Below header

ବାରିପଦା : ବନ୍ଧୁକ ଦେଖାଇ ଆକ୍ରମଣ କଲେ ଆଉ ଲୁଟି ନେଲେ ସୁନା ଗହଣା

ବାରିପଦା (କେ ନ୍ୟୁଜ୍‌) : ଆଇନ ଶୃଙ୍ଖଳା ବ୍ୟବସ୍ଥା ଏମିତି ଯେ ଦିନ ଦ୍ୱିପହରରେ ହେଉଛି ଆକ୍ରମଣ ଓ ଲୁଟ୍‌ । ମୟୁରଭଞ୍ଜ ପୋଲିସ୍‌କୁ ଚ୍ୟାଲେଞ୍ଜ ଦେଇ ଦିନ ଦ୍ବିପ୍ରହରରେ ବନ୍ଧୁକ ଦେଖାଇ ଲୁଟି ନେଉଛନ୍ତି ଦୁର୍ବୃତ୍ତ। ଆଜି ଦ୍ବିଅପରାହ୍ନ ରେ ମୟୁରଭଞ୍ଜ ଜିଲ୍ଲା ଦେଇ ଯାଇଥିବା ବାରିପଦା-ଚିତ୍ରଡା ରାସ୍ତାର ଗୁଞ୍ଜୁସାହି ଛକ ନିକଟରେ ଚାରିଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ସୁନା ଗହଣା।

ସୂଚନା ଅନୁଯାୟୀ, ବାରିପଦା ନିକଟ ଭାରବାଡ଼ି ଅଞ୍ଚଳରୁ ନିଜ ସଢୁଙ୍କ ଘର ବାଲେଶ୍ଵର ଜିଲ୍ଲା ବାଲିଆପାଳ ଅଭିମୁଖେ ପରିବାର ସହ ଯାଉଥିଲେ ଦୀନକୃଷ୍ଣ ମାହାନା । ତେବେ ଗୁଞ୍ଜୁସାହି ନିକଟରେ ଦୁଇଟି ବାଇକ୍‌ରେ ଚାରିଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ସୁନା ଗହଣା ସବୁ ଲୁଟି ନେଇଛନ୍ତି। ପ୍ରତିବାଦ କରିବାରୁ ଲୁଟେରାମାନେ ଦୀନକୃଷ୍ଣଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଦୁର୍ବୃତ୍ତମାନେ ହିନ୍ଦୀ ଓ ବଙ୍ଗଳା ଭାଷାରେ କଥାବାର୍ତ୍ତା ହେଉଥିଲେ । ବାଇକ୍‌ଗୁଡିକ ମଧ୍ୟ ପଶ୍ଚିମବଙ୍ଗ ରାଜ୍ୟର ନମ୍ବର ପ୍ଲେଟ ଲାଗିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

ଖବର ପାଇ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଗୁରୁତର ଆହତ ଦୀନକୃଷ୍ଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.