Below header

ବଡ଼ ବଡ଼ ରୋଗକୁ ବି ମାତ୍‌ ଦିଏ ଡାଲଚିନି, ଜାଣନ୍ତୁ ଏହାର ସଠିକ୍‌ ବ୍ୟବହାର

ଡାଲଚିନି,ଗୁଜୁରାତି, ଲବଙ୍ଗ,ଗୋଲମରିଚ ଆଦି ଭାରତୀୟ ମସଲାରେ ବହୁ ପ୍ରକାର ଔଷଧୀୟ ଗୁଣ ରହିଛି। ଶରୀରର ବିଭିନ୍ନ ସମସ୍ୟା ତଥା ରୋଗ ଭଲ କରିବା ପାଇଁ ଆମେ ଏହି ମସଲାକୁ ବ୍ୟବହାର କରିପାରିବା। ତରକାରୀ, ଭଜାରେ ସ୍ୱାଦ ବଢ଼ାଇବାକୁ ବ୍ୟବହାର ହେଉଥିବା ଏହି ସାଧାରଣ ମସଲା ବଡ଼ ବଡ଼ ରୋଗକୁ ମଧ୍ୟ ମାତ୍‌ ଦେବା କ୍ଷମତା ରଖିଥାଏ। କେତେକ ମସଲା ମୁଣ୍ଡ ବିନ୍ଧା, ପେଟବ୍ୟଥା, ମେଦ ବହୁଳତା ଆଦି ରୋଗର ନିରାକରଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ଜାଣନ୍ତୁ ମସଲାର ରାଜା କୁହାଯାଉଥିବା ଡାଲଚିନି ସମ୍ପର୍କରେ…

୧.ପ୍ରତିଦିନ ଡାଲଚିନି ଗୁଣ୍ଡ ସେବନ କରିବା ଦ୍ୱାରା ମଧୁମେହ ସମସ୍ୟା ଦୂର ହୁଏ।

୨.ଶରୀରର କୋଲୋଷ୍ଟ୍ରୋଲ କମ୍‌ କରିବାରେ ମଧ୍ୟ ଡାଲଚିନି ସାହାଯ୍ୟ କରେ।

ଏହାସହ ପଢ଼ନ୍ତୁ: ସନ୍‌ଟ୍ୟାନ୍‌ ପାଇଁ ଚିନ୍ତିତ କି? ଏହି ୫ଟି ଉପାୟରେ ପାଆନ୍ତୁ ଉଜ୍ଜ୍ୱଳ ଚେହେରା

୩. ମୁଖରୁ ଦୁର୍ଗନ୍ଧ ବାହାରୁଥିଲେ ଡାଲଚିନି ଚୋବାନ୍ତୁ। ଦନ୍ତଜନିତ ସମସ୍ୟା ଦୂର ହେବ।
୪.ମାଇଗ୍ରେନ୍‌ ସମସ୍ୟା ଥିଲେ କିଛି ଡାଲଚିନିକୁ ନେଇ ଗୁଣ୍ଡ କରନ୍ତୁ। ଏଥିରେ କିଛି ପାଣି ମିଶାଇ ଏକ ଲେପ ପ୍ରସ୍ତୁତ କରନ୍ତୁ। ଏହି ଲେପକୁ ମଥାରେ ଅଧ ଘଣ୍ଟା ପର୍ଯ୍ୟନ୍ତ ଲଗାଇ ବିଶ୍ରାମ ନିଅନ୍ତୁ। ପରେ ନଖ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ। ପ୍ରତିଦିନ ଏଭଳି କରିବା ଦ୍ୱାରା ମୁଣ୍ଡବିନ୍ଧାରୁ ମୁକ୍ତି ମିଳିବ।

୫. ଅଧ ଚାମଚ ଡାଲଚିନି ଗୁଣ୍ଡକୁ ନିୟମିତ ଖାଇବା ଦ୍ୱାରା ହୃଦ୍‌ ସମ୍ବନ୍ଧୀୟ ରୋଗ ଉପଶମ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.