ସ୍ୱପ୍ନରେ ପ୍ରେମୀ ହସୁଥିବାର ଦେଖିଲେ, ମିଳିଥାଏ ଏମିତି ସଂକେତ

ସ୍ୱପ୍ନରେ ଆମେ ଏମିତି କିଛି କଥା ଦେଖିଥାଉଁ, ଯାହା ସମ୍ପର୍କରେ ସର୍ବଦା ଚିନ୍ତା କରିବାକୁ ପଡିଥାଏ । ସ୍ୱପ୍ନରେ ପ୍ରତ୍ୟେକ ଜିନିଷକୁ ଦେଖିବାର ଅର୍ଥ ରହିଛି । ସ୍ୱପ୍ନ ଶାସ୍ତ୍ରରେ ସ୍ୱପ୍ନ ସମ୍ପର୍କରେ କୁହାଯାଇଛି । କେଉଁ ସ୍ୱପ୍ନ ଦେଖିଲେ କ’ଣ ଫଳ ମିଳିଥାଏ । ଏହାର ବି ସୂଚନା ଦିଆଯାଇଛି ।

ଆମେ ସ୍ୱପ୍ନରେ ବହୁ ପ୍ରକାର କଥା ଦେଖିଥାଉ । କେବେ କବେ ସ୍ୱପ୍ନରେ ପ୍ରେମୀଙ୍କୁ ମଧ୍ୟ ଦେଖିଥାଉ । ହେଲେ ସ୍ୱପ୍ନ ଏହି କଥା ଉପରେ ନିର୍ଭର କରିଥାଏ ଯେ ଆପଣ ପ୍ରେମୀକୁ କେଉଁ ଅବସ୍ଥାରେ ଦେଖୁଛନ୍ତି । ସ୍ୱପ୍ନ ଶାସ୍ତ୍ର ଅନୁସାରେ ପ୍ରେମୀ ଯଦି ହସୁଥିବା ଅବସ୍ଥାରେ ଦେଖନ୍ତି କ’ଣ ହୋଇଥାଏ ।

ସ୍ୱପ୍ନରେ ପ୍ରେମୀକୁ ହସୁଥିବା ଅବସ୍ଥାରେ ଦେଖିଲେ

ଯଦି ଆପଣ ନିଜ ପ୍ରେମୀଙ୍କୁ ହସୁଥିବା ଅବସ୍ଥାରେ ସ୍ୱପ୍ନରେ ଦେଖନ୍ତି, ତ ଏପରି ସ୍ୱପ୍ନ ବହୁତ ଶୁଭ ହୋଇଥାଏ । ଏହି ସ୍ୱପ୍ନ ଆପଣଙ୍କୁ ଏମିତି ସଂକେତ ଦେଇଥାଏ ଯେ ଆସୁଥିବା ସମୟ ଆପଣଙ୍କୁ ବହୁତ ଖୁସି ଦେବ । ଏହାର ଅନ୍ୟ ଅର୍ଥ ଯେ ଆପଣଙ୍କ ପ୍ରେମ ପ୍ରଗାଢ଼ ହେବ ଓ ପ୍ରେମ ଆହୁରି ଆଗକୁ ବଢ଼ିବ ।

ଯଦି ଆପଣ ଏହାର ବିପରୀତ ସ୍ୱପ୍ନରେ ଦେଖନ୍ତି, ତ ଏହା ବହୁତ ଅଶୁଭ ହୋଇଥାଏ । ଏମିତି ସ୍ୱପ୍ନ ଏହି କଥାକୁ ସଂକେତ ଦେଇଥାଏ ଯେ ଆପଣଙ୍କ ପ୍ରେମୀ କିଛି କଥାକୁ ନେଇ ଆପଣଙ୍କୁ ନିରାଶ କରି ପାରନ୍ତି । କିମ୍ବା ପ୍ରେମୀ ଦ୍ୱାରା ଆପଣଙ୍କୁ ବିଶ୍ୱାସ ଘାତକତା ମଳିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.