Below header

ପୂରଣ ହେଲା ମାନସିକ, କାଳିଆ ଦର୍ଶନ ପାଇଁ ପୁଅ ଝିଅଙ୍କୁ ଭାରରେ ବୋହି ନେଲେ ବାପା

ବାପା, ମାଆଙ୍କୁ ସନ୍ତାନ ଭାରରେ ବୋହିବା କଥା ଆପଣ ଶୁଣିଥିବେ। ହେଲେ ପୁଅ, ଝିଅଙ୍କୁ ବାପା ଭାରରେ ନେବାର ନିଆରା ଦୃଶ୍ୟ ଆଜି ପୁରୀ ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି । ମାନସିକ ରଖିଥିଲେ ପୁଅ ସୁସ୍ଥ ହେଲେ କାନ୍ଧରେ ବୋହି ବୋହି ଭାରରେ ନେବି କାଳିଆକୁ ଟିକିଏ ଦର୍ଶନ କରିବି । ଶେଷରେ ତାହା ହିଁ ହୋଇଥିଲା । ମହାପ୍ରଭୁଙ୍କ କୃପାରୁ ଅଜୟଙ୍କ ପୁଅର ଦେହ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲା । ଆଉ ମହାବାହୁକୁ ଦେଖିବା ପାଇଁ ଧାଇଁ ଆସିଥିଲେ । ଯେଉଁ ଦୃଶ୍ୟ ଦେଖି ଆଖପାଖର ଲୋକେ ଠୂଳ ହୋଇଥିଲେ ।

ଭକ୍ତ ଆଉ ଭଗବାନଙ୍କ ସମ୍ପର୍କ ଅତୁଟ। ସେ ଭାବ ଡୋରିକୁ କେହି ଚାହିଁଲେ ବି କାଟି ପାରିବେନି। ସେ ଅଣଚାଶ ପବନ ହେଉ କି ଡହ ଡହ ଖରା ଅବା ବନ୍ୟା, ବାତ୍ୟା। କିନ୍ତୁ ଭକ୍ତ-ଭଗବାନଙ୍କୁ କେହି ଅଲଗା କରିପାରିବେନି। ଏ ତ ଭଗବାନ ଆଉ ଭକ୍ତଙ୍କ ସମ୍ପର୍କ । ମହାପ୍ରଭୁଙ୍କର ଟିକିଏ ଝଲକ୍‌ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛନ୍ତି ଭକ୍ତଗଣ । ବିଶ୍ୱାସ ରହିଛି ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ କରିଆଆନ୍ତି। ଏହି ବିଶ୍ୱାସରେ ତ ଝଡ଼ ବାତ୍ୟା ଶୀତ କାକରକୁ ଖାତିର ନକରି କାହିଁ କେତେ ଦୂରରୁ ଧାଇଁ ଆସିଥାଆନ୍ତି ମହାପ୍ରଭୁଙ୍କ ଟିକିଏ ମୁଖ ଦେଖିବାକୁ । ଦର୍ଶନ ଅଭିଳାଷେ ପୂର୍ଣ୍ଣ ହୁଏ ମନୋବାଞ୍ଝା। ସବୁ ମାନସିକ ହୁଏ ପୂରଣ । ମହାପ୍ରଭୁଙ୍କ ଚମତ୍କାରିତା କଣ ବା ଆମେ କହିବୁ ତାହା ଆମ ସମସ୍ତଙ୍କୁ ଜଣା । ନିକଟରେ ଶ୍ରୀମନ୍ଦିର ସମ୍ମୁଖରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପରେ ଆମେ ଭାବପ୍ରବଣ ହୋଇଯାଉଛୁ ।

ହଁ ଆଜ୍ଞା, ବାପା, ମାଆଙ୍କୁ ସନ୍ତାନ ଭାରରେ ବୋହିବା କଥା ଆପଣ ଶୁଣିଥିବେ। ହେଲେ ପୁଅ, ଝିଅଙ୍କୁ ବାପା ଭାରରେ ନେବାର ନିଆରା ଦୃଶ୍ୟ ଆଜି ପୁରୀ ବଡ଼ଦାଣ୍ଡରେ ଦେଖିବାକୁ ମିଳିଛି । ମାନସିକ ରଖିଥିଲେ ପୁଅ ସୁସ୍ଥ ହେଲେ କାନ୍ଧରେ ବୋହି ବୋହି ଭାରରେ ନେବି କାଳିଆକୁ ଟିକିଏ ଦର୍ଶନ କରିବି । ଶେଷରେ ତାହା ହିଁ ହୋଇଥିଲା । ମହାପ୍ରଭୁଙ୍କ କୃପାରୁ ଅଜୟଙ୍କ ପୁଅର ଦେହ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲା । ଆଉ ମହାବାହୁକୁ ଦେଖିବା ପାଇଁ ଧାଇଁ ଆସିଥିଲେ । ଯେଉଁ ଦୃଶ୍ୟ ଦେଖି ଆଖପାଖର ଲୋକେ ଠୂଳ ହୋଇଥିଲେ ।

ସତରେ ମହାପ୍ରଭୁଙ୍କ ମହିମା ଅପାର । ତାଙ୍କ କରୁଣାରୁ ଭକ୍ତର ଦୁଃଖ ହୋଇଥାଏ ଲାଘବ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅଜୟଙ୍କ ପୁଅ କ୍ଷେତ୍ରରେ । ମାନସିକ ପୂରଣ ପାଇଁ ଜଟଣୀରୁ ପୁରୀ ଯାଏ ଖାଲି ପାଦରେ ଚାଲି ଚାଲି ଯାଇଥିଲେ । ଗୋଟିଏ ପଟେ ପୁଅ, ଝିଅକୁ କାନ୍ଧରେ ଭାରରେ ବୋହି ନେଇ ଶ୍ରୀକ୍ଷେତ୍ରକୁ ଚାଲି ଚାଲି ଗଲେ ଜଟଣୀ କୁସୁମାଟି ଛଣଘର ଅଞ୍ଚଳର ଅଜୟ ଖମାରି । ତେବେ ତାଙ୍କ ପୁଅ ଜନ୍ମ ହେବା ପରେ ଦୀର୍ଘ ୧୨ଦିନ ଯାଏ ICUରେ ଥିଲେ । ଭଲ ହେବେ ବୋଲି ତାଙ୍କର ଆଶା ନଥିଲା । ସ୍ବାସ୍ଥ୍ୟ ଭଲ ହେଲେ ମହାପ୍ରଭୁଙ୍କ ନିକଟକୁ ଭାରରେ ବୋହି ବୋହି ନେବେ ବୋଲି ମାନସିକ କରିଥିଲେ ଅଜୟ । ଆଉ ପୁଅ ସୁସ୍ଥ ହୋଇଗଲା ଏହି ଖୁସିରେ ପୁଅକୁ ଧରି ବାହାରିଥିଲେ ଶ୍ରୀକ୍ଷେତ୍ରକୁ । ଗତକାଲି ସେ ଜଟଣୀରୁ ବାହାରିଥିବା ବେଳେ ଆଜି ପୁରୀରେ ପହଞ୍ଚିଛନ୍ତି । ଆଜି ମହାପ୍ରଭୁଙ୍କ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି ବୋଲି କହିଛନ୍ତି ଅଜୟ ।
ବିଶ୍ୱାସରେ ଭଗବାନ ଆଜି ଏହି ବିଶ୍ୱାସ ପାଇଁ ଅଜୟ ନିଜ ପୁଅକୁ ସୁସ୍ଥ ଭାବେ ପାଇପାରିଛନ୍ତି। ତେଣୁ ଜୀବନରେ ଯେକୌଣସି ପରିସ୍ଥିତି ଆସୁ ନା କାହିଁକି ଭାଙ୍ଗି ନପଡ଼ି ସାହସର ସହ ଧେର୍ଯ୍ୟ ଧରି ଭଗବାନଙ୍କ ଉପରେ ବିଶ୍ୱାସ ରଖିଲେ ନିଶ୍ଚୟ ସଫଳତା ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.