କ୍ଷୀର ଦେଉଛି ଅଣ୍ଡିରା ଛେଳି, ଡାକ୍ତର ବି ଆଶ୍ଚର୍ଯ୍ୟ

ରାଜସ୍ଥାନର ଧୌଲପୁର ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ଅଣ୍ଡିରା ଛେଳି ବା ଖାସୀ କ୍ଷୀର ଦେଉଛି । କୌତୁହଳର ବିଷୟ ହେଉଛି ଛେଳି ମାଲିକ କହୁଛନ୍ତି କି ଆମେ ଏହି ଛେଳିର କ୍ଷୀର ପିଉଛୁ ମଧ୍ୟ । ସୂଚନା ଅନୁଯାୟୀ ଏଭଳି ଏକ ଘଟଣା ଘଟିଛି ଧୌଲପୁରର ଗୁର୍ଜା ଅଂଚଳରେ । ଏଠାରେ ଗୋଟିଏ ଛେଳିଠାରେ ହର୍ମୋନ୍ ଡିସଅର୍ଡର କାରଣରୁ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ପ୍ରାୟ ଅଧା ଲିଟର କ୍ଷୀର ଦେଇଥାଏ । ଛେଳି ମାଲିକ ରାଜଭୀରଙ୍କ କହିବାନୁସାରେ 16 ମାସ ପୂର୍ବରୁ ନିକଟସ୍ଥ ସହରରେ ଥିବା ଏକ ପଶୁ ହାଟରୁ ଏହି ଛେଳିକୁ ମାତ୍ର ଅଢେଇ ହଜାର ଟଙ୍କାରେ କିଣିଥିଲେ ।

हार्मोंस की वजह से ये बकरा देता है दूध, डॉक्टर भी रह गए हैरान

16 ମାସ ପୂର୍ବରୁ କିଣାଯାଇଥିବା ଏହି ଅଣ୍ଡିରା ଛେଳିଠାରେ 6 ମାସ ପୂର୍ବରୁ ମହିଳା ଛେଳିର ହରମୋନ୍ ବିକଶିତ କରିଥିଲା । ଯେଉଁଥିପାଇଁ ଛେଳି କ୍ଷୀର ଦେବା ଆରମ୍ଭ କଲା ଏବଂ ବର୍ତ୍ତମାନ ସମଗ୍ର ପରିବାର ଛେଳି କ୍ଷୀର ଖାଉଛନ୍ତି । ଏହି କ୍ଷୀରକୁ ନେଇ ସେମାନଙ୍କର କୌଣସି ଅସୁବିଧା ନାହିଁ । ଏହି ଛେଳିଠାରେ ଉଭୟ ପୁରୁଷ ଏବଂ ମହିଳା ଅଙ୍ଗ ବିକଶିତ ହେଉଥିବା ଦେଖିବାକୁ ମିଳିଛି । ଆଖପାଖ ଗାଁ ରୁ ଲୋକମାନେ ଏହି ଛେଳିକୁ ଦେଖିବାକୁ ତାଙ୍କ ଘରକୁ ଯାଇଥାନ୍ତି । ସମଗ୍ର ଜିଲ୍ଲାରେ ଏହି ଅଣ୍ଡିରା ଛେଳି କ୍ଷୀର ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରଥମଥର ପାଇଁ ଗୋଟିଏ ଅଣ୍ଡିରା ଛେଳି କ୍ଷୀର ଦେବାର ଖବର ଶୁଣିବା ପରେ ବହୁ ସଂଖ୍ୟାରେ ଲୋକ ଛେଳି ମାଲିକଙ୍କ ଘରେ ପହଂଚି ଏ ବିଷୟରେ ସୂଚନା ସଂଗ୍ରହ କରୁଛନ୍ତି ।

हार्मोंस की वजह से ये बकरा देता है दूध, डॉक्टर भी रह गए हैरान

ତେବେ ଏ ନେଇ ଛେଳି ମାଲିକ ପ୍ରାଣୀ ଚିକିତ୍ସକଙ୍କୁ ଜଣାଇବା ପରେ ସେ ମଧ୍ୟ ଏହାକୁ ଏକ ହରମୋନାଲ ଡିସଅର୍ଡର ବୋଲି କହିଥଲେ । ଏହା ମଧ୍ୟ କହିଥିଲେ ଯେ ଏକ ଲକ୍ଷ ମାମଲାରେ ଏପରି ଗୋଟିଏ ମାମଲା ସାମ୍ନାକୁ ଆସିଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହାର କ୍ଷୀର ଖାଇବା ଦ୍ୱାରା କୌଣସି ଅସୁବିଧା ହେବ ନାହିଁ କିନ୍ତୁ ଗରମ କ୍ଷୀର ବ୍ୟବହାର କରିବା ଉଚିତ୍ । ତେବେ ଛେଳି ମାଲିକ ଏହି ଛେଳିକୁ ବିକ୍ରୟ କରିବାକୁ ମନା କରି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.