କେଜ୍ରିୱାଲଙ୍କ ଗିରଫଦାରି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ଇଣ୍ଡିଆ ମେଣ୍ଟ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ଇଣ୍ଡିଆ ମେଣ୍ଟ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଆପ୍ ଓ କଂଗ୍ରେସ ।

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇବ ଇଣ୍ଡିଆ ମେଣ୍ଟ । ମାର୍ଚ୍ଚ ୩୧ ତାରିଖରେ ଇଣ୍ଡିଆ ମେଣ୍ଟର ମେଗା ରାଲି ରାମଲୀଳା ମୈଦାନରେ ଆୟୋଜିତ ହେବ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଆପ୍ ଓ କଂଗ୍ରେସ ।

ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳର ପ୍ରମୁଖ ନେତା ଏହି ରାଲିରେ ଭାଗ ନେବେ । ମୋଦି ସରକାର ଓ ବିଜେପି ବିରୋଧରେ ବର୍ଷିଛନ୍ତି ଦୁଇ ଦଳର ନେତା । ମାର୍ଚ୍ଚ ୩୧ରାଲି କେବଳ ଏକ ରାଜନୈତିକ ରାଲି ନୁହେଁ ବରଂ ଦେଶରେ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହା ଏକ ସଂଗ୍ରାମ ବୋଲି କହିଛନ୍ତି ଦିଲ୍ଲୀ କଂଗ୍ରେସ ମୁଖ୍ୟ ଅରଭିନ୍ଦର ସିଂ ଲଭଲୀ । ସମ୍ବିଧାନ ଓ ଗଣତନ୍ତ୍ରରେ ଭରସା ରଖୁଥିବା ସମସ୍ତ ଦେଶବାସୀ ଏହି ରାଲିରେ ଯୋଗ ଦେବାକୁ ଅନୁରୋଧ କରିଛି ଆପ୍  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.