ସୋସିଆଲ ମିଡିଆରେ ଭାଇରାଲ ହେଉଛି ହାତୀ ଓ ସିଂହୀର ଜୋରଦାର ଲଢେଇ ଭିଡିଓ, ଆପଣ ବି ମଜା ନିଅନ୍ତୁ ନା

ଭାଇରଲ ହେଉଥିବା ଭିଡିଓ କ୍ଲିପରେ ଆପଣ ଦେଖିପାରିବେ କେମିତି ଏକ ସିଂହୀ ଗୋଟିଏ ହାତୀ ଉପରେ ଜୋରଶୋର ଆଟାକ କରୁଛି । ଭିଡିଓଟିକୁ ଯଦି ଆପଣ ବାରମ୍ବାର ଦେଖିବେ ତ ଜାଣିପାରିବେ କେମିତି ସିଂହୀଟି ଲଗାତାର ଭାବରେ ହାତୀଟିକୁ ଭୂମିରେ ପକାଇ ଦେଉଛି । ଆଉ ହାତୀର ଶୁଣ୍ଢଟିକୁ ଟାର୍ଗେଟ କରୁଛି । ୟା ଭିତରେ ଏମିତି ବି ସମୟ ଆସିଛି ଯେଉଁଥିରେ ସିଂହିଟି ହାତୀ ଟିକୁ ତଳେ ଗଡ଼ାଇ ଦେଉଛି… ଆଉ ତା ଉପରେ ବାରମ୍ବାର ଆକ୍ରମଣ କରିବାକୁ ଲାଗି ଯାଉଛି । କିନ୍ତୁ ଆପଣ ଯଦି ଶେଷ ପର୍ଯ୍ୟନ୍ତ ଦେଖିବେ ତାହେଲେ ଜାଣିପାରିବେଯେ ଶେଷକୁ କେମିତି ପୂରା ଖେଳ ବଦଳିଯାଉଛି । ଭିଡିଓଟିକୁ ଟ୍ୱିଟର ହ୍ୟାଣ୍ଡଲ @afa66551 ରୁ ସେୟାର କରାଯାଇଛି । ଯାହାକୁ ଦେଖିବା ପରେ ଲୋକମାନେ ସିଂହୀର ଦୃଢ଼ତା ଓ ହାତୀର ସାହାସିକତାକୁ ପ୍ରଶଂସା କରିଛନ୍ତି ।

 

 

 

ଖୁବ ଜୋରରେ ଭାଇରଲ ହେଉଥିବା କ୍ଲିପଟିକୁ ଦେଖିଲେ ଆପଣ ଜାଣିପାରିବେଯେ ସିଂହିଟି ହାତୀ ଉପରେ ଆକ୍ରମଣ କରୁଛି । ଲଗାତାର ଭାବରେ ସେ ହାତୀଟିକୁ ତଳେ ପକେଇଦେବାକୁ ଚେଷ୍ଟା କରୁଛି । କେବେ ହାତୀର ଶୁଣ୍ଡଟିକୁ ଟାଣି ଦେଉଛି ତ କେବେ ତା କାନକୁ ଟାଣି ମକଚି ପକାଉଛି । ଏମିତି ବି ଏକ ସମୟ ଆସିଛି ସିଂହି ହାତୀ ପିଠି ଉପରେ ଚଢି ଯାଉଛି । କିନ୍ତୁ ଏତେ ଚେଷ୍ଟା ସତ୍ତ୍ୱେ ହାତୀ ଜମା ବି ତଳେ ପଡୁନି | ଯେବେ ନିଜକୁ ବଞ୍ଚାଇ ହାତୀ ଉଠୁଛି ସେସମୟରେ ସିଂହି ସେଠାରୁ ନିଜକୁ ବଞ୍ଚାଇ ଦୌଡିବାକୁ ଲାଗିଯାଉଛି ।

ପ୍ରକୃତରେ ଏହି ଭିଡିଓଟିକୁ ୟୁ ଟ୍ୟୁବ ଚ୍ୟାନେଲ Latest Sightingsଙ୍କ ଦ୍ୱାରା ୨୦୧୯ ରେ ସେୟାର କରାଯାଇଛି । ଭିଡିଓର କ୍ୟାପ୍ସନରେ ଲେଖିଛନ୍ତିକି ଏକ ସିଂହି ହାଥୀର ଶିକାର କରିବାକୁ ଚେଷ୍ଟା କରୁଛି | ଏହା ଏକ ଦୁର୍ଲଭ ମୁହୂର୍ତ୍ତ । ସିଂହୀ ନିଜ ଶାବକ ମାନଙ୍କ ଖାଦ୍ୟ ପାଇଁ ଏକା ଆକ୍ରମଣ କରିବାକୁ ବାହାରି ଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.