୩୦୦ ଟଙ୍କାରେ ତେଲ କିଣିଥିଲେ ବ୍ୟକ୍ତି, ଚୁଟି ନଉଠିବାରୁ କ୍ଷତିପୂରଣ ପାଇଲେ ୨୩ ହଜାର

ଯେତେବେଳେ ମୁଣ୍ଡରେ କେଶ ଉପୁଡେ ସେତେବେଳେ ଛାତି ଥରିଯାଏ। ଏହି ସମୟରେ ମନକୁ ଭାରି କଷ୍ଟ ହୁଏ ଏମିତି ଭାବନା ଆସେ ଯେ କେମିତି ଏହି କେଶ ଝଡାକୁ ରୋକା ଯାଇହେବ। ସାଙ୍ଗସାଥି ଠୁ ନେଇ ବଡମାନେ କେବଳ ଏହି ସମୟରେ ସାନ୍ତ୍ୱନା ଦେଇଥାନ୍ତି। କିନ୍ତୁ ଅନେକ ପ୍ରକାର ଉପାୟକୁ ଆଣେଇବା ପରେ ଯେତେବେଳେ କୌଣସି ଫାଇଦା ମିଳେନାହିଁ ସେତେବେଳେ ମଣିଷ ସେହି ପ୍ରଡକ୍ଟସର ସାହାରା ନିଏ ଯାହାର ବିଜ୍ଞାପନ ଟିଭି ଏବଂ ଖବରକାଗଜରେ ବେଶି ଦେଖାଉଥାଏ।

କେରଳରେ ଜଣେ ୬୦ ବର୍ଷିୟ ବ୍ୟକ୍ତି ନିଜ କେଶକୁ ପୁର୍ନବାର ଉଠାଇବା ନିଶାକୁ ବହୁତ ଗମ୍ଭୀରତାର ସହ ନେଲେ। ସେ ବିଜ୍ଞାପନରେ ସବୁଠୁ ବେଶି ପପୁଲାର ଥିବା ଏବଂ ନୂଆ କେଶ ଉଠୁଥିବା ଦାବି କରୁଥିବା ପ୍ରଡକ୍ଟସର ବ୍ୟବହାର କଲେ। କିନ୍ତୁ ଯେତେବେଳେ ମୁଣ୍ଡରେ ଗୋଟେ ବି କେଶ ଉଠିଲାନାହିଁ ସେତେବେଳେ ସେ ତେଲ କମ୍ପାନୀକୁ କଞ୍ଜ୍ୟୁମର କୋର୍ଟକୁ ଟାଣିନେଲେ ଆଉ କେସ୍‌ ବି ଜିତିନେଲେ।

ସୂଚନା ଅନୁଯାୟୀ ଏକ ତେଲ କମ୍ପାନୀ ନିଜ ବିଜ୍ଞାପନରେ କେଶ ବଢ଼ାଇବା ଏବଂ ନୂଆ କେଶ ଉଠିବା ଦାବି କରିଥିଲା। ଖାଲି ଏତିକି ନୁହେଁ ଏହି ପ୍ରଡକ୍ଟର ବିଜ୍ଞାପନ ଫେମସ୍‌ ମାଲାୟଲମ୍‌ ଅଭିନେତା ଅନୁପ ମେନନ କରିଥିଲେ। ତେବେ ଯେତେବେଳେ ଏହି ପ୍ରଡକ୍ଟ ଦ୍ୱାରା ବ୍ୟକ୍ତିଙ୍କୁ କୌଣସି ଫାଇଦା ମିଳିଲା ନାହିଁ ସେ ଉକ୍ତ ତେଲ କମ୍ପାନୀ ଏବଂ ଆକ୍ଟର ଅନୁପ ମେନନଙ୍କ ନାମରେ ମାମଲା ରୁଜୁ କରିଦେଲେ ଏବଂ ୫ ଲକ୍ଷ ଟଙ୍କା କ୍ଷତିପୂରଣ ମଧ୍ୟ ଦାବି କଲେ।

ତେବେ ଏହାପରେ କଞ୍ଜ୍ୟୁମର ଫୋରମରେ କମ୍ପାନୀ ଏବଂ ଆକ୍ଟର ଉଭୟଙ୍କୁ ଦୋଷୀ ଧରାଗଲା। ଯାହାପରେ ତାଙ୍କ ଉପରେ ୧୦-୧୦ ହଜାର ଟଙ୍କା ଜରିମାନା ଲଗାଗଲା। କେବଳ ଏତିକି ନୁହେଁ ବ୍ୟକ୍ତି କିଣିଥିବା ଦୋକାନ ଉପରେ ବି ୩ ହଜାର ଟଙ୍କା କ୍ଷତିପୂରଣ ନିଆଗଲା। ତେବେ ବ୍ୟକ୍ତି ଜଣଙ୍କ ମାତ୍ର ୩୭୬ ଟଙ୍କାରେ କ୍ରିମକୁ କିଣିଥିଲେ।

ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ କଞ୍ଜ୍ୟୁମର କୋର୍ଟରେ ସବୁଲୋକ ଭ୍ରମ ସୃଷ୍ଟି କରୁଥିବା କମ୍ପାନୀ ନାମରେ ମାମଲା ରୁଜୁ କରିପାରିବେ। ଏଥିପାଇଁ ପ୍ରଡକ୍ଟ କିଣିଥିବା ରସିଦ୍‌ ଏବଂ ସର୍ଭିସ ଅଭାବର ପୂରା ପ୍ରମାଣ ଦେବା ଆବଶ୍ୟକ। କଞ୍ଜ୍ୟୁମର କୋର୍ଟରେ କେସ୍‌ ଲଢ଼ିବା ପାଇଁ କୌଣସି ଓକିଲଙ୍କର ଆବଶ୍ୟକ ପଡିବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.