ଦଳ ହୋଇ ହେଟାବାଘ କଲେ ସିଂହ ଉପରେ ଭୟଙ୍କର ଆକ୍ରମଣ ଆଉ ଶେଷରେ ହେଲା ଏମିତି ଦେଖନ୍ତୁ ଭିଡିଓ

ବିପଦ ଯେ କେତେବେଳେ କାହା ଉପରେ ପଡିବ ସେ କଥା କେହି ବି କହି ପାରିବେ ନାହିଁ । କିନ୍ତୁ ଆମେ ଯଦି ସର୍ତକତା ଅବଲମ୍ବନ କରି ଆଗକୁ ବଢିବା ତେବେ ହୁଏତ ବିପଦକୁ ଆମେ କିଛି ମାତ୍ରାରେ ସାମ୍ନା କରିବାରେ ସମର୍ଥ ହୋଇପାରିବା । କଥାରେ ଅଛି ଜଙ୍ଗଲର ରାଜା ସିଂହ କେବେ ଦଳଙ୍କୁ ନେଇ ଆସିନଥାଏ , ସେ ଯୁଆଡେ ବି ଯାଏ ସବୁବେଳେ ଏକୁଟିଆ ହିଁ ଯାଇଥାଏ । କିନ୍ତୁ କଥାରେ କୁହାଯାଉଥିବା ସବୁ ଜିନିଷ ସତ ହୋଇ ନଥାଏ । ଅନେକ ସମୟରେ ସିଂହଙ୍କୁ ଦଳ ହୋଇ ଯିବାକୁ ପଡିଥାଏ ନଚେତ ତାଙ୍କ ଉପରକୁ ବିପଦ ବି ମାଡି ଯିବାର ଆଶଙ୍କା ରହିଥାଏ ।

@NaturelsLit ନାମକ ଏକ ଟ୍ଵିଟର ୟୁଜର ସିଂହ ସହିତ ଘଟିଥିବା ଏମିତି ଏକ ଭିଡିଓ ଟ୍ଵିଟରରେ ସେୟାର କରିଛନ୍ତି । ଏହି ଭିଡିଓରେ ଆପଣ ଦେଖି ପାରୁଥିବେ କିଭଳି ଦଳେ ହେଟାବାଘ ଆସି ଏକା ଯାଉଥିବା ଗୋଟେ ସିଂହ ଉପରକୁ ଆକ୍ରମଣ କରୁଛନ୍ତି । ଆକ୍ରମଣ ସମୟରେ ସିଂହଟି ନିଜକୁ ରକ୍ଷା କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ଚେଷ୍ଟା ଚଲେଇଛି କିନ୍ତୁ ହେଟା ବାଘଙ୍କର ଦଳକୁ ଦେଖି ସେ କାହା ସହିତ ମୁକାବିଲା କରିବ ଜାଣି ପାରୁନାହିଁ ।

ବାଘୁଣି ଜଣକ ନିଜକୁ ବଞ୍ଚାଇବାକୁ ସଂଘର୍ଷ କରୁଥିବା ବେଳେ ହଠାତ୍‌ କିଛି ସିଂହ ଦଳ ହୋଇ ଆସି ସେହି ହେଟାବାଘ ଦଳ ଉପରକୁ ଆକ୍ରମଣ କରୁଛନ୍ତି । ସିଂହଙ୍କ ଦଳ ଦେଖି ସମସ୍ତ ହେଟାବାଘ ସିଂହକୁ ଛାଡି ସେଠାରୁ ଚମ୍ପଟ ମାରିଛନ୍ତି । ଏହି ଭିଡିଓଟି ଭାଇରାଲ ହେବା ପରେ ଏହାକୁ ହଜାର ହଜାର ଲାଇକ ଓ ସେୟାର କରିବା ସହିତ ସେୟାର ମଧ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.