ଭକ୍ତ ମାନେ ଏହି ମନ୍ଦିରକୁ ଯିବାମାତ୍ରେ ହୁଅନ୍ତି ଧନୀ, ଏଠାରେ ପ୍ରସାଦ ଆକାରରେ ମିଳିଥାଏ ସୁନା ଓ ରୁପାର ଅଳଙ୍କାର

ଭାରତରେ ଲକ୍ଷ ଲକ୍ଷ ମନ୍ଦିର ଅଛି ,ଦେଶରେ କୌଣସି ଗ୍ରାମ ନାହିଁ ଯେଉଁଠି ଆପଣ ମନ୍ଦିର ପାଇବେ ନାହିଁ । ଏଥିମଧ୍ୟରୁ ଅନେକ ମନ୍ଦିର ଅଛି ଯାହା ନିଜ ଭିତରେ ଅନେକ ପ୍ରକାରର ରହସ୍ୟ ସଂଗ୍ରହ କରିରଖିଛି । ଏହା ବ୍ୟତୀତ ସମସ୍ତ ମନ୍ଦିରରେ ସେମାନଙ୍କର ସ୍ୱତନ୍ତ୍ର ପରିଚୟ ଏବଂ ସେମାଙ୍କର ମହତ୍ୱ ରହିଛି। ମଧ୍ୟ ପ୍ରଦେଶର ରତ୍ଲାମରେ ଏକ ମନ୍ଦିର ଅଛି ଯେଉଁଥିରେ ଅନେକ ରହସ୍ୟ ରହିଛି । ଏହି ମନ୍ଦିରର ନାମ ମହାଲକ୍ଷ୍ମୀ ମନ୍ଦିର। ଏହି ମନ୍ଦିର ମଧ୍ୟପ୍ରଦେଶର ରତ୍ଲାମ ଜିଲ୍ଲାର ମନାକରେ ଅବସ୍ଥିତ। ଏହି ମନ୍ଦିରେ ଅତୁଳନୀୟ କାରଣ ରହିଛି । ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତମାନେ ପ୍ରସାଦ ଭାବରେ ଲଡୁ କିମ୍ବା କୌଣସି ଖାଦ୍ୟ ସାମଗ୍ରୀ ପ୍ରସାଦ ଭାବରେ ପାଆନ୍ତି ନାହିଁ, ବରଂ ସେମାନଙ୍କୁ ସୁନା ରୁପା ଅଳଙ୍କାର ଦିଆଯାଏ । ସେଥିପାଇଁ ଏହି ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଭକ୍ତ ଧନୀ ହୋଇଯାଆନ୍ତି ।

ମହାଲକ୍ଷ୍ମୀଙ୍କ ମନ୍ଦିରରୁ ସୁନା ରୁପା ମିଳୁଥିବାରୁ ଏଠାରେ ଭକ୍ତ ମାନଙ୍କର ଭିଡ ଜମିଥାଏ । ଏଠାରେ ପ୍ରତିଦିନ ମହାଲକ୍ଷ୍ମୀଙ୍କୁ କୋଟି କୋଟି ଟଙ୍କାର ଅଳଙ୍କାର ପ୍ରଦାନ କରାଯାଏ । ଭକ୍ତମାନେ ଟଙ୍କା ମଧ୍ୟ ଦାନ କରିଥାନ୍ତି । ଦୀପାବଳି ଅବସରରେ ଏହି ମନ୍ଦିରରେ ଧନର ବର୍ଷା ହୋଇଥାଏ । ଏହି ସମୟରେ ଧନତରସରୁ ଆରମ୍ଭ କରି ପାଞ୍ଚଦିନଧରି ଦୀପୋତ୍ସବ ଆୟୋଜିତ ହୋଇଥାଏ । ଏବଂ ମନ୍ଦିରଟି ଫୁଲରେ ନୁହଁ ବରଂ ଟଙ୍କାରେ ସଜା ଯାଇଥାଏ ।

ଦୀପାବଳି ସମୟରେ ୨୪ ଘଣ୍ଟା ମନ୍ଦିରର କବାଟ ଖୋଲା ରୁହେ। କୁହାଯାଏ ଯେ ଧନତରସ ଦିନ କୁବେରଙ୍କ ଭଣ୍ଡାର ମହିଳା ମାନଙ୍କ ପାଇଁ ଖୋଲାଯାଇଥାଏ ଏବଂ ଏଠାକୁ ଆସୁଥିବା ପ୍ରତ୍ୟେକ ଭକ୍ତଙ୍କୁ ଖାଲିହାତରେ ଫେରାଇ ଦିଆଯାଏ ନାହିଁ। ଦଶନ୍ଧି ଧରି ମନ୍ଦିରରେ ଅଳଙ୍କାର ଟଙ୍କା ଅର୍ପଣ ପରମ୍ପରା ଚାଲିଆସିଛି ପୁରାତନ କାଳରେ ଏଠାରେ ଥିବା ରାଜା ମାନେ ରାଜ୍ୟର ସୁରକ୍ଷା ପାଇଁ ଟଙ୍କା ଅଳଙ୍କାର ଅର୍ପଣ କରୁଥିଲେ ବୋଲି ବିଶ୍ୱାସ କରାଯାଏ । ଏବଂ ବର୍ତ୍ତମାନ ମଧ୍ୟ ସେମାନେ ମାଙ୍କ ପାଦତଳେ ଟଙ୍କା ଏବଂ ଅଳଙ୍କାର ପ୍ରଦାନ କରିବା ଆରମ୍ଭ କରିଛନ୍ତି। କୁହାଯାଏ ଯେ ଏହା କରିବା ଦ୍ୱାରା ମହାଲକ୍ଷ୍ମୀ ଙ୍କର ଆଶୀର୍ବାଦ ସବୁବେଳେ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.