ମାତା ଲକ୍ଷ୍ମୀଙ୍କ ସହ କରନ୍ତୁ କୁବେର ଦେବଙ୍କ ପୂଜା, ଘରେ ଧନର ଅଭାବ ତୁରନ୍ତ ଦୂର ହେବ

ଶାସ୍ତ୍ର ମୁତାବିକ ଧନର ଦେବତା ହେଉଛନ୍ତି କୁବେର। କୁବେର ଦେବଙ୍କୁ ଭଗବାନ ଶିବଙ୍କ ଦ୍ୱାରପାଳ କୁହାଯାଏ। ସାଧାରଣ ଭାବେ ଧନ ପ୍ରାପ୍ତି ପାଇଁ ଲକ୍ଷ୍ମୀଙ୍କର ପୂଜା କରାଯାଇଥାଏ। କିନ୍ତୁ ମାତା ଲକ୍ଷ୍ମୀଙ୍କର ପୂଜା ସହିତ କୁବେର ଦେବଙ୍କ ପୂଜା ମଧ୍ୟ ଖୁବ ଭଲ ଫଳ ଦେଇଥାଏ। ଧର୍ମ ଗ୍ରନ୍ଥ ମୁତାବିକ ଉଭୟ ଲକ୍ଷ୍ମୀ ମାତା ଓ କୁବେର ଦେବଙ୍କ ପୂଜାରେ ବ୍ୟକ୍ତି ଜଣକୁ ଖୁବ ଧନ ଲାଭ ହୋଇଥାଏ।
ତେଣୁ ଏଥିପାଇଁ କୁବେର ଦେବଙ୍କୁ ପ୍ରସନ୍ନ କରିବା ଉଚିତ। ଆଜି ଗୁରୁବାର ଲକ୍ଷ୍ମୀ ଦେବୀଙ୍କ ସହ କୁବେର ଦେବଙ୍କ ପୂଜା କରନ୍ତୁ। ଧନର ଦେବତା କୁବେର ଦେବଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଉପାୟ ଆପଣାନ୍ତୁ।
ପ୍ରଥମତଃ ଉତ୍ତର ପୂର୍ବ ଦିଗରେ କୁବେରଙ୍କ ସ୍ଥାନ ରହିଛି। ଏହି ଦିଗକୁ ସଫା କରି ଗଙ୍ଗାଜଳ ପକାଇ ଶୁଦ୍ଧ କରନ୍ତୁ। ଏହାପରେ ଏକ ଚାମଚ ମଲ୍ଲି ଫୁଲ ତେଲ ସହ ମହମବତୀ ଜଳାଇ ସେଠି ରଖନ୍ତୁ। ଏହାପରେ କୁବେର ଦେବତାଙ୍କୁ ସ୍ମରଣ କରନ୍ତୁ। ଭଗବାନ ଆପଣଙ୍କ ମନସ୍କାମନା ପୂର୍ଣ୍ଣ କରିବେ। ଏହା କରିବା ଦ୍ୱାରା ଧନର ଅଭାବ ଦୂର ହେବ।
ପ୍ରତିଦିନ ସକାଳୁ ଉଠି ସ୍ନାନ କର୍ମ ସାରି ପରେ ମାଳାରେ ପ୍ରଭୁଙ୍କର ନାମକୁ ଜପ କରନ୍ତୁ। ୧୦୮ ଥର ଜପ କରନ୍ତୁ। ସକାଳ ଓ ସନ୍ଧ୍ୟା ସମୟରେ ଜପ କରନ୍ତୁ।

କୁବେର ଯନ୍ତ୍ର ମଧ୍ୟ ଆପଣ ପୂଜା କରିପାରିବେ। ସୁନା, ରୂପା କିମ୍ବା ପଞ୍ଚଲୋହା ଧାତୁରେ କୁବେର ଯନ୍ତ୍ରକୁ ଆଙ୍କି ପୂଜା କରନ୍ତୁ। ବଜାରରେ ଏହି ଯନ୍ତ୍ର ଖୁବ ସହଜରେ ମିଳିବ। ଏହାପରେ ଯନ୍ତ୍ରକୁ ପ୍ରତିଦିନ ପୂଜା କରନ୍ତୁ। ଏହା କରିବା ଦ୍ୱାରା ଘରେ ଧନର ଅଭାବ ରହିବ ନାହିଁ। ମାନ ସମ୍ମାନ ବୃଦ୍ଧି ହେବ। ଦୁର୍ଭାଗ୍ୟରୁ ମଧ୍ୟ ମୁକ୍ତି ପାଇବେ।
ତ୍ରୟୋଦଶୀରେ ଧନର ଦେବତା କୁବେରଙ୍କ ପୂଜା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ଦିନ କୁବେର ଦେବଙ୍କ ଦିନ ମନାଯାଏ । ତେଣୁ ଏହିଦିନ ପୂଜା କରିବା ଦ୍ୱାରା ଶୀଘ୍ର ଲାଭ ମିଳିଥାଏ। ଏହିଦିନ ଉତ୍ତର ପୂର୍ବ ଦିଗରେ କୁବେର ଯନ୍ତ୍ର ରଖି ଚାଉଳ, ସିନ୍ଦୂର ଏବଂ ହଳଦୀ ଲଗାଇ ପୂଜା କରନ୍ତୁ। ଏହାପରେ ଫୁଳ ନେଇ ସଙ୍କଳ୍ପ କରନ୍ତୁ। ଏହାପରେ ମାଳାରେ ୧୦୮ ଥର କୁବେର ମନ୍ତ୍ର ଜପ କରନ୍ତୁ । ଏହା କରିବା ଦ୍ୱାରା କୁବେର ଦେବତା ଶୀଘ୍ର ପ୍ରସନ୍ନ ହେବେ। ଧନ ଜନିତ ସମସ୍ୟା ଦୂର ହେବ।