ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଦୁଇଟି ଘର, ଜଣେ ଆହତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ ଡୁମୂଳା ପଞ୍ଚାୟତର ସାନ ଡୁମୂଳା ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇଟି ଘର ଜଳିଯାଇଛି l ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି ଜେ, ବୁଲୁ ପାତ୍ର ଓ ଜେ, କାମା ପାତ୍ରଙ୍କ ଘର ଜଳିଯାଇଛି l

ବ୍ରହ୍ମପୁର(କେନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବଡ଼ ଡୁମୂଳା ପଞ୍ଚାୟତର ସାନ ଡୁମୂଳା ଗ୍ରାମରେ ଗ୍ୟାସ ସିଲିଣ୍ଡର ଫାଟି ଦୁଇଟି ଘର ଜଳିଯାଇଛି l ଗ୍ୟାସ ଲିକରୁ ଅଗ୍ନିକାଣ୍ଡ ଘଟି ଜେ, ବୁଲୁ ପାତ୍ର ଓ ଜେ, କାମା ପାତ୍ରଙ୍କ ଘର ଜଳିଯାଇଛି l ନିଆଁ ଲିଭାଇବାକୁ ଯାଇ ବୁଲୁ ପାତ୍ରଙ୍କ ଶରୀର ଅଧିକାଂଶ ପୋଡି ଆହତ ହୋଇଛନ୍ତି l ଆହତଙ୍କୁ ଦିଗପହଣ୍ଡି ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା କିନ୍ତୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ କେ ସି ଜି ସ୍ଥାନାନ୍ତର କରାଯାଇଛି l ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବିଭାଗ ପହଂଚି ନିଆଁ କୁ ଆୟତ୍ତ କରିଥିବା ବେଳେ ୧୦ ଲକ୍ଷରୁ ଅଧିକ ସମ୍ପତ୍ତି ନଷ୍ଟ ହୋଇଯାଇଥିବା ଜଣାପଡିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.