କୋଟିପତି ଲୁଟେରା ; ରାଜଧାନୀରେ ଲୁଟ୍‌ କରି ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା

ହାଫ ପ୍ୟାଣ୍ଟ ପିନ୍ଧି ବୁଲୁଥିଲା, ବିନା ଚପଲରେ ଲୁଟୁଥିଲା। ରାଜଧାନୀରେ ଲୁଟ୍‌ କରି ସେହି ଟଙ୍କାରେ ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା । ବାରପର୍ବ ରେ ଟଙ୍କା ଉଡାଉଥିଲା । ମଉଜ୍‌ ମଜଲିସ୍‌ରେ ଦିନ ବିତାଉଥିଲା । ବିମାନରେ ଯାଉଥିଲା ମୁମ୍ବାଇ ତାଜ୍‌ ହୋଟେଲ୍‌ରେ କରୁଥିଲା ରାଜ୍‌ । ଏମତି ଜଣେ କୋଟିପତି ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ୱର : ହାଫ ପ୍ୟାଣ୍ଟ ପିନ୍ଧି ବୁଲୁଥିଲା, ବିନା ଚପଲରେ ଲୁଟୁଥିଲା। ରାଜଧାନୀରେ ଲୁଟ୍‌ କରି ସେହି ଟଙ୍କାରେ ସେଭେନ ଷ୍ଟାର ହୋଟେଲରେ ରାତି ବିତାଉଥିଲା । ବାରପର୍ବ ରେ ଟଙ୍କା ଉଡାଉଥିଲା । ମଉଜ୍‌ ମଜଲିସ୍‌ରେ ଦିନ ବିତାଉଥିଲା । ବିମାନରେ ଯାଉଥିଲା ମୁମ୍ବାଇ ତାଜ୍‌ ହୋଟେଲ୍‌ରେ କରୁଥିଲା ରାଜ୍‌ । ଏମତି ଜଣେ କୋଟିପତି ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ପର୍ଶୁରାମ ଗିରି । ପର୍ଶୁରାମ ଗିରି ନବମ ଫେଲ୍‌। ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଥାନା ଅଞ୍ଚଳରେ। ୨୦୦୬ ମସିହାରେ ସେ ଜେଲ୍‌ ଯାଇଥିଲେ। ପତ୍ନୀଙ୍କ ହତ୍ୟା ମାମଲାରେ ସେ ପ୍ରଥମର ଥର ପାଇଁ ଜେଲ୍‌ ଯାଇଥିଲେ। ତା’ପରେ ସେ ଅପରାଧ ଦୁନିଆରେ ପାଦ ଥାପି ଥିଲେ। ଜେଲ୍‌ରୁ ବାହାରି ଆସିବା ପରେ ଚାଲି ଆସିଥିଲେ ରାଜଧାନୀ ଭୁବନେଶ୍ୱର। ଲୁଟ୍‌ ପାଇଁ ରଚିଥିଲେ ନୂଆ ନୂଆ ଯୋଜନା। ରାଜଧାନୀରେ ଖେଳାଇଥିଲେ ଲୁଟ୍‌ର ଆତଙ୍କ । ଏହି ଲୁଟ୍‌ରେ ତାଙ୍କର ନଥିଲା ବାଛ ବିଚାର। ରାତି ଅଧରେ ଝରକା ତାଡ଼ି ଲୁଟ୍‌ କରୁଥିଲେ । ସେ ଘର ହେଉ ବା ଆପାର୍ଟମେଣ୍ଟ କେହି ନଥିବାର ସୁଯୋଗ ନେଇ କଳାକନା ବୁଲାଉଥିଲେ। ପର୍ଶୁରାମ୍‌ଙ୍କର ସିସିଟିଭିକୁ ମଧ୍ୟ ଭୟ ନଥିଲା। ଦେଖନ୍ତୁ ସିସିଟିଭିରେ କଏଦ ହୋଇଥିବା ଏ ଦୃଶ୍ୟ । କିପରି ଭାବେ ଜଗନ୍ନାଥ ନଗର ଓ ପ୍ରାଚୀ ବିହାରରୁ ଲୁଟ କରୁଛନ୍ତି ।

ଆଉ ସବୁଠୁ ବଡ଼ କଥା ହେଉଛି ପର୍ଶୁରାମ ଚୋରି କରିବା ପାଇଁ ଯିବା ବେଳେ ଓଲା ଏବଂ ଉବେରରେ ଯାଉଥିଲେ । ଚୋରି ସମୟରେ ଖାଲି ପାଦରେ ଚାଲୁଥିଲେ ଆଉ ନିଜ ମୋବାଇଲକୁ ଫ୍ଲାଇଟ୍‌ ମୋଡ଼ରେ ରଖୁଥିଲେ । ଝରକା ତାଡ଼ି ଚୋରି କରୁଥିଲେ ତ କେଉଁଠି ଗ୍ରୀଲ୍‌ ତାଡ଼ି କରୁଥିଲେ ଚୋରି । ସୁନା ଆଉ ଟଙ୍କା ଛଡ଼ା ଅନ୍ୟ କିଛି ବି ଚୋରି କରୁନଥିଲେ । ଆଉ ସେହି ଚୋରି ଟଙ୍କାରେ ଅୟସ୍‌ କରୁଥିଲେ । ବଡ଼ ବଡ଼ ଆପାର୍ଟମେଣ୍ଟରେ ରହିବା ସହ ବିମାନରେ ମୁମ୍ବାଇ ବୁଲିବାକୁ ଯାଉଥିଲେ ସେଠି ତାଜ୍‌ ହୋଟେଲ୍‌ରେ ରହୁଥିଲେ । ସେହି ଲୁଟ ଟଙ୍କାରେ ପର୍ଶୁରାମ ଜଣଙ୍କ ଗୋଆ, ମୁମ୍ବାଇ, କୋଲକାତା ବୁଲୁଥିଲା । ଭୁବନେଶ୍ୱର ବଡ଼ଗଡ଼ରେ ୫ ଟି ଫ୍ଲାଟ କରି ଭଡାରେ ଦେଇଥିଲା ଲୁଟେରା। ନିଜ ଗାଁ ସୋର ରେ ପର୍ଶୁରାମର ଘର ରହିଛି । LIC ରେ ଲକ୍ଷାଧିକ ଟଙ୍କା ରଖିଥିବା ମଧ୍ୟ ଜଣାପଡ଼ିଛି ।

ହେଲେ ଚୋର ଘର ସବୁବେଳେ ଅନ୍ଧାର ରୁହେନି । ସେହିପରି ପର୍ଶୁରାମର କଳା କାରନାମା ପୋଲିସ ଆଖିରେ ବେଶିଦିନ ଲୁଚି ନଥିଲା । ଆଜି ରାଜଧାନୀରେ ଚେକିଂ ବ୍ଲକିଂ ବେଳେ ପୁଲିସ୍‌ର ଚକ୍ରବ୍ୟୁହରେ ଫସି ଗଲେ ପର୍ଶୁରାମ। କମିଶନରେଟ୍‌ ତାଙ୍କୁ ଗିରଫ କରି ଇତିହାସ ଯାଞ୍ଚ କଲା ବେଳେ ସବୁ କଥା ଜଣାପଡ଼ିଥିଲା। ତା’ପରେ ରାଜଧାନୀ ଲୁଟ୍‌ର ପର୍ଦ୍ଦାଫାସ୍‌ ହୋଇଥିଲା। ତା’ର କୌଣସି ଗ୍ୟାଙ୍ଗ ନଥିଲେ। ସେ ଏକା ଏକା ଲୁଟ୍‌ କରୁଥିଲା ବୋଲି ପୁଲିସ୍‌ କହିଛି।

ତେବେ ୫୦ରୁ ଉର୍ଦ୍ଧ୍ୱ କେସ୍‌ରେ ସମ୍ପୃକ୍ତ ଥିଲେ ପର୍ଶୁରାମ ଗିରି । ଭୁବନେଶ୍ୱରର ବଡ଼ଗଡ଼, ପାହାଳ, ମଞ୍ଚେଶ୍ୱର, ଲିଙ୍ଗରାଜ, ସହୀଦନଗର ଥାନାରେ ଅଭିଯୁକ୍ତ ନାଁ ରେ ୨୧ ଟି କେସ ରହିଛି। ଅଭିଯୁକ୍ତ ଠାରୁ ବିପୁଳ ପରିମାଣର ଚୋରି ସାମଗ୍ରୀ ଯେପରିକି ୨୧ ଲକ୍ଷ ଟଙ୍କା , ୭ ଶହ ଗ୍ରାମ ସୁନା, ୭ କେଜି ରୂପା ଜବତ କରାଯାଇଛି । ବିଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ଚୋରି ସମ୍ପତ୍ତି ଜବତ କରାଯାଇଛି । ଏନେଇ ପର୍ଶୁରାମ୍‌ ଙ୍କୁ ଗିରଫ କରି ସିନ ରିକ୍ରିଏସନ କରିବା ସହ ଅଧିକ ତଦନ୍ତ ଚଳାଇଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.