ମଝି ନଈରେ କୁମ୍ଭୀର ସହ ମଣିଷର ନାଚ, ଭିଡିଓ ଦେଖିଲେ ଆପଣ ବି ବିଶ୍ୱାସ କରିବେନି

କେବେ ଆପଣ ସ୍ବପ୍ନରେ ସୁଦ୍ଧା ଭାବିଛନ୍ତିକି ଗୋଟେ କୁମ୍ଭୀର ସାଙ୍ଗରେ କେହି କେବେ ନାଚି ପାରିବ କି ? ପାଣିର ଚିତା ଭାବରେ ଜଣା କୁମ୍ଭୀର ସାମ୍ନାକୁ ଆସିବା କ୍ଷଣି ହିଁ ମଣିଷକୁ ଭୟ ଲାଗିଥାଏ । ଭୟରେ ଏକ ପ୍ରକାର ଥରିଯାଏ । ଏହି କଥା ଭାବିବା କ୍ଷଣିହିଁ ମନକୁ ଏକ ପ୍ରକାର ଭୟ ଲାଗିଥାଏ । କିନ୍ତୁ କିଛି ଦିନ ତଳେ ଜଣେ ବ୍ୟକ୍ତି ଏମିତି ଏକ ଅଦ୍ଭୁତ କାମ କରି ଦେଖେଇଛନ୍ତି । ବ୍ୟକ୍ତି ଜଣକ କୁମ୍ଭୀରର ହାତ ଧରିବା ସହିତ ତା ସହିତ ଖୁବ ମଜା ମସ୍ତିରେ ରୋମାଣ୍ଟିକ ଧୁନରେ ନାଚ କରୁଛନ୍ତି । ଭିଡିଓଟିକୁ ଦେଖି ଦର୍ଶକ ମାନଙ୍କ ମୁଣ୍ଡ ଘାବରେଇ ଯାଉଛିକି ବ୍ୟକ୍ତି ଜଣକ ଏମିତି କେମିତି କରି ଦେଖାଇଲେ । ଗୋଟେ ହିଂସ୍ର ଜନ୍ତୁ ସହ କେମିତି ସେ ଏତେ ମଜାର ସହ ନାଚ କରିପାରିବେ ।

ସୂଚନାରୁ ଜଣାଯାଇଛିକି ଏହି ଘଟଣାଟି ଆମେରିକାସ୍ଥିତ ଫ୍ଲୋରିଡ଼ା ଅଂଚଳରେ ଘଟିଛି । ଏମିତିରେ ତ ଆପଣ ମାନେ ଜାଣିଥିବେ ଫ୍ଲୋରିଡ଼ାରେ କୁମ୍ଭୀର ମାନେ ରାସ୍ତା ଉପରକୁ ଆସିଯାନ୍ତି । ଏମିତିକି ଖୋଲା ରାସ୍ତା ଉପରେ ସେମାନଙ୍କୁ ଏଣେ ତେଣେ ବୁଲୁଥିବାର ମଧ୍ୟ ଦେଖାଯାଏ । ଭିଡିଓଟିରେ ଆପଣ ଦେଖିପାରିବେ ଜଣେ ବ୍ୟକ୍ତି ଖୁବ ଯତ୍ନର ଓ ପ୍ରେମର ସହିତ ପାଣି ଭିତରେ କୁମ୍ଭିର ସହିତ ହାତରେ ହାତ ମିଶାଇ ନାଚ କରୁଛନ୍ତି । ନାଚରେ ସେ ଏମିତି ମଜ୍ଜି ଯାଇଛନ୍ତି ସେ ଏକ ହିଂସ୍ର ଜନ୍ତୁ ସାଥିରେ ଅଛନ୍ତି ବୋଲି ବୋଧହୁଏ ଭୁଲି ଯାଇଛନ୍ତି । ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

କିଛି ଲୋକତ ଏମିତି ବି କହିପାରିବେଯେ ହୁଏତ ଏହି କୁମ୍ଭୀର ଟିର ଜୀବନ ନାହିଁ । ଲୋକେ ତ ଏବେ ବି ଏହି ଘଟଣାକୁ ବିଶ୍ୱାସ କରିପାରୁନାହାନ୍ତି । ଏହା ସହିତ ଲୋକେ କମେଣ୍ଟରେ ବାଜୁଥିବା ମ୍ୟୁଜିକର ବି ଖୁବ ପ୍ରସଂଶା କରିଛନ୍ତି । କିଛି ଲୋକ ଫନି କମେଣ୍ଟ କରିବା ସହିତ ଲେଖିଛନ୍ତିକି ଏହି ଦୁଇ ଜଣଙ୍କର ବିବାହ କେବେ ହେଲା । ଯେବେକି ଜଣେ ୟୁଜର ଲେଖିଛନ୍ତିକି ପ୍ରକୃତରେ ଯଦି କୁମ୍ଭୀର ଟିର ଜୀବନ ଥାନ୍ତା ତେବେ ହୁଏତ ବ୍ୟକ୍ତି ଜଣକ ଏମିତି କେବେ ବି କରିପାରି ନଥାନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.