ସାଇକେଲରେ ସ୍କିପିଂ ଷ୍ଟଣ୍ଟ ଦେଖାଇଲେ ଯୁବତୀ, ଭାଇରଲ ହେଉଛି ଭିଡିଓ

ଏହି ଭିଡିଓ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ iamsecretgirl023 ନାଁରେ ଥିବା ଆକାଉଣ୍ଟରୁ ସେୟାର ହୋଇଛି । ବାୟୋରୁ ଜଣାପଡିଛି ଯେ ଝିଅଟି ଭୋପାଲ ର ଏବଂ ସେ ଜଣେ ଡାନ୍ସ ଆର୍ଟିଷ୍ଟ । ସେ ନିଜ ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ କରିଛନ୍ତି ।

ନିକଟରେ ଜଣେ ଝିଅ ନିଜ ଇନଷ୍ଟାଗ୍ରାମରେ ଘାଗରା ଚୋଲି ପିନ୍ଧି ସାଇକେଲ ଚଲାଇବାର ଏକ ଭିଡିଓ ସେୟାର କରିଛନ୍ତି । କେବଳ ସେତିକି ନୁହେଁ ସାଇକେଲ ଚଲାଇବା ସହ ଝିଅଟି ସ୍କିପିଂ ମଧ୍ୟ କରୁଥିବାର ନଜର ଆସିଛି । ରାସ୍ତାରେ ସାଇକେଲ ଚଲାଇବା ସମୟରେ ଝିଅଟି ସ୍କିପିଂ ରୋପ ବାହାର କରି ସ୍କିପିଂ କରିବା ଆରମ୍ଭ କରିଥିଲା । ଏହା ସହ ଝିଅଟିର ହସ ଲୋକଙ୍କ ହୃଦୟ ଜିତିନେଇଛି ।

ଏହି ଭିଡିଓ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ iamsecretgirl023 ନାଁରେ ଥିବା ଆକାଉଣ୍ଟରୁ ସେୟାର ହୋଇଛି । ବାୟୋରୁ ଜଣାପଡିଛି ଯେ ଝିଅଟି ଭୋପାଲ ର ଏବଂ ସେ ଜଣେ ଡାନ୍ସ ଆର୍ଟିଷ୍ଟ । ସେ ନିଜ ଆକାଉଣ୍ଟରେ ଏହି ଭିଡିଓ ଅପଲୋଡ କରିଛନ୍ତି । ଯେଉଁଥିରେ ସେ ସାଇକେଲ ଚଳାଇବା ସମୟରେ ସ୍କିପିଂ କରୁଥିବାର ନଜର ଆସିଛନ୍ତି । ଏହି ଷ୍ଟଣ୍ଟ କରିବା ସମୟରେ ଝିଅଟି ଘାଗରା ଚୋଲି ପିନ୍ଧିଥିଲା ।

ଅନେକ ଲୋକ ଏହି ଷ୍ଟଣ୍ଟର ପ୍ରଶଂସା କରିଛନ୍ତି । ଝିଅଟିର ଇନଷ୍ଟାଗ୍ରାମରେ ୧୬ ଲକ୍ଷ ଫୋଲୋଅର୍ସ ଅଛନ୍ତି । ପ୍ରାୟତଃ ସେ ସାଇକେଲ ଚଳାଇବାର ଭିଡିଓ ଉପଲୋଡ କରନ୍ତି । କିଛି ଲୋକ ଏହି ଟ୍ୟାଲେଣ୍ଟର ପ୍ରଶଂସା କରିଛନ୍ତି ତ ଅନ୍ୟ କେହି କେହି ଏହାକୁ ବହୁତ ରିସ୍କି ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.