ବାଃ କି ବୁଦ୍ଧି! ଫଳ ପ୍ୟାକ୍‌ କରିବାକୁ ନିଆରା ମେସିନ୍‌ ତିଆରି କଲେ ବ୍ୟକ୍ତି; ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ କିଛି ଦିନ ହେବ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଜଣେ ଡାଳିମ୍ବ ଦୋକାନୀ ଏକ ଏଭଳି ମେସିନ୍‌ ବ୍ୟବହାର କରୁଛନ୍ତି, ଯାହା ସାହାଯ୍ୟରେ ସେ ସାଇଜ୍‌ ଅନୁସାରେ ଡାଳିମ୍ବକୁ ପେଟିରେ ସହଜରେ ପ୍ୟାକ୍‌ କରୁଛନ୍ତି।

ଦେଖନ୍ତୁ ଭିଡିଓ:


ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଏକ ଡାଳିମ୍ବ ଦୋକାନୀ ଏକ ଲମ୍ବା ମେସିନ୍‌ ନେଇ ବସିଛନ୍ତି। ମେସିନ୍‌ଟି ଦେଖିବାକୁ ବେଶ୍‌ ସାଧାରଣ ଲାଗୁଛି। କିନ୍ତୁ ଏହାର କାମ ଦେଖିଲେ ଆପଣଙ୍କ ଆଶ୍ଚର୍ଯ୍ୟର ସୀମା ରହିବ ନାହିଁ। ବ୍ୟକ୍ତି ଜଣକ ଗୋଟିଏ ସ୍ଥାନରେ ଠିଆ ହୋଇ ଡାଳିମ୍ବ ବସ୍ତାରୁ ଗୋଟିଏ ଗୋଟିଏ ଡାଳିମ୍ବ ନେଇ ମେସିନ୍‌ ଉପରେ ଥୋଉଛନ୍ତି। ଡାଳିମ୍ବଗୁଡ଼ିକ ଗଡ଼ି ଗଡ଼ି ପେଟି ଭିତରେ ପଡ଼ୁଛି। ଏହି ମେସିନ୍‌ର ବିଶେଷତ୍ୱ ହେଉଛି ମେସିନ୍‌ରେ ଯେଉଁ ଖାଲିସ୍ଥାନ ରହିଛି ଡାଳିମ୍ବ ଆକାର ଅନୁସାରେ ସେହି ପେଟିରେ ପଡ଼ୁଛି।

ଅନ୍ୟପଟେ ମେସିନ୍‌ଟି ମଧ୍ୟ ଦେଖିବାକୁ ଖୁବ୍‌ ସାଧାରଣ ଲାଗୁଛି। ଦୁଇଟି ଲୁହା ରଡକୁ ଭି ସେପ୍‌ର କରି ଏହାକୁ ତିଆରି କରାଯାଇଛି। ରଡ ମଝିରେ ଥିବା ଖାଲିସ୍ଥାନରେ ଆକାର ଅନୁସାରେ ଫଳଗୁଡ଼ିକ ପେଟିକୁ ଯାଉଛି। ଭିଡିଓଟିକୁ ValaAfshar ନାମକ ଜଣେ ଟ୍ଵିଟର ୟୁଜର ସେୟାର କରିଛନ୍ତି। ଡାଳିମ୍ବ ବାଲାଙ୍କୁ ପ୍ରଶଂସା କରି ସେ ଲେଖିଛନ୍ତି ଏହି ସିମ୍ପଲ ଉପାୟ ବ୍ୟବହାର କରି ଆପଣ ଡାଳିମ୍ବର ସାଇଜ୍‌ ଜାଣିପାରିବେ। ଭିଡିଓଟିକୁ ଏବେ ଯାଏଁ ୨୦ ଲକ୍ଷ ଥର ଦେଖା ସରିଥିବା ବେଳେ ୩୪ ହଜାର ଲାଇକ ଓ ୧୨ ହଜାର ଥର ରିଟ୍ଵିଟ୍‌ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.