହରର ଅନ୍ୟ ଏକ ଲୋକପ୍ରିୟ ପୂଜା ପେଣ୍ଡାଲ ‘ଅହିରିତୋଲା ସାର୍ବଜନୀନ ଦୁର୍ଗାତ୍ସୋବ’ ପାଇଁ ସମିତିର ସଦସ୍ୟମାନେ ‘ଜଳ ସଙ୍କଟ’ ଥିମ୍‌ ବନେଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଜଣେ ସଦସ୍ୟ ତନ୍ମୟ କହିଛନ୍ତି, ‘ଆମେ ଗୁଜରାଟର ପୁରାତନ କୂଅକୁ ଚଳିତବର୍ଷ ତିଆରି କରିବାକୁ ଯାଉଛୁ। ସେହିପରି ସନ୍ତୋଷପୁର ହ୍ରଦ ପଲ୍ଲୀରେ ବରଫାବୃତ୍ତ ପାଖାପାଖି ୧୦ ଫୁଟ ଉଚ୍ଚର ପାହାଡ଼ ପେଣ୍ଡାଲ ପ୍ରବେଶ ଦ୍ୱାରକୁ ସୁସଜ୍ଜିତ କରିବ’।

ପୂଜା ସମିତିର ମହାସଚିବ ସୋମନାଥ ଦାସଙ୍କ କହିବା ଅନୁଯାୟୀ, ‘ଗ୍ଲୋବାଲ ଓ୍ଵାର୍ମିଙ୍ଗ୍‌ ପ୍ରସଙ୍ଗକୁ ନେଇ ଲୋକଙ୍କୁ ସଚେତନ କରିବା ବହୁତ ଜରୁରୀ ଅଟେ। ଆମେ ଏହି ପ୍ରାକୃତିକ ପାହାଡ଼ର ବରଫକୁ ତରଳିବାରୁ ବଞ୍ଚାଇବା ପାଇଁ ବିଶେଷ ସଂରକ୍ଷଣ ଉପାୟ ବ୍ୟବହାର କରିବୁ। ଆମ ପ୍ରୟାସ ସଭିଁଙ୍କ ମନକୁ ଆସିବ ବୋଲି ମୋର ଆଶା ରହିଛି। ଶ୍ରଦ୍ଧାଳୁମାନେ ବୃଦ୍ଧିପାଉଥିବା ତାପମାତ୍ରାର ଭୟବହତା ବିଷୟରେ ଜାଣିବା ପାଇଁ ସୁଯୋଗ ପାଇବେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.