Below header

ସତୀଙ୍କର ଦାନ୍ତ ପଡ଼ିବା ହେତୁ ମନ୍ଦିରର ନାମ ହୋଇଛି ଦନ୍ତେଶ୍ୱରୀ, ରାଜା ହେଉଛନ୍ତି ମୁଖ୍ୟ ପୂଜକ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ଦନ୍ତେୱାଡା ଜିଲ୍ଲାରେ ଅବସ୍ଥିତ ଦନ୍ତେଶ୍ୱରୀ ମନ୍ଦିର। ଏହା ହେଉଛି ଦ୍ୱାଦଶ ଶତାବ୍ଦୀର ପୁରୁଣା ମନ୍ଦିର।ସବୁ ସ୍ଥାନ ଅପେକ୍ଷା ଏଠି ମାଆଙ୍କ ପୂଜା ଥାଏ ଭାରି ନିଆରା। ମାଆ ଙ୍କ ପାଖକୁ ଯିବାକୁ ହେଲେ ହିନ୍ଦୁ ପରମ୍ପରା ଅନୁଯାୟୀ ପୁରୁଷ ମାନେ ଧୋତି ପିନ୍ଧି ମାଆ ଙ୍କ ଦର୍ଶନ କରିବାକୁ ହେବ। ମାଆ ଙ୍କ ଦର୍ଶନ କଲେ ଭକ୍ତଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେଣୁ ଏଠି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ।

ଡଙ୍କିନି ଏବଂ ସଂକୀନି ଦୁଇ ନଦୀ ମଧ୍ୟରେ ମା ଦନ୍ତେଶ୍ଵରୀଙ୍କ ମନ୍ଦିର ଅବସ୍ଥିତ। ଏ ମନ୍ଦିର ୧୨୦୦ ଶତାବ୍ଦୀ ପୁରୁଣା ।ଶାସ୍ତ୍ର ଅନୁସାରେ ମାଆ ଯେତେବେଳେ ସତୀ ଦେହ ତ୍ୟାଗ କରିଥିଲେ ସେତେବେଳେ ମହାଦେବ ଦୁଃଖିତ ହୋଇ ତାଙ୍କ ଶରୀର କୁ କାନ୍ଧରେ ନେଇ ସାରା ପୃଥିବୀ କୁ ପରିକ୍ରମା କରିବାକୁ ଲାଗିଲେ। କିଛିଦିନ ବିତିବା ପରେ ପୃଥିବୀର ସନ୍ତୁଳନ ବିଗିଡିବା ରେ ଲାଗିଲା। ସେତେବେଳେ ପ୍ରଭୁ ବିଷ୍ଣୁ ନିଜର ଚକ୍ର ରେ ସତୀୁଙ୍କ ୫୧ ଭାଗରେ ବିଭକ୍ତ କରିଥିଲେ।

ବର୍ତ୍ତମାନ ୫୧ ଶକ୍ତିପୀଠ ରହିଛି। ସବୁ ଶକ୍ତି ପୀଠରେ ମାଆଙ୍କର କିଛି ନା କିଛି ଅଂଶ ପଡ଼ିଥିବାର ଶାସ୍ତ୍ରରୁ ଜଣାପଡ଼େ। ତେବେ ଏହି ପିଠରେ ସତୀଙ୍କ ଦାନ୍ତ ପଡିଥିବା ରୁ ଏହି ମନ୍ଦିର ର ନାଁ ଦନ୍ତେଶ୍ଵରୀ ଭାବେ ନାମକରଣ ହୋଇଛି। ବସ୍ତର ର ରାଜା ଏହାକୁ ପୂଜା କରି ଆସୁଥିଲେ ।ପରମ୍ପରା ଅନୁସାରେ ଯେ ପର୍ଯ୍ୟନ୍ତ ପୀଠ ରେ ପୂଜା କରାଯାଇନି ସେ ପର୍ଯ୍ୟନ୍ତ ରାଜ୍ୟରେ କୌଣସି କାର୍ଯ୍ୟ ହେଉନଥିଲା।

ଦନ୍ତେଶ୍ଵରୀ ମନ୍ଦିର ୫ ଭାଗରେ ବିଭକ୍ତ କରାଯାଇଛି ସେଗୁଡିକ ହେଲା ଗର୍ଭ ଗୃହ, ଅନ୍ତରାଳୟ, ମୁକ୍ଷମଣ୍ଡଳ ,ମୁକ୍ତି ମଣ୍ଡପ ଏବଂ ସଭାଗୃହ। ଗର୍ଭ ଗୃହ, ଅନ୍ତରାଳୟ, ମୁକ୍ଷମଣ୍ଡଳ ଏହି ତିନି ଗୃହ ୧୨୦୦ ଶତାବ୍ଦୀ ରୁ ରହିଛି। ପରୁଷୋତ୍ତମ ମହାରାଜାଙ୍କ ରାଜୁତି ରେ ମୁକ୍ଷମଣ୍ଡଳ ,ମୁକ୍ତି ମଣ୍ଡପ ନିର୍ମାଣ ହୋଇଥିଲା। ୧୨୦୦ ଶତାବ୍ଦୀ ପୂର୍ବରୁ ମନ୍ଦିରରେ ଦେବିଦେଵତା ପୂଜାପାଠ କରାଯାଉଥିବା ଅନୁମାନ କରାଯାଉଛି।

ଏ ମନ୍ଦିର ବସ୍ତର ରାଜାଙ୍କର ହୋଇଥିବାରୁ ମା ଙ୍କ ପୂଜା ନିଜେ ରାଜା କରନ୍ତି।। ବର୍ତ୍ତମାନ ତାଙ୍କ ବଂଶଜ ପୂଜା କରଛନ୍ତି। ସାଧାରଣତଃ ମନ୍ଦିରର ପୂଜାରୀଙ୍କୁ ପୂଜାରୀ କୁହାଯାଇଥାଏ କିନ୍ତୁ ଏହି ପୀଠ ପୂଜାରୀଙ୍କୁ ଜିଆ ବାବା ବା ମହାରାଜା ଭାବେ ସମ୍ବର୍ଦ୍ଧିତ କରାଯାଇଥାଏ।

୮୦୦ ବର୍ଷ ପୂର୍ବରୁ ମହାରାଜା ଙ୍କ ବଂଶଜ ପୂଜା କରି ଆସୁଛନ୍ତି। ଦନ୍ତେଶ୍ଵରୀ ମନ୍ଦିର ରୀତିନୀତି ସେବାରେ ସବୁ ଜାତିର ଲୋକେ ଜଡିତ ରହିଛନ୍ତି। ଦେବୀଙ୍କ ମୁକ୍ଷମଣ୍ଡପରେ ଯେଉଁ ଭକ୍ତ ଦର୍ଶନ କରିବା ପାଇଁ ଯିବେ ସେ ଧୋତି ପିନ୍ଧିବା ପାଇଁ ବାଧ୍ୟ କାରଣ ହିନ୍ଦୁ ଙ୍କ ପାରମ୍ପରିକ ବେଶଭୁଷା ପିନ୍ଧି ହିଁ ମନ୍ଦିର ପ୍ରବେଶ କରି ପାରିବେ। ତେଣୁ ଏହି ମନ୍ଦିରରେ ହିନ୍ଦୁତ୍ବ ର ବାସ୍ନା ଦେଖବାକୁ ମିଳେ।

ଏହି ପୌରାଣିକ ମନ୍ଦିର ଭିତରେ ଅତି ପୁରାତନ ଦେବିଦେଵତାଙ୍କ ମୂର୍ତ୍ତି ରହିଛି। ଏହି ମନ୍ଦିରରେ ଅନେକ ପୌରାଣିକ କଥାବସ୍ତୁ ଦେଖିବାକୁ ମିଳିଥାଏ। ମନ୍ଦିର ଭିତର ବାଡ଼ ରେ ଅନେକ ଲାଲ ରଙ୍ଗର କପଡ଼ା ବନ୍ଧା ହୋଇଥିବା ଦେଖିବାକୁ ମିଳେ । ଏହା ଭକ୍ତ ମା ଙ୍କ ନିକଟରେ ବାନ୍ଧିଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି।

୧୨ ଜାତିର ଲୋକେ ଏଠି ମା ଙ୍କ ସେବା କରିଥାନ୍ତି। ତେବେ ଏଠି ମାଆଙ୍କ ପୂଜାରୀକୁ ରାଜା ବୋଲି ଡାକିଥାନ୍ତି। ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ୧୦୦ କିମି ଦୂରରେ ଏହି ପ୍ରସିଦ୍ଧ ମନ୍ଦିର ରହିଛି। ତେଣୁ ମା ଙ୍କ ଆଶିର୍ବାଦ ନେବାପାଇଁ ଓଡିଶା, ତେଲେଙ୍ଗାନା, ଆନ୍ଧ୍ର ର ଲକ୍ଷାଧିକ ଭକ୍ତ ନିଜ ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଧାଇଁ ଆସିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.